ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳି ସରକାର କ୍ୟାବିନେଟ ମନ୍ତ୍ରୀ ଭାବେ ୩ଜଣ ଶପଥ ନେଇଛନ୍ତି। ମୋଦ ସରକାରଙ୍କ ୩.୦ ରେ ମନ୍ତ୍ରୀ ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ୱିନୀ ବୈଷ୍ଣବ ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲ।
ଓଡ଼ିଶାର ସମ୍ବଲପୁର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶାରେ ବିଜେପିକୁ ବିପୁଳ ସଂଖ୍ୟାରେ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ଧର୍ମେନ୍ଦ୍ର ପ୍ରଧାନ କ୍ରମାଗତ ଭାବେ ତୃତୀୟ ଥର ପାଇଁ ମୋଦୀ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ ସାମିଲ ହୋଇଛନ୍ତି। ୨୦୧୪ରେ ସେ ପେଟ୍ରୋଲିୟମ ମନ୍ତ୍ରୀ ହୋଇଥିଲାବେଳେ ୨୦୧୯ରେ ତାଙ୍କୁ ଶିକ୍ଷା ମନ୍ତ୍ରଣାଳୟ ମିଳିଥିଲା। ୨୦୧୪ରେ ସେ ବିହାର ଓ ୨୦୧୯ରେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯାଇଥିଲେ।
ମୋଦୀ ସରକାରଙ୍କ ପ୍ରଥମ ପାଳିରେ ଜୁଏଲ ଓରାମଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବାବେଳେ ୨୦୧୯ରେ ତାଙ୍କୁ ମନ୍ତ୍ରୀ ପଦ ମିଳି ନଥିଲା। ଓଡ଼ିଶାର ସୁନ୍ଦରଗଡ଼ ଲୋକସଭା ଆସନରୁ ହ୍ୟାଟ୍ରିକ ବିଜୟ ହାସଲ କରିଥିବା ଜୁଏଲ ଓରାମଙ୍କୁ ମୋଦୀ ସରକାର ୩.୦ରେ କ୍ୟାବିନେଟ ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି।



