www.samajalive.in
Tuesday, December 9, 2025
17.1 C
Bhubaneswar

ପରଦାକୁ ଆସିବ କିରଣ ବେଦୀଙ୍କ କାହାଣୀ

ମୁମ୍ବଇ: ନିର୍ମାଣ ହେବାକୁ ଯାଉଛି ଭାରତର ପ୍ରଥମ ମହିଳା ଆଇପିଏସ୍‌ ଅଧିକାରୀ ଡ. କିରଣ ବେଦୀଙ୍କ ବାୟୋପିକ୍। ଖୁବଶୀଘ୍ର କିରଣ ବେଦୀଙ୍କ ଜୀବନ କାହାଣୀକୁ ପରଦାରେ ଦେଖିବେ ଦର୍ଶକ। ମଙ୍ଗଳବାର ଫିଲ୍ମର ନିର୍ମାତାମାନେ ଏକ ଭିଡିଓ ଜାରି କରି ଏହି ଘୋଷଣା କରିଛନ୍ତି। ଏହି ବାୟୋପିକ୍‌ର ନାମ ‘ବେଦୀ: ଦି ନେମ୍‌ ୟୁ ନୋ, ଦି ଷ୍ଟୋରୀ ୟୁ ଡୋଣ୍ଟ’ ରଖାଯାଇଛି। ଭିଡିଓ ଲଞ୍ଚ ସମୟରେ ଗଣମାଧ୍ୟମ ସହ ଆଲୋଚନା ସମୟରେ ନିଜେ କିରଣ ବେଦୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପୂର୍ବରୁ ଅନେକ ଥର ତାଙ୍କୁ ତାଙ୍କ ଜୀବନ କାହାଣୀ ଉପରେ ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ପ୍ରସ୍ତାବ ମିଳିଥିଲା, କିନ୍ତୁ ତାଙ୍କୁ ଅନୁଭବ ହେଉଛି ଯେ ଏହା ଉପଯୁକ୍ତ ସମୟ।


ନିର୍ଦ୍ଦେଶକ କୁଶାଲ ଚାୱଲାଙ୍କ ସାଢେ ଚାରି ବର୍ଷର ଅନୁସନ୍ଧାନକୁ ବିଚାର କରି କିରଣ ବେଦୀ ବାୟୋପିକ୍ ନିର୍ମାଣ କରିବାକୁ ଅନୁମତି ଦେଇଛନ୍ତି। ଫିଲ୍ମକୁ ନେଇ ଯେତେବେଳେ ତାଙ୍କୁ ପଚରାଗଲା ଯେ କେଉଁ ଅଭିନେତ୍ରୀ ତାଙ୍କ ଚରିତ୍ରକୁ ଭଲ ଭାବରେ ପ୍ରଦର୍ଶିତ କରିପାରିବେ, ସେତେବେଳେ ସେ କହିଥିଲେ, ଏହା କହିବା କଷ୍ଟକର, ଏହାକୁ ନିର୍ଦ୍ଦେଶକ ଏବଂ ନିର୍ମାତାଙ୍କ ଉପରେ ଛାଡି ଦେବା ଭଲ। ଆସନ୍ତା ବର୍ଷ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିପାରେ ବୋଲି କିରଣ ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories