www.samajalive.in
Monday, December 8, 2025
20.1 C
Bhubaneswar

ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ବର୍ଷ କାରାଦଣ୍ଡ ସହ ୫୦ହଜାର ଟଙ୍କା ଜୋରିମାନା

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଧୁମସୁ ଗାଁରେ ଜଣେ ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗର ମାମଲା ବିଚାର କରି କଣ୍ଟାବାଞ୍ଜି ଅତିରିକ୍ତ ଜିଲା ଦୌରାଜଜ ହିମାଂଶୁ ଶେଖର ମଲ୍ଲିକ ୨୧ଜଣ ଙ୍କ ସାକ୍ଷ୍ୟ ପ୍ରମାଣ କୁନେଇ  ଅଭିଯୁକ୍ତ ତପିରାମ ସୁନା (୨୪)ଙ୍କୁ ୧୦ବର୍ଷ ଜେଲ ସହ ୫୦ଟଙ୍କା ଜୋରିମାନା ରାୟ ଶୁଣାଇଛନ୍ତି।
ପ୍ରାପ୍ତ ସୂଚନା ମତେ ଗତ ୨୦୨୩ମସିଆ ଫେବୃଆରୀ ମାସ ୨୭ତାରିଖ ଦିନ ଅଭିଯୁକ୍ତ ତପିରାମ ତାର ଭିନ୍ନକ୍ଷମ ସମ୍ପର୍କୀୟ ଝିଆରୀଙ୍କୁ ଏକୁଟିଆ ପାଇ ୨ ଥର ଦୁଷ୍କର୍ମ କରିଥିଲା। ଏ ସଂକ୍ରାନ୍ତରେ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ ପରେ ଥାନା ଭାରପ୍ରାପ୍ତ ଅଧିକାରୀ ରଶ୍ମିତା ବେହେରା ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରିବା ସହ ତଦନ୍ତ କରିଥିଲେ। ସେହି ଦିନରୁ ଅଭିଯୁକ୍ତ ଜେଲରେ ଥିଲେ। ଆଜି ଅଭିଯୁକ୍ତକୁ କଣ୍ଟାବାଞ୍ଜି ଉପ କାରାଗାରକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories