www.samajalive.in
Monday, December 8, 2025
20.1 C
Bhubaneswar

ସ୍କୁଲରେ ନାହାନ୍ତି ଶିକ୍ଷକ, ପଢ଼ିବାକୁ ନାହିଁ ବହି

ଭୁବନେଶ୍ବର : ସରକାରୀ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନିମନ୍ତେ ବିଦ୍ୟାଳୟରେ ସମସ୍ତ ବହି ପହଞ୍ଚି ପାରିନାହିଁ। କେଉଁ ବିଦ୍ୟାଳୟରେ ସାହିତ୍ୟ ବହି ପହଞ୍ଚି ପାରିନାହିଁ ତ ଆଉ କେଉଁ ବିଦ୍ୟାଳୟରେ ସ୍ବାକ୍ଷର ଓ ସଂଖ୍ୟାଜ୍ଞାନ ପୁସ୍ତକ ପହଞ୍ଚି ନାହିଁ। ଶିକ୍ଷାବର୍ଷକୁ ୩ମାସ ବିତିଥିଲେ ମଧ୍ୟ ରାଜ୍ୟର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବହି ନପହଞ୍ଚିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପାରିବା ପଣିଆକୁ ପଦାରେ ପକାଇଛି। ଘରୋଇ ବିଦ୍ୟାଳୟଗୁଡିକରେ କିନ୍ତୁ ସମସ୍ତ ବହି ପହଞ୍ଚି ପାରିଛି। ଫଳସ୍ବରୂପ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀ ବହି ପାଇବାରୁ ବଞ୍ଚିତ ହୋଇଛନ୍ତି। ତାହା ସହିତ ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକ ସଂଖ୍ୟାରେ ଶିକ୍ଷକ ନାହାନ୍ତି।

ଉପକୂଳ ଓଡ଼ିଶାର ଗୋପ, କାକଟପୁର, କଣାସ, କୃଷ୍ଣପ୍ରସାଦ, ସତ୍ୟବାଦୀ, ହିଞ୍ଜିଳି, କୁକୁଡାଖଣ୍ଡି, ଛତ୍ରପୁର ଏବଂ ଟାଙ୍ଗୀ ଚୌଦ୍ବାର ଆଦି ବ୍ଲକରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ସମସ୍ତ ବିଷୟର ବହି ପହଞ୍ଚି ନାହିଁ। ଯଦି ଉପକୂଳ ବ୍ଲକଗୁଡିକରେ ଏଭଳି ଅବସ୍ଥା, ତେବେ ଆଦିବାସୀ ଅଧ୍ୟୁଷିତ ଜିଲା ଏବଂ ପଶ୍ଚିମ ଓଡ଼ିଶାର ବିଦ୍ୟାଳୟ ଗୁଡିକରେ କିପରି ଭାବେ ସମସ୍ତ ବିଷୟ ବହି ପହଞ୍ଚିଥିବ ତାହା ଏଥିରୁ ଅନୁମାନ କରାଯାଇପାରେ।

- Advertisement -

ଶିକ୍ଷାକୁ ମାଗଣା ଓ ବାଧ୍ୟତାମୂଳକ କରିବା ପାଇଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବହି ରାଜ୍ୟ ସରକାର ପିଲାଙ୍କୁ ମାଗଣାରେ ପ୍ରତିବର୍ଷ ଯୋଗାଇ ଦେଉଛନ୍ତି। କିନ୍ତୁ ଏବର୍ଷ ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ବହି ମିଳିନାହିଁ। ଯେତିକି ପିଲା ଅଛନ୍ତି ସେତିକି ବହି ବିଦ୍ୟାଳୟକୁ ଆସୁନଥିବାରୁ ଶିକ୍ଷକମାନେ ବହି ବାଣ୍ଟିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେଉଁ ପିଲାକୁ ଗଣିତ ବହି ଦେଲେ ଆଉ କାହାକୁ ସାହିତ୍ୟ ବହି ଦେବାକୁ ପଡୁଛି। ସବୁ ପିଲାଙ୍କ ପାଇଁ ସବୁ ବିଷୟ ବହି ବିଦ୍ୟାଳୟକୁ ଆସିନାହିଁ। ବହି ମଧ୍ୟ ଛାତ୍ରଛାତ୍ରୀ ସଂଖ୍ୟା ତୁଳନାରେ କମ୍‌ ଆସିଛି। ଏହାଦ୍ବାରା ଶିକ୍ଷକମାନେ ପିଲାଙ୍କୁ ଶିକ୍ଷାଦାନ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାହିଁକି ଆମ ପିଲାମାନଙ୍କୁ ସମ୍ପୂର୍ଣ୍ଣ ବହି ଦେଇନାହିଁ ବୋଲି ଅଭିଭାବକ ଶିକ୍ଷକଙ୍କୁ ପଚାରିଲେ ସଠିକ ଉତ୍ତର ପାଇ ପାରୁନାହାନ୍ତି। ତୁରନ୍ତ ରାଜ୍ୟର ସବୁ ବିଦ୍ୟାଳୟକୁ ସମ୍ପୂର୍ଣ୍ଣ ବହି ଯୋଗାଇବାକୁ ଅଭିଭାବକ ମହଲରେ ଦାବି ହୋଇଛି।

ପ୍ରଥମ, ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏପ୍ରିଲରୁ ଅଗଷ୍ଟ ମାସ ମଧ୍ୟରେ ସ୍ବାକ୍ଷର ଓ ସଂଖ୍ୟାଜ୍ଞାନ ବହି ପଠାଇବାକୁ ସରକାରଙ୍କ ନିର୍ଦେଶ ରହିଛି। ଏହି ବହି ସରକାର ଯୋଗାଇ ଦେଇଥାନ୍ତି। ଅଗଷ୍ଟ ସରିବାକୁ ହାତରେ ଆଉ ଦୁଇ ମାସ ଥିବାବେଳେ ବହି ସବୁ ବିଦ୍ୟାଳୟକୁ ଯୋଗାଣ ହୋଇନାହିଁ। ଅନ୍ୟପଟେ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଶିକ୍ଷକ ଅଭାବ ରହିଛି। କେଉଁ ବିଦ୍ୟାଳୟରେ ଜଣେ ଶିକ୍ଷକ ଶ୍ରେଣୀ ସମ୍ଭାଳୁଛନ୍ତି ତ ଆଉ କେଉଁ ବିଦ୍ୟାଳୟରେ ୫ଜଣ ଶିକ୍ଷକଙ୍କ ପରିବର୍ତ୍ତେ ୨ଜଣ ଶିକ୍ଷକରେ ଚାଲିଛି ପାଠପଢା। ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଶିକ୍ଷକ ଅଭାବ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢା ବ୍ୟାହତ ହେଉଛି। ଓସେପା ପକ୍ଷରୁ ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଉଚ୍ଚ ନ୍ୟାୟାଳୟରେ ମାମଲା ଚାଲିଥିବା ବେଳେ ଗତ ୧୮ରେ ରାୟ ପ୍ରକାଶ ପାଇଛି। ଏହି ୨୦ ହଜାର କନିଷ୍ଠ ଶିକ୍ଷକଙ୍କୁ କେବେ ନିଯୁକ୍ତି ଦିଆଯିବ ତାକୁ ଛାତ୍ରଛାତ୍ରୀ ଓ ଅଭିଭାବକ ଚାହିଁ ବସିଛନ୍ତି। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଶିକ୍ଷକ ନିଯୁକ୍ତି ବିଭାଗର ପ୍ରାଥମିକତା ବୋଲି ସମୀକ୍ଷା ସମୟରେ ଗଣମାଧ୍ୟମକୁ କହିଥିଲେ।

ଏୟାରପୋର୍ଟ ଅଘଟଣ: ମୃତକଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା ସହାୟତା

ରାଜ୍ୟର ସମସ୍ତ ବିଦ୍ୟାଳୟରେ ସମସ୍ତ ପ୍ରକାର ବହି ନମିଳିବାରୁ ବାଧ୍ୟ ହୋଇ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ପାଖରେ ଫେରାଦ ହୋଇଛି। ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି ଯେ, ବର୍ତ୍ତମାନ ବେସରକାରୀ ବିଦ୍ୟାଳୟରେ ସରକାର ଆବଶ୍ୟକ ପରିମାଣର ବହି ଯୋଗାଇଥିଲେ ମଧ୍ୟ ସରକାରୀ ବିଦ୍ୟାଳୟକୁ ବହି ଯୋଗାଇବାରେ ବିଫଳ ହୋଇଛନ୍ତି। ଘରୋଇ ବିଦ୍ୟାଳୟ ପ୍ରୀତିରେ ପାଇଁ ସରକାରୀ ବିଦ୍ୟାଳୟକୁ ସରକାର ଅଣଦେଖା କରୁଛନ୍ତି। ତୁରନ୍ତ ପାଠ୍ୟପୁସ୍ତକ ଆବଶ୍ୟକ ଅନୁଯାୟୀ ଯୋଗାଇବାକୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଦାବି କରିଛି।

ନାରାୟଣପାଟଣାରେ ଶିଶୁ ମଡ଼କ, କାରଣ ଖୋଜୁଛି ସ୍ବାସ୍ଥ୍ୟ ବିଭାଗ

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories