www.samajalive.in
Tuesday, December 9, 2025
17.1 C
Bhubaneswar

ଦୂଷିତ ପାଣିରେ ବିତୁଛି ବଡ ମହୁଲଡିହା ଗ୍ରାମବାସୀଙ୍କ ଜୀବନ

ପାଟଣା: ପାଟଣା ବ୍ଲକ ଚିନାମାଳିପଶି ପଞ୍ଚାୟତ ବଡମହୁଲଡିହା ଗ୍ରାମବାସୀ ବର୍ଷ ବର୍ଷ ଧରି ଦୂଷିତ ପାଣିରେ ଜୀବନ ବିତାଉଛନ୍ତି। ଦୀର୍ଘ ୨୫ ବର୍ଷ ବିଜେଡି ସରକାରରେ ଗ୍ରାମବାସୀଙ୍କୁ ମିଳି ପାରିଲାନି ସ୍ବଚ୍ଛ ପାନୀୟ‌ ଜଳ। ଫଳରେ ଚୁଆର ଦୂଷିତ ପାଣିକୁ ନିର୍ଭର କରି ଗ୍ରାମବାସୀ ଜୀବନ ନିର୍ବାହ କରୁଛନ୍ତି। ଏଠାରେ ପ୍ରଚାରରେ ସୀମିତ ରାଜ୍ୟ ସରକାରଙ୍କ ଯୋଜନା। ନା ସାହିକୁ ଅଛି ଭଲ ରାସ୍ତା, ନା ଅଛି ପାନୀୟ ଜଳର ବ୍ୟବସ୍ଥା। ବର୍ଷ ବର୍ଷ ଧରି ଏହିଭଳି ସମସ୍ୟାରେ ଜର୍ଜରିତ ହେଉଛନ୍ତି ବଡ ମହୁଲଡିହା ସାହି ବାସିନ୍ଦା। ସାହିରେ ଫେଲ ମାରିଛି ସରକାରଙ୍କ ଯୋଜନା। ଏଠାରେ ପ୍ରଚାରରେ ସୀମିତ ରହିଛି ବିଜେଡି ସରକାରଙ୍କ ବିଶୁଦ୍ଧ ପାନୀୟ ଜଳ ଯୋଜନା । ରାଜନୈତିକ ଇଚ୍ଛାଶକ୍ତି ଓ ପ୍ରଶାସନିକ ଅବହେଳା ଯୋଗୁଁ ଲୋକେ ବାଧ୍ୟ ହୋଇ ନଳକୂପର ଦୂଷିତ ଲାଲ୍ ପାଣି ଓ ଦେଢରୁ ଦୁଇ କିଲୋମିଟର ଦୂରରେ ଥିବା ଚୁଆ ପାଣିରେ ଜୀବନ ବଞ୍ଚାଉଛନ୍ତି। ପଞ୍ଚାୟତଠାରୁ ବ୍ଲକ ଯାଏଁ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ। ଗ୍ରାମରେ ୨ଟି ଓ୍ବାର୍ଡ଼ ରହିଥିବାବେଳେ ଲୋକସଂଖ୍ୟା ଏକ ହଜାରରୁ ଊର୍ଦ୍ଧ୍ବ। ଏଠାରେ ଦୁଇଟି ନଳକୂପ ରହିଥିଲେ ମଧ୍ୟ ତାହା ଏବେ ଜଳସ୍ତର ଖସିଯିବାରୁ କମ୍ ପାଣି ବାହାରିବା ସହ ଲାଲ୍ ଦୁର୍ଗନ୍ଧ ପାଣି ବାହାରୁଛି। ଫଳରେ ବାଧ୍ୟ ହୋଇ ଲୋକେ ଦେଢରୁ ଦୁଇ କିଲୋମିଟର ଦୂରରେ ଥିବା ଚୁଆରୁ ଅପରିଷ୍କାର ପାଣି ବ୍ୟବହାର କରି ବିଭିନ୍ନ ରୋଗର ଶିକାର ହେଉଛନ୍ତି । ଏହି ସାହିକୁ ନା ଭଲ ରାସ୍ତା ଅଛି ନା ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ଏଠାରେ ମଧ୍ୟ ଏକ ବିଚିତ୍ର ପୋଲ ଦେଖିବାକୁ ମିଳିଛି।‌ ପୋଲଟି ଘଟଗାଁ ବ୍ଲକର ପାଣୁପଶି ଗ୍ରାମକୁ ସଂଯୋଗ କରୁଥିବାବେଳେ ଏଠାରେ ରାସ୍ତା ନିର୍ମାଣ ନହୋଇ ଏକ ଅସମ୍ପୂର୍ଣ୍ଣ ପୋଲ ନିର୍ମିତ ହୋଇ ରହିଛି।

ପାଖାପାଖି ୧୦ ବର୍ଷ ତଳେ ନିର୍ମାଣ ହୋଇଥିଲା ଏହି ପୋଲ। ରାସ୍ତା ନିର୍ମାଣ ନହୋଇ କେମିତି ହୋଇଛି ଏହି ପୋଲ ନିର୍ମାଣ ହୋଇଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗାଁର କୂଅ ପୋଖରୀ ଏବେ ଶୁଖି ଯାଇଥିବା ବେଳେ ପାନୀୟ ଜଳ ପାଇଁ ଏଠାରେ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି । ବର୍ଷ ବର୍ଷ ଏଠି ଜଳ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ। କେବଳ ଯେ ଗ୍ରୀଷ୍ମ ଆସିଲେ ଏଠାରେ ପାନୀୟ ଜଳ ସମସ୍ୟା ଦେଖାଦିଏ ତାହା ନୁହେଁ। ସ୍ବାଧୀନତାର ୭ ଦଶନ୍ଧି ପରେ ମଧ୍ୟ ଏଠାରେ ଅଭିଶପ୍ତ ଜୀବନ ଜୀଉଛନ୍ତି ଗ୍ରାମବାସୀ । ନିଜର ହକ ପାଇଁ ପଞ୍ଚାୟତଠାରୁ ବ୍ଲକ ଅଫିସ୍ ଗଲେବି କେହି ଶୁଣୁ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୨୫ ବର୍ଷ ବିଜେଡି ସରକାରଙ୍କୁ ଭୋଟ ଦେଇ କିଛି ଗ୍ରାମବାସୀ କିଛି ସୁବିଧା ପାଇ ନଥିବାରୁ ଏଥର ସରକାର ବଦଳାଇଥିବା କହିଛନ୍ତି। ବଡ ମହୁଲଡିହା ଗ୍ରାମର ଏଭଳି ସମସ୍ୟା ନେଇ ପାଟଣା ବିଡିଓଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେଇନଥିଲେ ‌।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories