www.samajalive.in
Monday, December 8, 2025
24.1 C
Bhubaneswar

୮୪ଶିଖ୍‍ ହିଂସାକାଣ୍ଡ ମାମଲା: ମଣ୍ଡୋଲି ଜେଲର ୧୪ନମ୍ବର କଠୋରୀ ସଜ୍ଜନ କୁମାରଙ୍କ ସ୍ଥାୟୀ ଠିକଣା

ନୂଆଦିଲ୍ଲୀ: ୧୯୮୪ରେ ଶିଖ ହିଂସାକାଣ୍ଡରେ ଦୋଷୀ ସାବ୍ୟସ୍ତ କଂଗ୍ରେସ ନେତା ସଜ୍ଜନ କୁମାର ସୋମବାର ଦିଲ୍ଲୀର କଡ଼କଡୁଣ୍ଡୁମା କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ପରେ କୋର୍ଟ ତାଙ୍କୁ ମଣ୍ଡୋଲି ଜେଲ ଜେଲକୁ ପଠାଇ ଦେଇଛନ୍ତି। ସେଠାରେ ବ୍ୟାରାକ୍‍ ନମ୍ବର ୧୪ରେ ସଜ୍ନନ କୁମାର ରହିବେ। ନିକଟରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏହି ରାୟକୁ ଚ୍ୟାଲେଞ୍ଜ କରି ସଜ୍ଜନ କୁମାର ଆତ୍ମସମର୍ପଣ ପାଇଁ ସମୟ ମାଗିଥିଲେ କିନ୍ତୁ କୋର୍ଟ ଏହାକୁ ଖାରଜ କରି ଦେଇଥିଲେ। ସଜ୍ଜନ କୁମାର ତାଙ୍କ ଆତ୍ମସମର୍ପଣ ତାରିଖକୁ ଡିସେମ୍ବର ୩୧ରୁ ବୃଦ୍ଧି କରି ଜାନୁୟାରୀ ୩୦ ପର୍ଯ୍ୟନ୍ତ ସମୟସୀମା ପ୍ରଦାନ କରିବାକୁ ୨୧ଡିସେମ୍ବରରେ କୋର୍ଟରେ ଆବେଦନ କରିଥିଲେ। ସୁପ୍ରିମ କୋର୍ଟ ଜାନୁୟାରୀ ୧ ପର୍ଯ୍ୟନ୍ତ ବନ୍ଦ ଥିବାରୁ ତାଙ୍କୁ ଉଚ୍ଚ ନ୍ୟାୟାଳୟର ରାୟକୁ ଚ୍ୟାଲେଞ୍ଜ କରିବାକୁ ଅଧିକ ସମୟ ପ୍ରଦାନ କରିବାକୁ ସଜ୍ଜନ କୁମାରଙ୍କ ପକ୍ଷରୁ କୋର୍ଟରେ ଗୁହାରି କରାଯାଇ ଥିଲା।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories