www.samajalive.in
Wednesday, December 10, 2025
26.1 C
Bhubaneswar

କାଶୀପୁର ଅଜଣା ରୋଗରେ ମୃତ୍ୟୁ ଘଟଣା, ଅନୁସନ୍ଧାନ ପାଇଁ ଆରଏମଆରସିକୁ ନିର୍ଦେଶ

ଭୁବନେଶ୍ବର: ରାୟଗଡ଼ା ଜିଲା କାଶୀପୁର ଅନ୍ତର୍ଗତ ମନୁଷପଦର ଗ୍ରାମରେ ଅଜଣା ରୋଗରେ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦେଶ ଦେଇଛନ୍ତି। କାଶୀପୁର ଅଞ୍ଚଳରେ ଅଜଣା ରୋଗ ବ୍ୟାପିବା ଦ୍ବାରା ମୃତ୍ୟୁର କାରଣ ଖୋଜିବା ସହ ସେହି ଅଞ୍ଚଳରେ ସ୍ବାଭାବିକ ପରିସ୍ଥିତି ଫେରାଇ ଆଣାଯିବା ପାଇଁ କ’ଣ ପଦକ୍ଷେପ ନିଆଯିବ ସେଥିନେଇ ଅନୁସନ୍ଧାନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏବଂ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର(ଆରଏମଆରସି)କୁ ନିର୍ଦେଶ ଦେଇଛନ୍ତି। ଅଜଣା ରୋଗ ବ୍ୟାପିଥିବା ମନୁଷପଦର ଗାଁକୁ ରାସ୍ତା ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ପଞ୍ଚା ୟତିରାଜ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଏଠାରେ ସୂଚନା ଯୋଗ୍ୟ ଯେ ରାୟଗଡ଼ା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ମନୁଷପଦର ଗାଁରେ ଅଜଣା ଯୋଗ ବ୍ୟାପିବା ଦ୍ବାରା ଏକ ମାସ ମଧ୍ୟରେ ୫ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ଗାଁଟି ଦୁର୍ଗମ ଅଞ୍ଚଳରେ ଥିବାବେଳେ ଏଠାକୁ ପହଞ୍ଚି କଷ୍ଟକର ହୋଇଥାଏ।

- Advertisement -

ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ପ୍ରତିନିଧି ଦଳ ମନୁଷପଦର ଗାଁ ପରିଦର୍ଶନ କରିବା ସହ ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଛନ୍ତି ଏବଂ ରୋଗ ନିଦାନ ପାଇଁ ଅନୁସନ୍ଧାନ ସହ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେଇଛନ୍ତି। ସ୍ବାସ୍ଥ୍ୟ ବିଭାଗର ଏକ ପ୍ରତିନିଧି ଦଳ ପ୍ରତିଦିନ ଏହି ଅଞ୍ଚଳ ପରିଦର୍ଶନରେ ଯିବା ସହିତ ପରିସ୍ଥିତି ନିୟନ୍ତ୍ରଣ ଉପରେ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରୁଛନ୍ତି।

ପ୍ରଥମ ୪ଜଣଙ୍କ ମୃତ୍ୟୁ ଖବର ସ୍ବାସ୍ଥ୍ୟକର୍ମୀଙ୍କ ନଜରକୁ ଅଣାଯାଇନଥିଲା ଏବଂ ସେମାନଙ୍କ ମୃତଦେହଗୁଡ଼ିକୁ ସମ୍ପ୍ରଦାୟ ସ୍ତରରେ ସତ୍କାର କରାଯାଇଥିଲା। କିନ୍ତୁ ସେମାନଙ୍କ ମୃତ୍ୟୁ ଡିପଥେରିଆ ଯୋଗୁଁ ହୋଇଥିବା ସନ୍ଦେହ କରାଯାଇଥିଲା। ପଞ୍ଚମ ବ୍ୟକ୍ତିଙ୍କ ମୃତ୍ୟୁ ପରେ ନମୂନା ସଂଗ୍ରହ କରାଯାଇ ଆରଏମଆରସିକୁ ପଠାଯାଇଥିଲା । ସଂଗ୍ରହ କରାଯାଇଥିବା ନମୂନ ପରୀକ୍ଷଣ ପରେ ଏହା ଡିପଥେରିଆ ବୋଲି ଜଣାପଡ଼ିଥିଲା।

ଡିପଥେରିଆ ରୋଗରେ  ସମସ୍ତ ସଂକ୍ରମିତ ବ୍ୟକ୍ତିଙ୍କୁ ଆଣ୍ଟିବାୟୋଟିକର ଏକ ପ୍ରୋଫାଇଲାକ୍ଟିକ୍ ଡୋଜ ଦିଆଯାଇଛି ଏବଂ ସେମାନଙ୍କ ସ୍ବାସ୍ଥ୍ୟବସ୍ଥାରେ ବେଶ ଉନ୍ନତି ହେଉଛି। ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି ଏବଂ ପରିସ୍ଥିତି ନିୟନ୍ତ୍ରଣରେ ଥିବା ଜଣାପଡ଼ିଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories