www.samajalive.in
Monday, December 8, 2025
27.1 C
Bhubaneswar

ଯାତ୍ରୀବାହୀ ବସ୍ ଚୋରୀ

ପାତ୍ରପୁର: ଜରଡ଼ା ଥାନା ଖାରିଆଗୁଡ଼ା ପଞ୍ଚାୟତ ଏସ ବି ଜଗଦେବପୁର ଗାଁରୁ ଯାତ୍ରୀବାହୀ ବସ ଚୋରୀ। ଜଗଦେବପୁରଠାରୁ ଦିଗପହଣ୍ଡି ଦେଇ ବ୍ରହ୍ମପୁର ଯାତାୟାତ କରୁଥିବା ନୀଳକଣ୍ଠ ନାମକ ଏକ ବସ୍ ଶୁକ୍ରବାର ସନ୍ଧ୍ୟାରେ  ଯାତ୍ରୀ ମାନଙ୍କୁ ନେଇ ଫେରିଥିଲା। ରାତିରେ ଗାଡ଼ି ଧୁଆ ମଧ୍ୟ ହୋଇଥିଲା। ରାତିରେ ଗାଡିରେ ବସ୍ ହେଲପର୍‌ ଶୋଇ ରହିଥିଲେ। ହେଲେ ଆଜି ସକାଳୁ ଘଟଣାସ୍ଥଳରୁ ବସ୍‌ ଟି ଚୋରୀ ହୋଇଯାଇଛି। ବସ୍ କର୍ମଚାରୀମାନେ ଏହା ଦେଖି ଗାଡି ମାଲିକଙ୍କୁ ଖବର ଦେଇଥିଲେ। ତେବେ  କିଏ କାହିଁକି ଏହି ଗାଡ଼ି ନେଇଛି , ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସଠିକ୍ ଭାବେ ଜଣାପଡିନାହିଁ । ଏପରିକି ବସ୍ ହେଲପର୍‌ଙ୍କର ମଧ୍ୟ କୌଣସି ପତ୍ତା ମିଳିନି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories