www.samajalive.in
Monday, December 8, 2025
27.1 C
Bhubaneswar

ଜାଣନ୍ତୁ ଖରାଦିନେ ପିଲାଙ୍କୁ ଅଣ୍ଡା ଖାଇବାକୁ ଦେବେ କି ନାହିଁ

ସମାଜ ଡିଜିଟାଲ ଡେସ୍କ: ଅନେକ ଲୋକଙ୍କ ମତରେ ଖରାଦିନେ ଅଣ୍ଡା ଖାଇବାଠାରୁ ଦୂରେଇ ରହିବା ଭଲ। ଅଣ୍ଡା କେବଳ ଶୀତ ଦିନେ ଖାଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ। ଖରା ଦିନରେ ଅଣ୍ଡା ଖାଇବା ଦ୍ୱାରା ଶରୀର ଆହୁରି ଗରମ ହୋଇଯାଏ ଏବଂ ପିଲାମାନେ ଖାସ କରି ଏହାକୁ ଖାଇବା ଦ୍ୱାରା ବିଶେଷ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ବାସ୍ତବରେ ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ। ଅଣ୍ଡା ଏକ ସୁପର ଫୁଡ୍‌‌ ଏହା ଶରୀରରେ ଅନେକ ପୋଷକ ତତ୍ତ୍ୱର ଅଭାବକୁ ସହଜରେ ଦୂର କରିପାରିବ। କିନ୍ତୁ ଯଦି ଆପଣ ଗ୍ରୀଷ୍ମ ଋତୁରେ ଆପଣଙ୍କ ପିଲାଙ୍କୁ ଅଣ୍ଡା ଖାଇବାକୁ ଦେବେ କି ନାହିଁ ଭାବୁଛନ୍ତି ତେବେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍‌‌।
ଶିଶୁରୋଗ ବିଶେଷଜ୍ଞଙ୍କ ମତରେ ଅଣ୍ଡାରେ ପ୍ରଚୁର ପରିମାଣର ପ୍ରୋଟିନ୍‌‌, କ୍ୟାଲସିୟମ୍‌‌, ଭିଟାମିନ୍‌‌-ଏ, ଭିଟାମିନ୍‌‌-ଡି, ଏବଂ ଆଇରନ୍‌‌ ରହିଥାଏ। ଯାହା ପିଲାଙ୍କ ବଢିବାରେ ସାହାଯ୍ୟ କରିବା ସହ ବୃଦ୍ଧି ଶକ୍ତିକୁ ବଢାଇଥାଏ। ଅଣ୍ଡାରେ କୋଲିନ୍‌‌ ମଧ୍ୟ ରହିଛି। ଯାହାକି ଶିଶୁର ମସ୍ତିଷ୍କ ବିକାଶ ପାଇଁ ଜରୁରୀ ଅଟେ। ତେଣୁ ଆପଣ ପ୍ରତ୍ୟେକ ଋତୁରେ ପିଲାଙ୍କୁ ଅଣ୍ଡା ଖାଦ୍ୟ ଭାବେ ଦେବା ଜରୁରୀ। ଗ୍ରୀଷ୍ମ ଋତୁରେ ପିଲାଙ୍କୁ ଗୋଟିଏ ଲେଖାଏଁ ଅଣ୍ଡା ଖାଇବାକୁ ଦେଇପାରିବେ। ଗୋଟିଏ ଅଣ୍ଡା ଖାଇବା ଦ୍ୱାରା ପିଲାଟିର ଶରୀରକୁ ପୁଷ୍ଟିକର ଖାଦ୍ୟ ଯୋଗାଇଥାଏ ଏବଂ ସହଜରେ ହଜମ ହୋଇଥାଏ। ଯଦି ଗୋଟିଏରୁ ଅଧିକ ଅଣ୍ଡା ଗ୍ରୀଷ୍ମଋତୁରେ ଖାଇବାକୁ ଦେଉଛନ୍ତି ତେବେ ଏହା ଶରୀର ପାଇଁ ହାନିକାରକ ହୋଇପାରେ। କାରଣ ଅଣ୍ଡାରେ ପ୍ରୋଟିନ୍‌‌ ଭାରି ମାତ୍ରାରେ ରହିଥିବାରୁ ପିଲାଙ୍କର ହଜମ ହେବା କଷ୍ଟକର ହୋଇପାରେ।

 

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories