www.samajalive.in
Monday, December 8, 2025
27.1 C
Bhubaneswar

୧୨ଘଣ୍ଟାର କଠିନ ପରିଶ୍ରମ ପରେ ବି ହାର ମାନି ନ ଥିଲେ: ଏମିତି ବନିଲେ ଆଇଏଏସ

ସମାଜ ଡିଜିଟାଲ ଡେସ୍କ: ଭାରତରେ ଏମବିବିଏସ ଏକ କଷ୍ଟକର ପାଠ୍ୟକ୍ରମ। ଏଥିପାଇଁ ସବୁଠାରୁ କଠିନ ପରୀକ୍ଷା ମଧ୍ୟରୁ ନିଟ୍‌‌ ପରୀକ୍ଷାରେ ଭଲ ରାଙ୍କ ହାସଲ କରିବା ଅହୁରି କଷ୍ଟସାଧ୍ୟ। ଏଠାରେ ଏଭଳି ଜଣେ ସଫଳ ଝିଅଙ୍କ ଉଦାହରଣ ରହିଛି ଯିଏକି ନିଟରେ ଭଲ ରାଙ୍କ ରଖି ଏମବିବିଏସ ପାଠପଢି ଡକ୍ଟର ହୋଇଛନ୍ତି। ସରକାରୀ ହସ୍ପିଟାଲରେ ପ୍ରଶିକ୍ଷଣ ମଧ୍ୟ ନେଇଛନ୍ତି। ଏହାସତ୍ୱେ ୟୁପିଏସସି ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇ ଆଇଏଏସ୍‌‌ ଅଫିସର ସାଜିଛନ୍ତି। ସେ ହେଲେ ଚଣ୍ଡିଗଡର ଡାକ୍ତର ଅଞ୍ଜଳି ଗର୍ଗ। ୧୯୯୬ ମସିହା ସେପ୍ଟେମ୍ବର ୧୪ରେ ଜନ୍ମଗ୍ରହଣ କରିଥିବା ଅଞ୍ଜଳିଙ୍କ ପରିବାର ବ୍ୟବସାୟ କରୁଥିବା ବେଳେ ସିଭିଲ୍‌‌ ସର୍ଭିସରେ କେହି ବି ନାହାଁନ୍ତି। ସେ ନିଜର ପଥ ନିଜେ ପ୍ରସ୍ତୁତ କରିବା ସହ ଦେଶର ସର୍ବୋଚ୍ଚ ସରକାରୀ ଅଧିକାରୀ ହୋଇ ଏକ ସ୍ୱତନ୍ତ୍ର ସ୍ଥାନରେ ପହଞ୍ଚି ପାରିଛନ୍ତି। ଚଣ୍ଡିଗଡର ଏକ ସ୍କୁଲରେ ୧୦ମ ଏବଂ ଦ୍ୱାଦଶ ପାଠ ସମାପ୍ତ କରିଥିଲେ। ଦ୍ୱାଦଶରେ ୯୬ ପ୍ରତିଶତ ମାର୍କ ରଖିବା ପରେ ନିଟ୍‌‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଦିଲ୍ଲୀରେ ଏମବିବିଏସ୍‌‌ ପାଠ ପଢିଥିଲେ। ଏମବିବିଏସ ପାଠ୍ୟକ୍ରମ ଶେଷ ହେବା ପରେ ଡାକ୍ତର ହୋଇଥିଲେ ଅଞ୍ଜଳି। ଏହାପରେ ସେ ଆରମ୍ଭ କରିଥିଲେ ୟୁପିଏସସି ପ୍ରସ୍ତୁତି। ହସ୍ପିଟାଲରେ ଡ୍ୟୁଟି କରିବା ସହ ଦୀର୍ଘ ୧୨ଘଣ୍ଟା ଲେଖା କଠିନ ପରିଶ୍ରମ କରିବା ପରେ ଶେଷରେ ଆଇଏଏସ୍‌‌ ସାଜିଛନ୍ତି। ତାଙ୍କର ଏହି ଯାତ୍ରାରେ ଅନେକ ବାଧାବିଘ୍ନ ମଧ୍ୟ ଆସିଥିଲା।
ଅଞ୍ଜଳିଙ୍କ ପାଇଁ ଆଇଏଏସ୍‌‌ ପାଠପଢାରେ ଅନେକ ବିଷୟ ପାଇଁ ନୂଆ ଥିଲା। କରୋନା ସମୟରେ ସେ ୟୁପିଏସସି ପରୀକ୍ଷା ଦେଇ ଅସଫଳ ହେବା ପରେ ସେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରି ପାଠପଢା ଆରମ୍ଭ କରିଥିଲେ। ଦ୍ୱିତୀୟ ପ୍ରୟାସରେ ସେ ସଫଳତା ହାସଲ କରିଥିଲେ। ୨୦୨୨ରେ ସେ ୟୁପିଏସସି ସିଏସଇ ମେଡିକାଲ ସାଇନ୍ସ ଟପ୍ପର ମଧ୍ୟ ହୋଇଥିଲେ। ବର୍ତ୍ତମାନ ସେ ହିମାଚଳ ପ୍ରଦେଶର ଧର୍ମଶାଳାରେ ଆସିଷ୍ଟାଣ୍ଟ କମିଶନର ଭାବରେ କାର୍ଯ୍ୟ କରୁଛନ୍ତି। ଡକ୍ଟର ଅଞ୍ଜଳି ଗର୍ଗ ୨୦୨୩ ବ୍ୟାଚର ଆଇଏଏସ୍‌‌ ଅଧିକାରୀ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories