www.samajalive.in
Sunday, December 7, 2025
13.1 C
Bhubaneswar

ସମ୍ବଲପୁରରେ ପୁର୍ନବାର ଜଣ୍ଡିସର ପ୍ରକୋପ ଆରମ୍ଭ, ୪୯ ଆକ୍ରାନ୍ତ

ସମ୍ବଲପୁର: ଦୀର୍ଘ ଏକ ଦଶନ୍ଧି ଧରି ସମ୍ବଲପୁର ସହରରେ ପ୍ରତି ବର୍ଷ ଜଣ୍ଡିସ (କାମଳ)ର ଆତଙ୍କ ଉଣା ଅଧିକେ ଦେଖାଯାଉଥିବା ବେଳେ ୨୦୧୪ ମସିହା ପରେ ଚଳିତ ବର୍ଷ ସର୍ବାଧିକ ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହୋଇଥିବାର ଜଣାପଡିଛି। ବିଗତ କିଛି ଦିନ ହେବ ସମ୍ବଲପୁରରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଥିବା ବେଳେ ଆଜି ପର୍ଯ୍ୟନ୍ତ ୪୯ ଜଣ ଆକ୍ରାନ୍ତ ଥିବାର ଜଣାପଡିଛି। ସହରର କୁମ୍ଭାରପଡା, ପେନସନପଡା ଓ ଧୁବା ପଡା ଅଞ୍ଚଳରେ ଜଣ୍ଡିସ ପରିସ୍ଥିତି ଅଧିକ ଗୁରୁତର ହୋଇଥିବା ବେଳେ ଏଥିରେ ସର୍ବାଧିକ ଛୋଟ ପିଲା ମାନେ ଆକ୍ରାନ୍ତ ହୋଇଛନ୍ତି। ଏହି ଘଟଣା ଜଣାପଡିବା ପରେ ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ଦଳ ପ୍ରଭାବିତ ଅଞ୍ଚଳ ଗୁଡିକୁ ପରିଦର୍ଶନ କରି ଲୋକ ମାନଙ୍କୁ ସଚେତନ କରୁଛନ୍ତି।

୨୦୧୩ ମସିହାରେ ଜଣ୍ଡିସର କରାଳ ରୂପ ସମ୍ବଲପୁରବାସୀ ଦେଖିଥିବା ବେଳେ ସେ ସମୟରେ ୧୦ ହଜାରରୁ ଉର୍ଦ୍ଧ ଲୋକେ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ଅନେକ ମୃତ୍ୟୁ ମୁଖରେ ପଡିଥିଲେ। ବିଗତ ଗୋଟିଏ ମାସ ମଧ୍ୟରେ ୪୯ ଜଣ ଜଣ୍ଡିସ ରୋଗୀ ଚିହ୍ନଟ ହୋଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଉଛି ବୋଲି ସୂଚନା ଦିଆଯାଇଛି। ସହରର କୁମ୍ଭାରପଡା ଅଞ୍ଚଳରୁ ୨୮୦୯ ଜଣ ଲୋକଙ୍କ ନମୁନା ସଂଗ୍ରହ କରାଯାଇଥିବା ବେଳେ ୪୧ଟି ଜଣ୍ଡିସ ଆକ୍ରାନ୍ତ ଥିବାର ଜଣାପଡିଛି। ଧୁବାପଡା ଅଞ୍ଚଳରେ ୬୮୨ ଜଣଙ୍କ ପରୀକ୍ଷା କରାଯାଇଥିବା ବେଳେ ସେଥି ମଧ୍ୟରୁ ୮ଟି ଜଣ୍ଡିସ ମାମଲା ଚିହ୍ନଟ ହୋଇଛି। ପେନସନପଡା ଅଞ୍ଚଳରେ ୧୬୪୭ ଜଣଙ୍କ ନମୁନା ସଂଗ୍ରହ କରାଯାଇଥିବା ବେଳେ କୌଣସି ମାମଲା ସମ୍ମୁଖକୁ ଆସି ନାହିଁ। ଦୂଷିତ ଜଳ ଓ ଫାଷ୍ଟ ଫୁଡ ଜଣ୍ଡିସ ରୋଗର ମୁଖ୍ୟ କାରଣ ହୋଇଥିବା ବେଳେ ୧୪ ବର୍ଷରୁ କମ ବୟସର ଅଧିକ ମାମଲା ସମ୍ମୁଖକୁ ଆସିଛି।

- Advertisement -

ଏଥିସହ ପ୍ରଭାବିତ ଅଞ୍ଚଳରୁ ପାଣି ପରୀକ୍ଷା କରାଯିବା ସହିତ ଖାଦ୍ୟ ନମୁନା ମଧ୍ୟ ପରୀକ୍ଷା କରାଯାଉଛି। ଦୂଷିତ ପାଣି, ପିଇବା ପାଣିରେ ନାଳ ନର୍ଦ୍ଦମାର ପାଣି ମିଶିବା ଆଦି କାରଣରୁ ଜଣ୍ଡିସ ରୋଗ ବିଭିନ୍ନ ମାଧ୍ୟମରେ ବ୍ୟାପୁଥିବାର ସାଧାରଣରେ ଅଭିଯୋଗ ହେଉଛି। ଏଣୁ ଜିଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଏକ ଦଳ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଲୋକ ମାନଙ୍କୁ ବାହାରର ଖାଦ୍ୟ ନ ଖାଇବା ସହିତ ପାଣି ଫୁଟାଇ ପିଇବା ପାଇଁ ପରାମର୍ଶ ଦେଉଛନ୍ତି।

ଜିଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଯେ ବିଭିନ୍ନ ସ୍ଥାନରେ ଜଣ୍ଡିସ ଘଟଣା ସୂଚନା ମିଳିବା ପରେ ପାଣି ଗୁଡିକର ନମୁନା ସଂଗ୍ରହ କରାଯାଇ ଲୋକଙ୍କୁ ସଚେତନ କରାଯାଉଛି। ତେବେ ପୁର୍ନବାର ଜଣ୍ଡିସ ଯୋଗୁଁ ସମ୍ବଲପୁରରେ ଦେଖା ଦେଇଥିବାରୁ ସହରରେ ଭୟର ବାତାବରଣ ଦେଖା ଦେଇଥିବା ବେଳେ ଏହାକୁ ନିୟନ୍ତ୍ରଣ ପାଇଁ ସବୁ ପ୍ରକାରର ପଦକ୍ଷେପ ନିଆଯାଉଛି ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରିଣୀ କହିଛନ୍ତି।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories