www.samajalive.in
Monday, December 8, 2025
20.1 C
Bhubaneswar

ଭେସ୍ପା ଆଣିଲା ଡ୍ରାଗନ ସ୍କୁଟର, ଦାମ୍ ଶୁଣିଲେ ଉଡିଯିବ ହୋସ୍

ନୂଆଦିଲ୍ଲୀ : ଭାରତୀୟ ବଜାରରେ ଅଟୋ ସେକ୍ଟରର ଅନେକ କମ୍ପାନୀ ପାଦ ଥାପୁଛନ୍ତି । ଏଗୁଡିକ ମଧ୍ୟରୁ କିଛି କମ୍ପାନୀ ଇଭି ଦିଗକୁ ଅଗ୍ରସର ହେଉଛନ୍ତି ତ ଆଉ କିଛି କମ୍ପାନୀ ୪ ଚକିଆ ଗାଡି ନିର୍ମାଣ ଉପରେ ଫୋକସ୍ କରୁଛନ୍ତି । ଏବେ ଭେସପା ଇଣ୍ଡିଆ ଭାରତର ଦୁଇ ଚକିଆ ବଜାରରେ ନିଜ ବିସ୍ତାର କରିବାକୁ ଚାହୁଁଛି । କମ୍ପାନୀ ନିକଟରେ ନିଜର ଏକ ବିଳାସପୂର୍ଣ୍ଣ ଭେସପା ୯୪୬ ଡ୍ରାଗନ ଲଞ୍ଚ୍ କରିଛି ଯାହାର ଦାମ୍ ୧୪.୨୭ ଲକ୍ଷ ଟଙ୍କା(ଏକ୍ସ-ଶୋରୁମ୍) । ସାରା ବିଶ୍ବରେ ଏହାର ମାତ୍ର ୧୮୮୮ ୟୁନିଟ୍ ଉପଲବ୍ଧ ।

ଏହି ସ୍କୁଟର ଭେସପା ୯୪୬ ର ଖାସ୍ ରୂପ । ନିଜ ଅଜବ ଷ୍ଟାଇଲ୍ ଓ ଲୁକ୍ ପାଇଁ ଏହାର ଦାମ୍ ଅନ୍ୟ ସ୍କୁଟର ତୁଳନାରେ ଅଧିକ । ଏଥିରେ ଏକ ଡ୍ରାଗନକୁ ସୁନ୍ଦର ରୂପେ ଦର୍ଶାଯାଇଛି । ଗାଡିରେ ୧୫୫ ସିସି ଇଞ୍ଜିନ ମିଳିବ । ୧୨ ଇଞ୍ଚର ଆଲୟହ୍ବିଲ୍ ସହ ଉଭୟ ଫ୍ରଣ୍ଟ୍ ଏବଂ ରିୟରରେ ଡିସ୍କ ବ୍ରେକ୍ ମିଳୁଛି । ଭେସପା ୯୪୬ ଡ୍ରାଗନ ସ୍କୁଟରର ଲୁକ୍ ଏବଂ ଦମଦାର ପ୍ରଦର୍ଶନ ଏହାକୁ ଭିନ୍ନ କରିଥାଏ । ଏହା ଅତି ଆକର୍ଷକ ନଜର ଆସେ ଏବଂ ସବୁ ବୟସ୍କ ଲୋକଙ୍କୁ ପସନ୍ଦ ଆସିଥାଏ । ଭାରତରେ ଭେସପା ୯୪୬ ଡ୍ରାଗନର ବୁକିଂ ସମସ୍ତ ମୋଟୋପ୍ଲେକ୍ସ ଡିଲରସିପରେ ଆରମ୍ଭ ହୋଇଯାଇଛି । ଯଦି ଆପଣ ଏହି ଖାସ୍ ଡ୍ରାଗନକୁ କିଣିବାକୁ ଚାହୁଁଛନ୍ତି ତେବେ ତୁରନ୍ତ ବୁକ୍ କରନ୍ତୁ ।

ସ୍ୱାସ୍ଥ୍ୟକେନ୍ଦ୍ରରେ ଡାଇଲିସିସ୍, ସିଟି ସ୍କାନ ଓ ଏମ୍ଆରଆଇ ପରୀକ୍ଷଣ ସୁବିଧା; ଯାଞ୍ଚ ହେବ ଡାକ୍ତର ଓ ବିଶେଷଜ୍ଞଙ୍କ ପ୍ରମାଣପତ୍ର

- Advertisement -

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories