www.samajalive.in
Monday, December 8, 2025
27.1 C
Bhubaneswar

ସାମ୍ନାକୁ ଆସିଲା ‘କଳ୍କି ୨୮୯୮ ଏଡି’ର ନୂଆ ପୋଷ୍ଟର, ନିଆରା ଅବତାରରେ ଦୀପିକା

ମୁମ୍ବଇ: ପାନ୍‌ ଇଣ୍ଡିଆ ଅଭିନେତା ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର ‘କଳ୍କି ୨୮୯୮ ଏଡି’କୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଫିଲ୍ମ ଘୋଷଣା ହେବ ପରଠାରୁ ଲଗାତର ଭାବେ ଏହାର ଅପ୍‌ଡେଟ୍‌ ସାମ୍ନାକୁ ଆସୁଛି। ପ୍ରଥମେ ଫିଲ୍ମରୁ ପ୍ରଭାସଙ୍କ ଲୁକ୍‌ ସାମ୍ନାକୁ ଆସିଥିଲା। ଏହାପରେ ପ୍ରଭାସଙ୍କ ସହ-ଅଭିନେତା ଅମିତାଭ ବଚ୍ଚନଙ୍କ ଲୁକ୍‌ ମଧ୍ୟ ସାମାଜିକ ଗଣମାଧ୍ୟମରେ ଶେୟାର କରାଯାଇଥିଲା, ଯେଉଁଥିରେ ସେ ଅଶ୍ୱତ୍ଥାମା ଅବତାରରେ ନଜର ଆସିଥିଲେ। ଏବେ ଫିଲ୍ମରୁ ଦୀପିକାଙ୍କ ନୂଆ ଲୁକ୍‌ ଶେୟାର କରିଛନ୍ତି ନିର୍ମାତା।

ଏଥିରେ ଦୀପିକାଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି। ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହକୁ ଦୁଇଗୁଣା କରିଦେଇଛି ଏହି ନୂଆ ପୋଷ୍ଟର। ପୋଷ୍ଟରକୁ ଅତି ନିକଟରୁ ଦେଖିଲେ, ଦୀପିକା ଏପରି ଏକ ସ୍ଥାନରେ ଠିଆ ହୋଇଥିବା ଦେଖାଯାଉଛି, ଯେଉଁଠାରେ ତାଙ୍କ ପଛରେ ଅନେକ ବଡ଼ ପର୍ବତ ଦୃଶ୍ୟମାନ ହେଉଛି ଏବଂ ଅନେକ ​ଲୋକ ମଧ୍ୟ ତାଙ୍କ ପଛରେ ଅଛନ୍ତି। ସେ ସମ୍ପୂର୍ଣ୍ଣ ଓଦା ହୋଇଥିବା ଦେଖାଯାଉଛନ୍ତି, କାରଣ ଫଟୋରେ ଏହା ସ୍ପଷ୍ଟ ଦେଖାଯାଉଛି ଯେ ବର୍ଷା ହେଉଛି। ଅତି ଛୋଟ କେଶରେ ଦୀପିକାଙ୍କ ଏହି ଲୁକ୍ ତାଙ୍କ ପ୍ରଶଂସକମାନଙ୍କୁ ଜଣେ ଯୋଦ୍ଧା ଭଳି ଦେଖାଯାଉଛି। ଏନେଇ କମେଣ୍ଟ ଜରିଆରେ ପ୍ରଶଂସକମାନଙ୍କ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏଥିସହ ଜୁନ୍ ୧୦ ଅର୍ଥାତ୍ ଆସନ୍ତାକାଲି ‘କଳ୍କି ୨୮୯୮ ଏଡି’ର ଟ୍ରେଲର ରିଲିଜ୍‌ ହେବ ବୋଲି ପୋଷ୍ଟରରେ ସୂଚନା ଦିଆଯାଇଛି। ନାଗ ଅଶ୍ଵିନ ନିର୍ଦେଶିତ ଏହି ଚଳଚ୍ଚିତ୍ର ଜୁନ୍ ୨୭ରେ ପରଦାକୁ ଆସିବ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories