www.samajalive.in
Monday, December 8, 2025
17.1 C
Bhubaneswar

ସମଗ୍ର ଦେଶକୁ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମଙ୍ଗଳବାର (ଜୁଲାଇ ୨) ସମଗ୍ର ଦେଶକୁ ଛୁଇଁଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଛି। ଚଳିତବର୍ଷ ମୌସୁମୀ ବାୟୁ ଏହାର ଧାର୍ଯ୍ୟ ସମୟର ୬ଦିନ ପୂର୍ବରୁ ସମଗ୍ର ଦେଶକୁ ଛୁଇଁଛି। ଜୁଲାଇ ୮ରେ ମୌସୁମୀ ବାୟୁ ସମଗ୍ର ଦେଶକୁ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଥିଲା। ମଙ୍ଗଳବାର ଶେଷ ପର୍ଯ୍ୟାୟରେ ମୌସୁମୀ ବାୟୁ ରାଜସ୍ଥାନ, ହରିୟାଣା ଓ ପଞ୍ଜାବରେ ପହଞ୍ଚିଛି। ମେ ୩୦​‌ରେ ମୌସୁମୀ ବାୟୁ କେରଳ ଛୁଇଁଥିଲା ଯାହା ସ୍ବାଭାବିକ ସମୟ ଠାରୁ ୨ରୁ ୬ଦିନ ଆଗୁଆ ଥିଲା। ପରେ ଏହା ମହାରାଷ୍ଟ୍ରରେ ପହଞ୍ଚିଥିଲା। ମାତ୍ର ଏହା କିଛି ସମୟ ଅଟକି ଯାଇଥିଲା। ଫଳରେ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ, ବିହାର, ଛତିଶଗଡ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ପହଞ୍ଚିବା ବିଳମ୍ବିତ ହୋଇଥିଲା। ଜୁନ୍ ୧୧ରୁ ୨୭ ତାରିଖ ମଧ୍ୟରେ ଦେଶରେ ସ୍ବାଭାବିକ ବର୍ଷା ଠାରୁ କମ୍ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସ୍ବାଭାବିକ ଭାବେ ଏହି ସମୟରେ ୧୬୫.୩ ମିମି ବର୍ଷା ହେବା କଥା। ମାତ୍ର ଚଳିତବର୍ଷ ଏହି ସମୟରେ ୧୪୭.୨ ମିମି ବର୍ଷା ହୋଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories