www.samajalive.in
Sunday, December 7, 2025
15.1 C
Bhubaneswar

୯ଦଫା ଦାବୀ ପୂରଣ ପାଇଁ ଏନଏଲସି ମୁଖ୍ୟ ମହାପ୍ରବନ୍ଧକଙ୍କୁ ଦାବୀପତ୍ର ପ୍ରଦାନ, ଦାବୀ ପୂରଣ ନହେଲେ ଆନ୍ଦୋଳନ ଚେତାବନୀ

ରେଙ୍ଗାଲି: ସମ୍ବଲପୁର ଜି ଖିଣ୍ଡା ଅଞ୍ଚଳ ରେ ସ୍ଥାପିତ ଏନ୍.ଏଲ୍.ସି କୋଇଲା ଖଣି ରେ ସ୍ଥାନିୟ ନିଯୁକ୍ତି , ବିସ୍ଥାପନ, ହେଭି ବ୍ଳାଷ୍ଟିଂ, ପୁର୍ନବାସ ଏବଂ ଥଇଥାନ ନୀତି ର ସଠିକ୍ ରୂପାୟନ ଆଦି ୯ଦଫା ଦାବୀ ପୂରଣ କରିବା ପାଇଁ ଆଜି ବୀର ସୁରେନ୍ଦ୍ର ସାଏ ଆଞ୍ଚଳିକ ସୁରକ୍ଷା ମଞ୍ଚ ପକ୍ଷରୁ ଏନଏଲସି କମ୍ପାନୀର ମୁଖ୍ୟ ମହା ପ୍ରବନ୍ଧକଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି। ଖଣି ପ୍ରଭାବିତ/କ୍ଷତିଗ୍ରସ୍ତ ସମ୍ବଲପୁର ଜିଲାର ଖିଣ୍ଡା, ଝାରସୁଗୁଡା ଜିଲାର ମଲଦା ଏବଂ ପତ୍ରାପାଲି ଗ୍ରାମ ପଞ୍ଚାୟତ ଅଞ୍ଚଳକୁ ନେଇ ଏହି ସୁରକ୍ଷା ମଞ୍ଚ ଗଠନ କରାଯାଇଛି।

ଦିଆଯାଇଥିବା ଦାବୀପତ୍ର ଅନୁଯାୟୀ ୨୦୧୯ ଡିସେମ୍ବବର ୫ ତାରିଖ ଦିନ ସମ୍ବଲପୁରର ତପସ୍ୱୀନି ହଲରେ ସମ୍ବଲପୁର ଜିଲାପାଳଙ୍କ ସଭାପତିତ୍ୱରେ ଅନିୁଷ୍ଠିତ ତ୍ରିପାକ୍ଷିକ ବୈଠକରେ ସ୍ଥାନୀୟ ବେକାର ଯୁବକମାନଙ୍କୁ ନିଯୁକ୍ତି ଦେବାକୁ କ୍ମପାନୀ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ କମ୍ପାନୀ ଦେଇଥିବା ପ୍ରତିଶ୍ରୁତି ପାଳନ କରୁନାହିଁ। ବାହ୍ୟ ଲୋକଙ୍କୁ ଅଗ୍ରାଧିକାର ଭିତ୍ତି ରେ ନିଯୁକ୍ତି ଦେଉଥିବାରୁ ସୁରକ୍ଷା ମଞ୍ଚ ବାହ୍ୟ ନିଯୁକ୍ତି ବନ୍ଦ କରାଯାଇ ସ୍ଥାନିୟ ଲୋକଙ୍କୁ ନିଯୁକ୍ତି ଦେବାକୁ ଦାବୀ କରିଛି। ଜନବସତି ପାଖରେ କୋଇଲା ଖନନ ପାଇଁ ହେଭି ବ୍ଳାଷ୍ଟିଂ କରାଯାଉଛି।

- Advertisement -

ଫଳରେ ଘର କାନ୍ଥରେ ଫାଟ ଦେଖାଦେଇ ବିପଦ ଜନକ ସ୍ଥିତି ଦେଖାଦେଇଛି। ଏଣୁ ଜନବସତିକୁ ଅନ୍ୟତ୍ର ସ୍ଥାନାନ୍ତର ଏବଂ ଥଇଥାନ କରା ନଯିବା ପର୍ଯ୍ୟନ୍ତ ବ୍ଳାଷ୍ଟିଂ ବନ୍ଦ କରାଯିବା। ରାଜ୍ୟ ସରକାରଙ୍କ ପୁର୍ନବାସ ଏବଂ ଥଇଥାନ ନୀତି ଅନୁସାରେ ଖଣି କ୍ଷତିଗ୍ରସ୍ତ ପରିବାର ଆନୁସଙ୍ଗିକ ଆର ଏଣ୍ଡ ଆର ସୁବିଧା ପାଇଁ କରିଥିବା ଅବେଦନର ଶୀଘ୍ର ଫଇସଲା କରାଯିବା। କୋଇଲା ଖଣି କାମ ଆରମ୍ଭରୁ ଖଣି ଯୋଗୁଁ କ୍ଷତିଗ୍ରସ୍ତ, ବିସ୍ଥାପତିତ ଏବଂ ପ୍ରଭାବିତ ପରିବାରର ଅନେକ ଯୁବକ ନାରାୟଣୀ ଇଞ୍ଜିନିୟରିଂରେ ଡ୍ରାଇଭର କାମ କରୁଥିଲେ।

କିନ୍ତୁୁ ପରେ ଦୁର୍ଗା ଇନ୍ଜିନିୟରିଂ ଆସିଲା ପରେ ନାରାୟଣି ଇଞ୍ଜିନିୟରିଂ କାମ କରୁଥିବା ସ୍ଥାନୀୟ ଡ୍ରାଇଭର ମାନଙ୍କୁ ଅଦାନୀ କମ୍ପାନୀର ମନମୁଖୀ କାମ ଯୋଗୁଁ ଛଟେଇ କରି ଦିଆଗଲା। ଛଟେଇ କରାଯାଇଥିବା ଡ୍ରାଇଭରମାନଙ୍କୁ ପୁଣି ନିଯୁକ୍ତି ଦିଆଯାଉ। ବିପ୍ଳବୀ ବୀର ସୁରେନ୍ଦ୍ର ସାଏ ହାଇସ୍କୁଲରେ ଖାଳି ପଡିଥିବା ୬ଜଣ ଶିକ୍ଷକ ପଦବୀ ରେ ନିଯୁକ୍ତି ପାଇଁ ସିଏସଆର ପାଣ୍ଠି ରୁ ଅନୁଦାନ ଯେଗାଇ ଦିଆଯାଉ। ଖିଣ୍ଡା ପଞ୍ଚାୟତ ଅଞ୍ଚଳର ସମସ୍ତ ଗ୍ରାମକୁ ସ୍ୱଚ୍ଛ ପିଇବା ପାଣିର ବ୍ୟବସ୍ଥା,ସିଏସଆର୍ ପାଣ୍ଠି ଏବଂ କମ୍ପାନୀ ପରିସରରେ ଚାଲିଥିବା ସମସ୍ତ ଠିକା କାମ ସ୍ଥାନିୟ ଠିକାଦାରଙ୍କ ଦିଆଯିବା।

କମ୍ପାନୀ ପକ୍ଷରୁ ଖିଣ୍ଡା ଠାରେ ଥିବା ଡାକ୍ତରଖନାର ଭିତ୍ତିଭୂମି ର ବିକାଶ ଏବଂ ୩ଜଣ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦେବା ଆଦି ୯ଦଫା ଦାବୀ ପୂରଣ କରିବା ପାଇଁ ଦାବୀପତ୍ର ପ୍ରଦାନ କରାଯାଇଛି। ଅଗାମୀ ୧୫ଦିନ ମଧ୍ୟରେ ଦାବୀ ପୂରଣ ନହେଲେ କମ୍ପାନୀ ମୁଖ୍ୟ ଫାଟକ ଅବରୋଧ କରି ଆନ୍ଦୋଳନ କରାଯିବା ବୋଲି ସୁରକ୍ଷା ମଞ୍ଚ ପକ୍ଷରୁ ଚାତାବନୀ ଦିଅଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories