www.samajalive.in
Tuesday, December 9, 2025
16.1 C
Bhubaneswar

ମଇଁଷି ଚୋରକୁ ଧରିଲେ ଗ୍ରାମବାସୀ

ଲାଞ୍ଜିଗଡ:କଳାହାଣ୍ଡି ଜିଊର ବିଜେପୁର ଥାନା ଉପାନ୍ତ ଅଞ୍ଚଳରେ  ଛେଳି, ମେଣ୍ଡା, ଗାଈ, ଓ ମଇଁଷି ଭଳି ଅନେକ ଗୃହପାଳିତ ପଶୁ  ଦିନକୁ ଦିନ ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ଶନିବାର ବିଳମ୍ବିତ ରାତିରେ ୨ ଜଣ ମଇଁଷି ଚୋର ଗ୍ରାମବାସୀ ଧରିଥିଲେ। ଲାଞ୍ଜିଗଡ ବ୍ଲକ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ପେଙ୍ଗଶୁର ଗାଁର ବିଶ୍ୱମ୍ବର ନାଗ ଓ ରାୟଗଡା ଜିଲା ମୁନିଗୁଡ଼ା ବ୍ଲକ ଡେପାଗୁଡ଼ାର ପଦ୍ମନ କନ୍ଦପାନ ଶନିବାର ବିଳମ୍ବିତ ରାତିରେ ବେନଗାଁ ପଞ୍ଚାୟତ ଘୋଡାପୋଖରୀ ଗାଁର ପିଲି ମାଝୀଙ୍କ ଗୁହାଳରୁ ୨ଟି ମଇଁଷିକୁ  ବାହାର କରିଥିଲେ। ଏହାପରେ ସେମାନେ ଚୋରାଚାଲାଣ କରୁଥିବା ସମୟରେ ଘୋଡ଼ାପୋଖରୀ ବେତିଆପଡ଼ା ତିନି ଛକ ନିକଟରେ ପିଲି ମାଝୀଙ୍କ ସମେତ ଗ୍ରାମବାସୀ  ଚୋରକୁ କାବୁ କରିଥିଲେ।
  ମୁନିଗୁଡ଼ା ବ୍ଲକ ବୋରିଖାଳ ଅଞ୍ଚଳର ସମନାଥ ମାଝୀ ଓ ଖଗେଶ୍ୱର ନାଗ କୌଶଳକ୍ରମେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଉଭୟ ଚୋରଙ୍କୁ ରାତି ସାରା ଗାଁରେ ଅଟକ ରଖିବା ପରେ ଏନେଇ ସ୍ଥାନୀୟ ସରପଞ୍ଚ ପୁରାଣା ମାଝୀ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କଲା ପରେ ମଧ୍ୟ ସମସ୍ୟା ସମାଧାନ ହୋଇ ନଥିଲା। ଏସମ୍ପର୍କରେ ବିଜେପୁର ପୁଲିସ ଖବର ପାଇ ସକାଳେ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଜଣ ଚୋରକୁ ଥାନାକୁ ନେଇଯିବା ସହ ସେମାନଙ୍କ ୨ଟି ଗାଡ଼ି ଜବତ କରିଥିଲେ।
ବିଗତ ଦିନରୁ ବିଜେପୁର ଅଞ୍ଚଳରେ ଛେଳି,ମେଣ୍ଡା,ଗାଈ ଓ ପୋଡ଼ ଭଳି ଗୃହ ପାଳିତ ପଶୁ ଚୋରା ଚାଲାଣ ହେଉଥିବା ବେଳେ ଏହି ଅଞ୍ଚଳରୁ ହାରାହାରି ୨୫ ଜଣଙ୍କର ୭୮ ଗୋଟି ଗୃହପାଳିତ ପଶୁ  ନିଖୋଜ ହୋଇଥିବା ଥାନାରେ ଆଜି ଅଭିଯୋଗ ହୋଇଥିବା ଜଣା ପଡ଼ିଛି। ଏହି ଅଭିଯୋଗକୁ ଆଧାର କରି ବିଜେପୁର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ୟାମ କୁଲସିକା ଘଟଣା ଦୃଷ୍ଟି ରଖି ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories