www.samajalive.in
Monday, December 8, 2025
20.1 C
Bhubaneswar

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ରାମଙ୍କ ପାଇଁ ଘର ଦାବି କଲେ ବିଜେପି ନେତା

ନୂଆଦିଲ୍ଲୀ : ରାମମନ୍ଦିର ନିର୍ମାଣ ଘଟଣାକୁ ନେଇ ଭିନ୍ନ ରାଜନୀତି ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପାଇଁ ଏକ ଗୃହ ନିର୍ମାଣ କରାଯାଉ ବୋଲି ଉତ୍ତରପ୍ରଦେଶର ଘୋସି ସାଂସଦ ହରି ନାରାୟଣ ରାଜଭର ଦାବି କରିଛନ୍ତି। ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଏକ ତମ୍ବୁ ଭିତରେ ରହୁଥିବା ବେଳେ ଛାତ ନ ଥିବାରୁ ପ୍ରବଳ ଶୀତ, ଖରା ଓ ବର୍ଷା ଜନିତ ସମସ୍ୟାରେ ପଡୁଛନ୍ତି। ଏଣୁ ଜିଲା ପ୍ରଶାସନ ତାଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଏକ ଗୃହ ନିର୍ମାଣ କରନ୍ତୁ ବୋଲି ଦର୍ଶାଇ ସେ ଜିଲା ପ୍ରଶାସନକୁ ଚିଠି ଲେଖିଛନ୍ତି। ରାଜଭର ୨୦୧୪ରେ ପ୍ରଥମଥର ପାଇଁ ଲୋକସଭା ନିର୍ବାଚନ ଲଢି ମାୟାବତୀଙ୍କ ଦଳୀୟ ନେତାଙ୍କୁ ପରାଜିତ କରିଥିଲେ। ୨୦୧୯ ଲୋକସଭା ନିର୍ବାଚନକୁ ଆଉମାତ୍ର କିଛି ମାସ ବାକି ଥିବା ବେଳେ ରାମମନ୍ଦିର ନିର୍ମାଣକୁ ନେଇ ଦାବି ଯୋର ଧରିଛି। ରାମମନ୍ଦିର ନିର୍ମାଣ ବିଜେପି ପାଇଁ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଏ ସମ୍ବନ୍ଧୀୟ ମାମଲା ଉପରେ ଜାନୁଆରୀରେ ସୁପ୍ରିମକୋର୍ଟରେ ଶୁଣାଣି ହେବ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories