www.samajalive.in
Sunday, December 7, 2025
15.1 C
Bhubaneswar

ହ୍ବାଟ୍ସଆପ୍‌ରେ ଆସିଲା ନୂଆ ଅପ୍‌ଡେଟ୍‌, ଦୂର ହେଲା ବଡ଼ ସମସ୍ୟା

ସମାଜ ଡିଜିଟାଲ ଡେସ୍କ: ହ୍ବାଟ୍ସଆପ୍‌ର ସବୁଠୁ ବଡ଼ ସମସ୍ୟା ଦୂର ହୋଇଛି। ହ୍ବାଟ୍ସଆପ୍‌ ଏକ ନୂଆ ଅପ୍‌ଡେଟ୍‌ ରିଲିଜ୍‌ କରିଛି, ଯେଉଁଥିରେ ଡିଫଲ୍ଟ ମିଡିଆ ଫାଇଲ୍‌ର ଫର୍ମାଟ୍ ଏଚ୍‌ଡି ହୋଇଯାଇଛି। ସାଧାରଣତଃ କାହାକୁ ଫଟୋ କିମ୍ବା ଭିଡିଓ ପଠାଇବାବେଳେ ଆମକୁ ଏଚଡି ସିଲେକ୍ଟ କରିବାକୁ ପଡ଼ିଥାଏ, କିନ୍ତୁ ବର୍ତ୍ତମାନ ଏହା ଡିଫଲ୍ଟ ଭାବେ ଏଚ୍‌ଡି ହେବ। ଏଠାରେ ସୂଚନାଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚ ମାସରେ ହ୍ବାଟ୍ସଆପ୍‌ ଏଚ୍‌ଡି ଫଟୋ ଭିଡିଓ ସପୋର୍ଟ ରିଲିଜ୍ କରିଥିଲା।

ବଦଳିଲା ହ୍ବାଟ୍ସଆପ୍‌ର ଡିଫଲ୍ଟ ମିଡିଆ କ୍ଵାଲିଟି:

- Advertisement -

ହ୍ବାଟ୍ସଆପ୍‌ର ଏହି ଫିଚର୍ ବିଷୟରେ ସର୍ବପ୍ରଥମେ ଆଣ୍ଡ୍ରଏଡ୍‌ ପୋଲିସ୍‌ ଓ୍ବେବସାଇଟ୍‌ ସୂଚନା ଦେଇଛି। ରିପୋର୍ଟରେ କୁହାଯାଇଛି ଯେ, ଏଣିକି କୌଣସି ଫଟୋ କିମ୍ବା ଭିଡିଓ ପଠାଇବା ପୂର୍ବରୁ ଏହାର କ୍ଵାଲିଟିକୁ ଏଚ୍‌ଡିରେ ସେଟ୍‌ କରିବାକୁ ପଡ଼ିବ ନାହିଁ। ଏବେ ଡିଫଲ୍ଟ ରୂବେ ଏହି ସେଟିଙ୍ଗ୍‌ ଏଚ୍‌ଡି ହେବ, କିନ୍ତୁ ଏଥିପାଇଁ ପ୍ରଥମେ ଆପଣଙ୍କୁ ସେଟିଙ୍ଗ୍‌ କରିବାକୁ ପଡ଼ିବ।

ଡିଫଲ୍ଟ ମିଡିଆ କ୍ଵାଲିଟି ଏଚ୍‌ଡି ପାଇଁ ସେଟିଙ୍ଗ୍‌ରେ ଷ୍ଟୋରେଜ୍‌ ଓ ଡାଟା ସେଟିଙ୍ଗ୍‌କୁ ଯାଇ ଏଚ୍‌ଡି ସିଲେକ୍ଟ କରିବାକୁ ପଡ଼ିବ। ଏସ୍‌ଡି କ୍ଵାଲିଟିରେ ମିଡିଆ ଫାଇଲ ଶୀଘ୍ର ଶେୟାର ହୋଇଥାଏ ଏବଂ ଡାଟା ମଧ୍ୟ କମ୍‌ ଖର୍ଚ୍ଚ ହୋଇଥାଏ। କିନ୍ତୁ ଏଚ୍‌ଡିରେ ଏସ୍‌ଡି ତୁଳନାରେ ୬ ଗୁଣା ବଡ଼ ଫାଇଲ୍‌ ଶେୟାର ହୋଇଥାଏ ଏବଂ ଅଧିକ ଡାଟା ମଧ୍ୟ ବ୍ୟବହାର ହୋଇଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories