www.samajalive.in
Monday, December 8, 2025
27.1 C
Bhubaneswar

ରାଜ୍ୟସଭା ମୁଳତବୀ ; ୨ରେ ଉପସ୍ଥାପିତ ହେବ ତିନି ତଲାକ୍‍ ବିଲ୍‍

ନୂଆଦିଲ୍ଲୀ : ବିରୋଧୀ ଦଳର ପ୍ରବଳ ହଟ୍ଟଗୋଳ ଯୋଗୁଁ ତିନି ତଲାକ୍‍ ବା ମୁସଲମାନ ମହିଳା (ବିବାହ ସୁରକ୍ଷା ଅଧିକାର) ବିଲ୍‍ ସୋମବାର ରାଜ୍ୟସଭାରେ ଉପସ୍ଥାପିତ ହୋଇପାରି ନାହିଁ। ଗୃହରେ ହୋ ହାଲ୍ଲା ଏବଂ ହଟ୍ଟଗୋଳ ଲାଗି ରହିବାରୁ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।

ସୋମବାର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସଂସଦୀୟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ବିଜୟ ଗୋୟଲ୍‍ ଗୃହକାର୍ଯ୍ୟ ପରିଚାଳନା ପାଇଁ ସୁଯୋଗ ଦେବାକୁ ବିରୋଧୀ ଦଳର ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ। ଏହା ପରେ କାବେରୀ ପ୍ରସଙ୍ଗ ନେଇ ଏଆଇଡିଏମକେ  ଓ ଡିଏମକେ ସଦସ୍ୟମାନେ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗରେ ସେମାନଙ୍କର ଦାବି ପୂରଣ ପାଇଁ ସ୍ଲୋଗାନ ଦେଇଥିଲେ। ଉପାଧ୍ୟକ୍ଷ ଶ୍ରୀ ସିଂହ ଗୃହରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ହଟ୍ଟଗୋଳ ଜାରି ରହିବାରୁ ବାଧ୍ୟ ହୋଇ ସେ ଗୃହ କାର୍ଯ୍ୟକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।

- Advertisement -

ସେହିପରି ରାଜ୍ୟସଭାରେ ବିରୋଧୀଦଳ ନେତା ଗୁଲାମନବୀ ଆଜାଦ ତିନି ତଲାକ୍‍ ବିଲକୁ ଯୁଗ୍ମ ସିଲେକ୍ଟ କମିଟିକୁ ପଠାଇବା ପାଇଁ ଦଳର ଦାବି ଦୋହରାଇଛନ୍ତି । କାବେରୀ ପ୍ରସଙ୍ଗ ଓ ତିନି ତଲାକ୍‍ ବିଲ୍ ନେଇ ବିରୋଧୀ ସଦସ୍ୟମାନେ ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ କରିଥିଲେ।

ଅପରାହ୍ନ ବୈଠକରେ ଅନୁରୂପ ପରିସ୍ଥିତି ଲାଗିରହିବାରୁ ଉପାଧ୍ୟକ୍ଷ ଶ୍ରୀ ସିଂହ ରାଜ୍ୟସଭାକୁ ଆସନ୍ତା ବୁଧବାର ପର୍ଯ୍ୟନ୍ତ ମୁଳତବୀ ଘୋଷଣା କରିଛନ୍ତି। ସେହିଦିନ ତିନି ତଲାକ୍‍ ବିଲ୍‍ ଆଗତ କରାଯିବ ବୋଲି ସରକାରଙ୍କ ପକ୍ଷରୁ କହାଯାଇଛି।

ତିନି ତଲାକ୍‍ ବା ମୁସଲମାନ ମହିଳା (ବିବାହ ସୁରକ୍ଷା ଅଧିକାର) ବିଲ୍‍ ସୋମବାର ରାଜ୍ୟସଭାରେ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଥିଲା। ଆଇନ୍‍ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ବିଲ୍‍ ଉପସ୍ଥାପନ କରିଥାନ୍ତେ ।  ରାଜ୍ୟସଭାରେ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏର ସଭ୍ୟ ସଂଖ୍ୟା କମ୍‍ ରହିଛି। ତେବେ ଉଭୟ ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ସମସ୍ତ ସଦସ୍ୟ ଗୃହରେ ଉପସ୍ଥିତ ରହିବା ପାଇଁ ହୁଇପ୍‍ ଜାରି କରାଯାଇଥିଲା।  ମୁଖ୍ୟ ବିରୋଧୀ ଦଳ କଂଗ୍ରେସ କହିଛି ବିଲ୍‍କୁ ବର୍ତ୍ତମାନ ସ୍ୱରୂପରେ ଗୃହିତ କରାଇବା ପାଇଁ ତା’ଙ୍କ ଦଳ ସମର୍ଥନ ଦେବ ନାହିଁ ବୋଲି ସ୍ପଷ୍ଟ କରିଥିଲା।

ସୂଚନାଯୋଗ୍ୟ, ଗତ ଗୁରୁବାର ବିରୋଧୀ ସଦସ୍ୟଙ୍କ କକ୍ଷତ୍ୟାଗ ସତ୍ତ୍ବେ ଏହା ଲୋକସଭାରେ ଗୃହିତ ହୋଇଥିଲା। ଏହି ବିଲ, ତତ୍କାଳ ତିନି ତଲାକ୍‍କୁ ଅସିଦ୍ଧ ଓ ବେଆଇନ୍‍ ଘୋଷଣା କରିଛି। ଏହି ବିଲ୍‍ ରେ ତିନି ତଲାକ୍‍ ଆଇନ୍‍ ଅମାନ୍ୟ କରୁଥିବା ବ୍ୟକ୍ତିକୁ ତିନିବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ବ୍ୟବସ୍ଥା ରହିବ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories