www.samajalive.in
Tuesday, December 9, 2025
17.1 C
Bhubaneswar

‘ଆଇ ଆମ୍ ସରି ପାପା..’ ୮ମ ମହଲାରୁ ଡେଇଁ ପଡିଲେ ଯୁବତୀ

ଇନ୍ଦୌର: ମଧ୍ୟପ୍ରଦେଶର ଇନ୍ଦୌର ସହରରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଜଣେ ଯୁବତୀ ଅଷ୍ଟମ ମହଲାରୁ କୁଦି ଆତ୍ମହତ୍ୟା କରିଛନ୍ତି । ମୃତକ ୩୭ ବର୍ଷୀୟା ସୁରଭି ଜୈନ ବୋଲି ଜଣା ପଡିଛି । ଆତ୍ମହତ୍ୟା ପୂର୍ବରୁ ସେ ନିଜ ପିତାଙ୍କୁ ଭାବୁକ ସୁଇସାଇଡ୍ ନୋଟ୍ ଲେଖିଥିଲେ । କହିରଖୁଛୁ ସୁରଭି ଟିସିଏସ୍ କମ୍ପାନୀରେ ପ୍ରୋଜେକ୍ଟ ମ୍ୟାନେଜର ଥିଲେ ।

ଘଟଣାଟି ଇନ୍ଦୌରର ବିଜୟ ନଗର ଅଞ୍ଚଳରେ ଘଟିଛି । ସୁରଭି ଜୈନ ନିଜ ପିତା-ମାତାଙ୍କ ସହ ରହୁଥିଲେ । କିନ୍ତୁ ସୋମବାର ସେ ବିସିଏମ୍ ହାଇଟ୍ସର ୮ମ ମହଲାରୁ କୁଦିପଡିଛନ୍ତି । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ସୁରଭି ଆତ୍ମହତ୍ୟା ପୂର୍ବରୁ ନିଜ ପିତା ଅଶୋକ କୁମାର ଜୈନଙ୍କ ପାଇଁ ଏକ ସୁଇସାଇଡ୍ ନୋଟ୍ ଲେଖିଥିଲେ, ଯେଉଁଥିରେ ଲେଖା ଥିଲା – ଆଇ ଆମ୍ ସରି ପାପା… ଅନ୍ୟପଟେ ପିତାଙ୍କ କହିବାନୁସାରେ ସେ ମାନସିକ ଅବସାଦରେ ରହୁଥିଲେ । ତାଙ୍କର ଚିକିତ୍ସା ଚାଲିଥିଲା  । ସୁରଭି ତାଙ୍କର ଏକମାତ୍ର ଝିଅ ଥିଲେ । ସୋମବାର ସେ ଘରୁ ଅଫିସକୁ ଯାଇଥିଲେ କିନ୍ତୁ ଘରକୁ ଫେରିନଥିଲେ ଏବଂ ବିସିଏମ୍ ହାଇଟ୍ସରୁ ଡେଇଁପଡିଥିଲେ । ଛାତ ଉପରୁ ତାଙ୍କ ଫୋନକୁ ପାଇଛି ପୁଲିସ ।

ବବିଙ୍କ କ୍ଵାର୍ଟର୍ସ ଭଙ୍ଗା ପ୍ରସଙ୍ଗ: କହିଲେ ଯେମିତି ନେଇଥିଲି, ସେମିତି ଫେରାଇବି

- Advertisement -

ସୁରଭି ବିବାହିତ ଏବଂ ନିକଟରେ ତାଙ୍କର ଛାଡପତ୍ର ହୋଇଥିଲା । ସେ ଅନୁପ ନଗର ଏନଆଇଜିରେ ରହୁଥିଲେ । କୁହାଯାଉଛି କି ସେ ଛାଡପତ୍ର ଯୋଗୁଁ ଅବସାଦରେ ରହୁଥିଲେ । ଯାଞ୍ଚ ସମୟରେ ସାମ୍ନାକୁ ଆସିଛି ଯେ ସେ ଆତ୍ମହତ୍ୟା ପୂର୍ବରୁ ନିଜ ସମସ୍ତ ଗହଣା ପିତା-ମାତାଙ୍କୁ ପ୍ରଦାନ କରିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories