www.samajalive.in
Monday, December 8, 2025
20.1 C
Bhubaneswar

ଆସିଲା ‘ଧୋନୀ ଏଡିଶନ’ ଏସୟୁଭି, କିଣିପାରିବେ ମାତ୍ର ୧୦୦ ଗ୍ରାହକ

ନୂଆଦିଲ୍ଲୀ : ଚଳିତ ସପ୍ତାହରେ ସିଟ୍ରୋଏନ୍ ଇଣ୍ଡିଆ ଦେଶରେ ସି୩ ଏୟାରକ୍ରସ୍ ଧୋନୀ ଏଡିଶନ୍ ଲଞ୍ଚ୍ କରିଥିଲା । ଏହାର ଦାମ୍ ୧୧.୮୨ ଲକ୍ଷ ଟଙ୍କା(ଏକ୍ସ-ଶୋରୁମ୍)ରୁ ଆରମ୍ଭ ହେଉଛି । ଏହି ଖାସ୍ ଭେରିଏଣ୍ଟର  ବୁକିଂ ୧୮ ଜୁନରୁ ଆରମ୍ଭ ହୋଇଥିଲା ଏବଂ ଧିରେ ଧିରେ ଦେଶର ସ୍ଥାନୀୟ ଡିଲରସିପରେ ପହଞ୍ଚିବାରେ ଲାଗିଛି । ଖୁବ୍ ଶୀଘ୍ର ଏହାର ଡେଲିଭରୀ ମଧ୍ୟ ଆରମ୍ଭ ହେବ । ସାରା ଦେଶରେ ଏହାର ୧୦୦ ୟୁନିଟ୍ ବିକ୍ରି କରାଯିବ ।

ସି୩ ଏୟାରକ୍ରସ୍ ଧୋନୀ ଏଡିଶନର କେବଳ ୧୦୦ ୟୁନିଟ୍ ହିଁ ଦେଶରେ ବିକ୍ରି ପାଇଁ ଉପଲବ୍ଧ ହେବ । ୨୦୨୪ ସିଥ୍ରୀ ଏୟରକ୍ରସ୍ ଧୋନୀ ଏଡିଶନରେ ଗ୍ଲୋବବକ୍ସରେ ଧୋନୀ-ଥିମ୍ ବିଶିଷ୍ଟ ଜିନିଷ ମିଳିବ ଏବଂ ବଛା ବଛା କିଛି ଗ୍ରାହକଙ୍କୁ ଧୋନୀଙ୍କ ସିଗ୍ନେଚର ହୋଇଥିବା ଗ୍ଲୋବ୍ସ ଜିତିବାର ସୁଯୋଗ ମିଳିବ ।

- Advertisement -

ସିଟ୍ରୋଏନ୍ ସି୩ ଏୟରକ୍ରସ୍ ଧୋନୀ ଏଡିଶନରେ ୧.୨ ଲିଟର ୩ ସିଲିଣ୍ଡର ଟର୍ବୋ ପେଟ୍ରୋଲ ଇଞ୍ଜିନ୍ ମିଳୁଛି । ଏଥିରେ ୬ ସ୍ପିଡ୍ ମାନୁଆଲ୍ ବା ୬ ସ୍ପିଡ୍ ଅଟୋମେଟିକ୍ ଟ୍ରାନ୍ସମିଶନ ମିଳେ  ଯାହା ଯଥାକ୍ରମେ ୧୦୯ ବିଏଚପି/୧୯୦ ଏନଏମ୍ ଏବଂ ୧୦୯ ବିଏଚପି/୨୦୫ ଏନଏମର ପାଓ୍ବର ଜେନେରେଟ୍ କରିବାରେ ସକ୍ଷମ । ଏହାର ଡୋରରେ ଧୋନୀ ଏଡିଶନ ଗ୍ରାଫିକ୍ସ ମଧ୍ୟ ମିଳିବ । ଗାଡି ପଛରେ ଧୋନୀଙ୍କ ଜର୍ସି ନମ୍ବର ଦର୍ଶାଇବା ପାଇଁ ‘୭’ ଲେଖାଯାଇଛି ।

ଏହି ସମୟରେ ଭଗବାନ ଶଙ୍କରଙ୍କୁ ପୂଜା କଲେ ଘରେ ରହିବନି ଧନର ଅଭାବ..

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories