www.samajalive.in
Tuesday, December 9, 2025
17.1 C
Bhubaneswar

ପଙ୍କ ନାଳରେ ଫସିଲେ ୩ ଦନ୍ତା ହାତୀ, ଉଦ୍ଧାର କଲା ବନ ବିଭାଗ

ବଡ଼ମ୍ବା : ବଡ଼ମ୍ବା ବନାଞ୍ଚଳର ୩ଟି ଦନ୍ତା ହାତୀ ଘଟଣା କ୍ରମେ ଏକ ପଙ୍କପୂର୍ଣ୍ଣ ନାଳରେ ଫସି ରହିଥିବା ଜାଣିବାକୁ ମିଳିଛି । ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ଗାଁ ଅଭିମୁଖେ ଚାଲି ଆସିଥିବା ଏହି ହାତୀମାନଙ୍କୁ ଉଦ୍ଧାର କରିବା ଲାଗି ବନବିଭାଗ ଏବଂ ପ୍ରଶାସନ ଉଦ୍ୟମ କରିଥିଲେ। ଦୀର୍ଘ ପ୍ରାୟ ୧୨ ଘଣ୍ଟା ପରେ ବଡ଼ମ୍ବ। ବନାଞ୍ଚଳରେ ପଙ୍କ ନାଳରେ ଫସିଥିବା ୩ ଦନ୍ତାହାତୀ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ଏବଂ ହାତୀଗୁଡ଼ିକ ଜଙ୍ଗଲକୁ ବାହୁଡ଼ି ଯାଇଥିଲେ।
ଘଟଣାରୁ ପ୍ରକାଶ ବଡ଼ମ୍ବା ବ୍ଲକ ଅନ୍ତର୍ଗତ ବେଲିଆପାଳ ଗ୍ରାମ ଅଭିମୁଖେ ନିକଟସ୍ଥ ଗୋପପୁର ରେଞ୍ଜ ଅଧିନସ୍ଥ ନାଗା ତୋଟା ଜଙ୍ଗଲରୁ ଏହି ହାତୀ ମାନେ ଆମ୍ବ, ପଣସ, କଦଳୀ ଖାଇବାକୁ ଗାଁ ଅଭିମୁଖେ ମୁଁହାଇଥିଲେ । ତେବେ ରବିବାର ଭୋର ସମୟରେ ହାତୀମାନେ ଜଙ୍ଗଲକୁ ଫେରିବା ବାଟରେ ଗ୍ରାମ ନିକଟସ୍ଥ ଏକ ଦଳ ଭର୍ତ୍ତି ନାଳରେ ଫସି ଯାଇଥିଲେ । ନାଳ ପଙ୍କରେ ହାତୀମାନେ ଲଟପଟ ହେଉଥିବା ଜାଣି ଗ୍ରାମବାସୀ ବନ ବିଭାଗକୁ ଜଣାଇଥିଲେ । ଏହି ସମ୍ୱେଦନଶୀଳ ଖବର ପାଇ ପ୍ରଥମେ ସ୍ଥାନୀୟ ବନ ବିଭାଗ ଅଧିକାରୀ ଓ କର୍ମଚାରୀ ବାଲିଝରୀ ଅଗ୍ନିଶମ ବିଭାଗ ଆଗ୍ନିକଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ପରେ ଆଠଗଡ଼ ବନଖଣ୍ଡ ଅଧିକାରୀ ଡ. ଯଜ୍ଞଦତ୍ତ ପତି, ଏସିଏଫ୍ ଡ.ଚିଚିଲିଚି ବିଶ୍ୱାଳ, ବଡ଼ମ୍ବା ତହସିଲଦାର ଶାଶ୍ଵତ ରଞ୍ଜନ ଦାଶ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ହାତୀମାନଙ୍କ ସୁରକ୍ଷିତ ଉଦ୍ଧାର ଓ ଉପୁଜିଥିବା ସମସ୍ୟାର ସମାଧାନ ନେଇ ସ୍ଥିତିିର ସମୀକ୍ଷା କରିଥିଲେ ।
ଅନଗୁଳ, ଢେଙ୍କାନାଳ ବନ୍ୟଜନ୍ତୁ ( ୱାଇଲଡ  ଲାଇଫ ) ସୁରକ୍ଷାକାରୀ ଅଧିକାରୀ  ଏବଂ ନରସିଂହପୁର ବନାଞ୍ଚଳର ଅଭିଜ୍ଞ କର୍ମକର୍ତ୍ତାମାନେ ହାତୀଙ୍କ ଉଦ୍ଧାର ଲାଗି ଘଟଣସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ପ୍ରାୟ ୧୨ ଘଣ୍ଟା ପରେ ବଡ଼ମ୍ବ। ବନାଞ୍ଚଳରେ ପଙ୍କ ନାଳରେ ଫସିଥିବା ୩ ଦନ୍ତାହାତୀ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ଏବଂ ହାତୀଗୁଡ଼ିକ ଜଙ୍ଗଲକୁ ବାହୁଡ଼ି ଯାଇଥିଲେ। ବଡ଼ମ୍ବା ବନାଞ୍ଚଳ ଅଧିକାରୀ ପ୍ରଭାତ କୁମାର ରାଉତ, ବନପାଳ କୃଷ୍ଣଚନ୍ଦ୍ର ସ୍ଵାଇଁଙ୍କ ସମେତ ଅନ୍ୟ ସ୍ଥାନୀୟ କର୍ମଚାରୀମାନେ  ହାତୀଗୁଡ଼ିକୁ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories