www.samajalive.in
Tuesday, December 9, 2025
17.1 C
Bhubaneswar

ଇଲେକ୍ଟ୍ରିକ୍ ଖୁଣ୍ଟକୁ ଧକ୍କା ଦେଲା ସିଟି ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଗୋପାଳପୁର :  ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ସ୍ଥିତ ଏକ ଢ଼ାବା ନିକଟରେ ଏକ ସିଟି ବସ ଭାରସାମ୍ୟ ହରାଇ ଇଲେକ୍ଟ୍ରିକ୍ ଖୁଣ୍ଟକୁ ଧକ୍କା ଦେବାରୁ ଡ୍ରାଇଭର ଓ ଜଣେ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଆଜି ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ବ୍ରହ୍ମପୁରଠାରୁ ଗୋପାଳପୁର ଅଭିମୁଖେ ଏକ ସିଟି ବସ ନମ୍ବର ଓଡ଼ି ୦୭ ଡି ୩୩୧୨ ଗାଡ଼ିଟି ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ରାମଚନ୍ଦ୍ରପୁର ସ୍ଥିତ ଏକ ଢ଼ାବା ନିକଟରେ ଭାରସାମ୍ୟ ହରାଇ ଖୁଣ୍ଟକୁ ଧକ୍କା ଦେଇଥିଲା । ଫଳରେ ସେଥିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବାବେଳେ ଡ୍ରାଇଭର ଓ ଜଣେ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି ।  ଖବର ପାଇ ଭଞ୍ଜବିହାର ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଜଣାପଡ଼ିଛି । ଅନ୍ୟପଟେ ବସ ଗୁଡ଼ିକରେ ନିର୍ଦ୍ଧାରିତ ସଂଖ୍ୟକ ଯାତ୍ରୀ ବଦଳରେ ଅଧିକ ସଂଖ୍ୟକ ଯାତ୍ରୀ ପରିବହନ ସହ ଦ୍ରୁତ ଗତିରେ ଗାଡି ଚାଳନା ଯୋଗୁଁ ଅନେକ ସମୟରେ ସିଟି ବସ୍ ଗୁଡିକ ଦୁର୍ଘଟଣା ଗ୍ରସ୍ତ ହୋଇଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories