www.samajalive.in
Monday, December 8, 2025
27.1 C
Bhubaneswar

ବଜାରକୁ ଆସିବ ହୁଣ୍ଡାଇର ଫିଙ୍ଗରପ୍ରିଣ୍ଟ ସେନ୍‍ସର କାର

ନୂଆଦିଲ୍ଲୀ : ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ହୁଣ୍ଡାଇ ମୋଟର୍ସ ୨୦୧୯ରେ ନିଜର କାରରେ ଫିଙ୍ଗପ୍ରିଣ୍ଟ ସେନସର ଉପଲବ୍ଧ କରିବ। ଏହାକୁ ନେଇ ଶୁକ୍ରବାର କମ୍ପାନୀ ସୂଚନା ପ୍ରଦାନ କରିଛି। ଏହାଦ୍ୱାରା ଗାଡିଚାଳକ କାରର ଡୋର ବନ୍ଦ ଓ ଖୋଲିବା, କାରର ଷ୍ଟାର୍ଟ, କାରର ସିଟର ସ୍ଥିତି, ମିରର ସ୍ଥିତି ଆଦି କାର୍ଯ୍ୟ କରିପାରିବେ। ସୂଚନା ଅନୁସାରେ କାରର ଡୋର ହେଣ୍ଡେଲ ଓ ଇଗ୍ନିସନ ବଟନରେ ଫିଙ୍ଗରପ୍ରିଣ୍ଟ ସୁବିଧା ରହିବ। ଏହି ସମସ୍ତ ସୁବିଧା ହୁଣ୍ଡାଇ ସେଣ୍ଟୋ ଫେ ୨୦୧୯ କାରରେ ଉପଲବ୍ଧ ରହିବା ନେଇ କମ୍ପାନୀ ସୂଚନା ଦେଇଛି।

image courtesy – Times Now

ଏହି ପ୍ରଣାଳୀର ବ୍ୟବହାର କରିବା ପାଇଁ ଗ୍ରାହକଙ୍କୁ ପ୍ରଥମେ ବାୟୋମେଟ୍ରିକ ପ୍ରଣାଳୀ ଦ୍ୱାରା ରେଜିଷ୍ଟର କରିବାକୁ ପଡିବ, ପରେ ବ୍ୟବହାରକାରୀ ଫିଙ୍ଗରପ୍ରିଣ୍ଟ ବ୍ୟବହାର କରିପାରିବେ। କମ୍ପାନୀର କହିବା ଅନୁସାରେ ଏହି ଟେକ୍ନୋଲୋଜି ସ୍ମାର୍ଟ ତୁଳନାରେ ବହୁତ ଭଲ। ଏହାର ବିଫଳ ହେବାର ସମ୍ଭାବନା ବହୁତ କମ। ଆରମ୍ଭରେ କମ୍ପାନୀ ଏହି କାରକୁ କିଛି ଲୋକପ୍ରିୟ ବଜାରରେ ପ୍ରବେଶ କରାଇବ। ଭବିଷ୍ୟତରେ ଅନ୍ୟ ଦେଶ ମାନଙ୍କରେ ଏହି ଜ୍ଞାନକୌଶଳ ନିର୍ମିତ କାର ବଜାର ପ୍ରବେଶ କରାଯିବ। ଭାରତରେ ଏହି କମ୍ପାନୀର ଲଞ୍ଚ କରାଯିବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ସୁଦ୍ଧା କମ୍ପାନୀ ଏ ନେଇ କୌଣସି ସୂଚନା ଦେଇନାହିଁ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories