www.samajalive.in
Sunday, December 7, 2025
15.1 C
Bhubaneswar

ସୁପର-୮ରେ ଏହି ୩ ଦଳକୁ ଭେଟିବ ଭାରତ

ସମାଜ ଡିଜିଟାଲ ଡେସ୍କ: ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ମିଳିତ ଭାବେ ଆୟୋଜିତ ଟି-୨୦ ବିଶ୍ୱକପ ସୁପର-୮ ପର୍ଯ୍ୟାୟରେ ପହଞ୍ଚିବାକୁ ଯାଉଛି। ଆଉ ମାତ୍ର ୨ଟି ଲିଗ୍‌‌ ମ୍ୟାଚ ବାକି ରହିଛି। ସୋମବାର ନ୍ୟୁଜିଲାଣ୍ଡ ଓ ପପୁଆ ନିଉଗିନି ଏବଂ ମଙ୍ଗଳବାର ୱେଷ୍ଟଇଣ୍ଡିଜ ଓ ଆଫଗାନିସ୍ତାନ ମଧ୍ୟରେ ଶେଷ ଲିଗ୍‌‌ ମ୍ୟାଚ ଖେଳାଯିବ। ତେବେ ଏହି ଦୁଇଟି ମ୍ୟାଚର ପ୍ରଭାବ ସୁପର-୮ରେ ପଡ଼ିବ ନାହିଁ। ଜୁନ ୧୯ରୁ ସୁପର-୮ ପର୍ଯ୍ୟାୟ ଆରମ୍ଭ ହେବାକୁ ଥିବାବେଳେ ଏଥିପାଇଁ ୮ଟି ଦଳ ଚୟନ ହୋଇସାରିଛନ୍ତି।

ଚଳିତ ଟି-୨୦ ବିଶ୍ୱକପରେ ୨୦ଟି ଦଳ ଅଂଶଗ୍ରହଣ କରିଥିଲେ। ୫ଟି ଲେଖାଏ ଦଳକୁ ୪ଟି ଗ୍ରୁପରେ ବିଭକ୍ତ କରାଯାଇ ଲିଗ୍‌‌ ମ୍ୟାଚ ଖେଳାଯାଇଥିଲା। ପଏଣ୍ଟ ତାଲିକାରେ ଶୀର୍ଷରେ ଥିବା ୨ଟି ଲେଖାଏ ଟିମ ସୁପର-୮ରେ ପ୍ରବେଶ କରିଛନ୍ତି। ଏଥର ସୁପର-୮ରେ ନ୍ୟୁଜିଲାଣ୍ଡ, ପାକିସ୍ତାନ ଏବଂ ଶ୍ରୀଲଙ୍କା ଭଳି ପୂର୍ବତନ ଚାମ୍ପିୟନ ଦଳଙ୍କୁ ଦେଖିବାକୁ ମିଳିବ ନାହିଁ। ଏମାନଙ୍କ ସ୍ଥାନରେ ଆମେରିକା, ଆଫଗାନିସ୍ତାନ ଭଳି ନୂଆ ଦଳ ସ୍ଥାନ ପାଇଛନ୍ତି। ଏତର ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ, ଆଫଗାନିସ୍ତାନ, ଆମେରିକା, ଇଂଲଣ୍ଡ ଏବଂ ବାଂଲାଦେଶ ସୁପର-୮ରେ ପ୍ରବେଶ କରିଛନ୍ତି।

- Advertisement -

ଚଳିତ ସିଜନରେ ଆଫଗାନିସ୍ତାନ ଭଳି ଦୁର୍ବଳ ଦଳ ଶକ୍ତିଶାଳୀ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ବଡ଼ ବିପର୍ଯ୍ୟୟ ଘଟାଇଥିଲା। ସେହିପରି ନୂଆ ଟିମ୍‌‌ ଭାବେ ଟି-୨୦ ବିଶ୍ୱକପ ଖେଳୁଥିବା ଆମେରିକା ପାକିସ୍ତାନ ଭଳି ଶକ୍ତିଶାଳୀ ଟିମକୁ ହରାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ଆସନ୍ତା ୧୯ ତାରିଖରୁ ସୁପର-୮ ମୁକାବିଲା ଆରମ୍ଭ ହେବ। ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଆମେରିକା। ଏହି ରାଉଣ୍ଡରେ ୨ଟି ଗ୍ରୁପ ରହିଛନ୍ତି। ପ୍ରତ୍ୟେକ ଗ୍ରୁପର ଗୋଟିଏ ଟିମ ୩ଟି ଲେଖାଏ ମ୍ୟାଚ ଖେଳିବେ। ଯେଉଁ ଦୁଇଟି ଦଳ ପଏଣ୍ଟ ଟେବୁଲର ପ୍ରଥମ ଏବଂ ୨ୟ ସ୍ଥାନରେ ରହିବେ ସେମାନେ ସେମିଫାଇନାଲ ଖେଳିବେ।

ଭାରତ ସୁପର-୮ରେ ଜୁନ ୨୦ରେ ଆଫଗାନିସ୍ତାନକୁ ଭେଟିବ। ଏହା ପରେ ଜୁନ ୨୨ରେ ବାଂଲାଦେଶ ଏବଂ ଜୁନ ୨୪ରେ ଅଷ୍ଟ୍ରେଲିଆକୁ ଭେଟିବ। ଜୁନ ୨୬ରେ ପ୍ରଥମ ସେମିଫାଇନାଲ ଏବଂ ଜୁନ ୨୭ରେ ୨ୟ ସେମିଫାଇନାଲ ଖେଳାଯିବ। ଜୁନ ୨୯ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories