www.samajalive.in
Sunday, December 7, 2025
15.1 C
Bhubaneswar

କେନ୍ଦୁଝରରେ ବୃହତ୍‍ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ହେଉ ଓ ବେଦ ବିଦ୍ୟାଳୟକୁ ମାଲିକାନାସତ୍ତ୍ବ ପଟ୍ଟା ମିଳୁ

କେନ୍ଦୁଝରଗଡ:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନ୍ମମାଟି କେନ୍ଦୁଝରକୁ ଦୁଇଦିନିଆ ଗସ୍ତ ପରିପ୍ରେକ୍ଷୀରେ ରବିବାର ସନ୍ଧ୍ୟାରେ କେନ୍ଦୁଝର ଷ୍ଟାଡିୟମ ପଡିଆ ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ କେନ୍ଦୁଝରର ଅଗ୍ରଣୀ ସଙ୍ଗଠନ ଯୁବ ଓ ଶ୍ରମ ବିକାଶ ମଞ୍ଚ ପକ୍ଷରୁ ସମ୍ପାଦିକା ଶୈଳବାଳା ପରିଡା, ସଭାପତି ରଞ୍ଜନ କୁମାର ବେହେରା, ନବୀନ କୁମାର ପଲେଇ, ସୁରେଶ ଚନ୍ଦ୍ର ପଲେଇ, ରଞ୍ଜନ ମହନ୍ତ, ବୀରେନ୍ଦ୍ର ପରିଡା, ହେମନ୍ତ ମହନ୍ତ ପ୍ରମୁଖ ପୁଷ୍ପଗୁଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ କେନ୍ଦୁଝରରେ ବୃହତ୍‍ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ସହ ଧରଣୀଧର ମେଡିକାଲ କଲେଜକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରି ସମସ୍ତ ବିଭାଗରେ ରୋଗୀ ସେବା ଆରମ୍ଭ କରିବା, ମେଡିକାଲ କଲେଜରୁ ସେଣ୍ଡକାପ ଦେଇ ରାଇକଳା ଢ଼ିପାସାହି ପର୍ଯ୍ୟନ୍ତ ଦୁଇଲେନ ବିଶିଷ୍ଟ ରାସ୍ତା ନିର୍ମାଣ, ବୈତରଣୀ ନଦୀରେ ନିର୍ମାଣାଧିନ କାନପୁର ବୃହତ ଜଳ ସେଚନ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରି ଚାଷୀଙ୍କ ଜମିକୁ ଜଳସେଚିିତ କରିବା, କେନ୍ଦୁଝର ଜିଲାରେ ନିରବଛିନ୍ନ ବିଦ୍ୟୁତ ଯୋଗାଣ, ପଳାଶପଙ୍ଗା, ନରଣପୁର, ବସନ୍ତପୁର ଓ ଅସନପାଟ ଆଦି ଉଚ୍ଚବିଦ୍ୟାଳୟରେ ଚଳିତବର୍ଷ ଠାରୁ ଯୁକ୍ତଦୁଇ ପାଠ୍ୟକ୍ରମ ଆରମ୍ଭ କରିବାକୁ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏଥିସହିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ପୂର୍ବରୁ କାର୍ଯ୍ୟରତ କମ୍ପୁଟର ଡାଟା ଏଣ୍ଟ୍ରିଅପରେଟର ମାନେ କିପରି ସେମାନଙ୍କ ଚାକିର ଫେରିପାଇବେ ସେ ବିଷୟରେ ମଧ୍ୟ ଯୁବ ଓ ଶ୍ରମ ବିକାଶ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ କେନ୍ଦୁଝର ଗସ୍ତରେ ଆସି ରବିବାର ପ୍ରଥମଦିନରେ କେନ୍ଦୁଝର ଠାରେ ଆୟୋଜିତ ରୋଡ ଶୋ’ ପ୍ରାରମ୍ଭରେ ସିଦ୍ଧମଠସ୍ଥିତ ବେଦ ବିଦ୍ୟାଳୟ ପକ୍ଷରୁ ପ୍ରଥମେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବିଦ୍ୟାଳୟର ଆଚାର୍ଯ୍ୟ ଓ ଛାତ୍ରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ପୁଷ୍ପଗୁଛ ଓ ଉପଢ଼ୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ପରେ ଶ୍ରୀ ମାଝୀ ବିଦ୍ୟାଳୟ ବୁଲି ଦେଖିଥିଲେ । ଏହାପରେ ବିଦ୍ୟାଳୟ ପରିଚାଳନା ସମିତି ସଭାପତି କୈଳାଶ ଚନ୍ଦ୍ର ପଣ୍ଡା, କାର୍ଯ୍ୟକାରୀ ସଭାପତି ତଥା ବରିଷ୍ଠ ଆଇନଜୀବୀ ଚର୍ତୁଭୁଜ ହୋତା, ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ନିମାଇଁ ଚରଣ ଦାଶ, ଯୁଗ୍ମସମ୍ପାଦକ ଇଂ ହରମୋହନ ପଟ୍ଟନାୟକ, କୋଷାଧ୍ୟକ୍ଷ ରବୀନ୍ଦ୍ର କୁମାର ପଣ୍ଡା ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଦ୍ୟାଳୟର ମାଲିକାନାସତ୍ତ୍ୱ ପଟ୍ଟା କିଭଳି ମିଳିପାରିବ, ଛାତ୍ରଙ୍କ ସୁରକ୍ଷା ଦୃଷ୍ଟିରୁ ବିଦ୍ୟାଳୟ ଚତୁଃପାଶ୍ୱର୍ରେ ପାଚେରୀ ନିର୍ମାଣ ଏବଂ ଆବଶ୍ୟକତା ଦୃଷ୍ଟିରୁ ଅତିକମରେ ୫ଟି ଶ୍ରେଣୀ ଗୃହ ଯୋଗାଇ ଦେବାକୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏ ଦିଗରେ ବୀହିତ ପଦକ୍ଷେପ କିଭଳି ଗ୍ରହଣ କରାଯିବା ନେଇ ମୁଖ୍ୟମନ୍ତ୍ରୀ ପରିଚାଳନା ସମିତିକୁ ପ୍ରତିଶ୍ରୁତି ଦେଇଥିବା ସମ୍ପାଦକ ଶ୍ରୀ ଦାଶ କହିଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories