www.samajalive.in
Monday, December 8, 2025
27.1 C
Bhubaneswar

ଜାତୀୟ କୁମ୍ଭୀର ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ

ଗୁରୁଡ଼ିଝାଟିଆ: ମହାନଦୀ କୂଳରେ ଅବସ୍ଥିତ ଗାଁମାନଙ୍କରେ ଜାତୀୟ କୁମ୍ଭୀର ଦିବସ ଉପଲକ୍ଷେ ଏକ ସଚେତନତା କାର୍ଯ୍ୟକ୍ରମ ସୋମବାର ଖୁଣ୍ଟୁଣୀ ବନାଞ୍ଚଳ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ବନାଞ୍ଚଳ ଅଧିକାରୀ ନୀଳମାଧବ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କଖଡି କୈବର୍ତ୍ତ ସାହି ଓ ମତ୍ସ୍ୟଜୀବୀ ପରିବାର ରହୁଥିବା ସ୍ଥାନରେ ସଚେତନ କରାଯାଇଛି। ମହାନଦୀରେ ସମୟେ ସମୟେ ଘଡ଼ିଆଳ ଜାତିର କୁମ୍ଭୀର ଦେଖାଯାଉଛନ୍ତି। ଏମାନେ ସାଧାରଣତଃ ମାଛ ଖାଇଥାନ୍ତି। ମଣିଷର କିଛି କରିନଥାନ୍ତି। ତେଣୁ ଏହି ଜାତୀୟ କୁମ୍ଭୀରକୁ ନମାରିବା, ଜାଲରେ ପଡ଼ିଲେ ପୁନଶ୍ଚ ନଦୀକୁ ଛାଡିଦେବା ଆଦି ସଂପର୍କରେ ବନାଞ୍ଚଳ ଅଧିକାରୀ ଶ୍ରୀ ସାହୁ ବୁଝାଇବା ସହ ଘଡ଼ିଆଳର ସୁରକ୍ଷା ଏବଂ ବିପଦ ଅବସ୍ଥାରେ ଥିଲେ ବନ ବିଭାଗକୁ ସୂଚନା ପ୍ରଦାନ କଲେ ପ୍ରୋତ୍ସାହନ ରାଶି ରହିଥିବା ସଂପର୍କରେ ପ୍ରକାଶ କରିଥିଲେ। ଏହାକୁ ମାରିବା, କ୍ଷତି ପହଞ୍ଚାଇବା ଦ୍ଵାରା ବନ୍ୟପ୍ରାଣୀ ନିୟମରେ ଦଣ୍ଡ ବ୍ୟବସ୍ଥା ରହିଛି। ବନପାଳ ସୁଶାନ୍ତ ଲେଙ୍କା, ବନରକ୍ଷୀ ସୋନାଲି ନାଥ ଓ ମତ୍ସ୍ୟଜୀବୀ ସଂପ୍ରଦାୟର ସଦସ୍ୟମାନେ ଏହି ସଚେତନତା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

 

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories