www.samajalive.in
Monday, December 8, 2025
20.1 C
Bhubaneswar

ଚିରନ୍ତନ ପରମ୍ପରା: ସୃଜନ ପକ୍ଷରୁ ବାର୍ଷିକ ଓଡିଶୀ ନୃତ୍ୟ ପ୍ରଦର୍ଶନୀ ‘ଉପସରଣମ୍’

ଭୁବନେଶ୍ୱର : ଗତ ୮ ତାରିଖ ସନ୍ଧ୍ୟାରେ ସୃଜନ – ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସର ୫୮ ଜଣ ଯୁବ ନୃତ୍ୟଶିଳ୍ପୀଙ୍କୁ ଏକାଠି କରିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ରବୀନ୍ଦ୍ର ମଣ୍ଡପର ପ୍ରେକ୍ଷାଳୟରେ । ବିଶ୍ୱବିଖ୍ୟାତ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ତାର ଯୁବ ନୃତ୍ୟଶିଳ୍ପୀମାନଙ୍କୁ ନେଇ ଆୟୋଜନ କରିଥିଲା ଉପସରଣମ୍ ୨୦୨୪ । ସୃଜନର ନିର୍ଦ୍ଦେଶକ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ (ଏସଏସୟୁ)ର ଫ୍ୟାକଲ୍ଟି ଅଫ୍ ଆର୍ଟସ୍ କମ୍ୟୁନିକେସନ ଆଣ୍ଡ ଇଣ୍ଡିକ ଷ୍ଟଡିଜ୍ (ଫାକିସ୍)ର ଡିନ୍ ଗୁରୁ ରତିକାନ୍ତ ମହାପାତ୍ର ଏହି ଉତ୍ସବର ଆୟୋଜନ କରିଥିଲେ । ଏହି ଉତ୍ସବଟିକୁ ଶ୍ରୀ ଦେବୀପ୍ରସାଦ ମିଶ୍ର, ରାଜଶ୍ରୀ ପ୍ରହରାଜ ଓ ପ୍ରୀତିଶା ମହାପାତ୍ରଙ୍କ ଦ୍ଵାରା ମାସ ମାସ ଧରି ସମନ୍ୱୟ, କଠିନ ପରିଶ୍ରମ ଏବଂ ଯୋଜନା ପରେ ନିର୍ବିଘ୍ନରେ କାର୍ଯ୍ୟକାରୀ କରଯାଇଥିଲା । ଓଡ଼ିଶୀ ନୃତ୍ୟର ଭବିଷ୍ୟତ ଚେହେରା ହେବା ପାଇଁ ସୃଜନର ଯୁବ ନୃତ୍ୟଶିଳ୍ପୀମାନଙ୍କ ଆତ୍ମବିଶ୍ୱାସ, ଶକ୍ତି ଓ ଶୃଙ୍ଖଳାର ସହ ନିଜକୁ ପରିଚାଳିତ କରୁଥିବାରୁ, ସେଇ ନୃତ୍ୟଶିଳ୍ପୀମାନଙ୍କୁ ଉପସରଣମ୍ ରେ ଅଂଶ ଗ୍ରହଣ କରଯାଇଥିଲା ।
ସନ୍ଧ୍ୟାର ପ୍ରାରମ୍ଭରେ ଅତିଥି ବିଶିଷ୍ଟ ବେହେଲା ବାଦକ ସୁରମଣି ଶ୍ରୀ ରମେଶ ଚନ୍ଦ୍ର ଦାସ; ନୃତ୍ୟଶାଳାର ନିର୍ଦ୍ଦେଶକ ତଥା ଜଣାଶୁଣା ଓଡ଼ିଶୀ ନୃତ୍ୟଶିଳ୍ପୀ  ଅଶୋକ କୁମାର ଘୋଷାଲ ଏବଂ ସୁରଭିର ନିର୍ଦ୍ଦେଶକ ତଥା ବିଶିଷ୍ଟ ଓଡ଼ିଶୀ ଗୁରୁ ଡକ୍ଟର ପୀତାମ୍ବର ବିଶ୍ୱାଳଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମଟିକୁ ଉଦ୍ଘାଟନ କରଯାଇଥିଲା ଏବଂ ପରେ ଗୁରୁ ରତିକାନ୍ତ ମହାପାତ୍ର ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଏହାପରେ ସନ୍ଧ୍ୟାର ଅତିଥି ପଦ୍ମଶ୍ରୀ ତଥା ଓଡ଼ିଶାର ବିଶିଷ୍ଟ ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଚିତ୍ରକର ପରିବାରରୁ ଆସିଥିବା ଶ୍ରୀ ମହାରଣା ଓଡ଼ିଶାର ପ୍ରଥମ ପଟ୍ଟଚିତ୍ର ଶିଳ୍ପୀ ଭାବେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ । ସେ ଜାତୀୟ ପୁରସ୍କାର ୧୯୭୪ (ଅଖିଳ ଭାରତୀୟ ହସ୍ତଶିଳ୍ପ ବୋର୍ଡ, ନୂଆଦିଲ୍ଲୀ), ବିଶ୍ୱକର୍ମା ପ୍ରଶସ୍ତିପତ୍ର ୧୯୮୩, ଓଡ଼ିଶା ଲଳିତ କଳା ଏକାଡେମୀ ପୁରସ୍କାର ୧୯୮୩, ଏବଂ ଧର୍ମପଦ ପୁରସ୍କାର ୨୦୧୯ ସମେତ ଅସଙ୍ଖ୍ୟ ପୁରସ୍କାର ଲାଭ କରିଛନ୍ତି । ସେ ଭୁବନେଶ୍ୱର ଷ୍ଟେଟ ଇନଷ୍ଟିଚ୍ୟୁଟ୍ ଅଫ୍ ହ୍ୟାଣ୍ଡିକ୍ରାଫ୍ଟ ଟ୍ରେନିଂରେ ଖଜୁରୀ ପତ୍ର ଖୋଦନ ଏବଂ ପଟ୍ଟଚିତ୍ର ଶିଳ୍ପୀ ଭାବରେ ୩୦୦ ରୁ ଅଧିକ ଛାତ୍ର ଓ ଛାତ୍ରୀଙ୍କୁ ତାଲିମ ଦେଇଛନ୍ତି ଏବଂ ଚିତ୍ରକଳାରେ ପିଲାମାନଙ୍କୁ ତାଲିମ ଦେବା ପାଇଁ ୨୫ ବର୍ଷରୁ ଅଧିକ ସମୟ ଧରି ଏକ “ରବିବାର ସ୍କୁଲ” ଚଳାଉଛନ୍ତି । ତାଙ୍କର ଉପସ୍ଥିତି ସୃଜନ ଛାତ୍ର ତଥା ସଦସ୍ୟମାନଙ୍କ ପାଇଁ ଏକ ମହତ୍ଵପୂର୍ଣ୍ଣ ଘଟଣା ଥିଲା ।

ବାଧାବିଘ୍ନର ଚିରସ୍ଥାୟୀ ଅପସାରଣ ଭଗବାନ ଗଣେଶଙ୍କୁ ପ୍ରଣାମ କରି ଉପସରଣମ୍ କାର୍ଯ୍ୟକ୍ରମ ବିନାୟକ ସ୍ମରଣେରୁ ଆରମ୍ଭ ହୋଇଥିଲା । ଗୁରୁ ରତିକାନ୍ତ ମହାପାତ୍ରଙ୍କ ଏହି ସ୍ମରଣୀୟ ତଥା ପ୍ରଭାବଶାଳୀ ନୃତ୍ୟ ସଂରଚନା ତଥା ସୃଜନର ବରିଷ୍ଠ ଅଧ୍ୟାପକ ତଥା ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ରାଜଶ୍ରୀ ପ୍ରହରାଜଙ୍କ ଦ୍ଵାରା ଦଳଗତ ସଂଯୋଜନାକୁ ନୃତ୍ୟରେ ବଖାଣିଥିଲେ ଅମୃତା, ଅନୁଷ୍କା, ଦୀପନୱିତା, ମାୟନାତା, ଶିଳ୍ପା ଏବଂ ଶ୍ରେୟା । ଭଗବାନ ଗଣେଶଙ୍କର ୧୨ ଟି ଚମତ୍କାର ନାମ ଏବଂ ଗୁଣକୁ ଓଡିଶୀ ନୃତ୍ୟ ମଧ୍ୟମରେ ସଜାଡି ଥିଲେ ଶିଳ୍ପୀମାନେ |

- Advertisement -

ଏହା ପରେ ଗୁରୁ କେଲୁଚରଣ ମହାପାତ୍ରଙ୍କ ଏକ କାଳଜୟୀ ରଚନା ବସନ୍ତ ପଲ୍ଲବୀ ପରିବେଷିତ ହୋଇଥିଲା । ସୃଜନର ବରିଷ୍ଠ ସଦସ୍ୟା ଐଶ୍ୱର୍ଯ୍ୟା ସିଂଦେବଙ୍କ ସଂଯୋଜନାରେ ଏହି ନୃତ୍ୟଟିକୁ ଦୂତି, ଆୟୁଷୀ, ଶ୍ରେୟାଙ୍ଗଶ୍ରୀ, ସାନଭି, ଚିନ୍ମୟ, ରୋଶନୀ, ଦୀପାନୱିତା, ନତାଶା, ସୁସମ୍ପନା, ସୁମେରା ଏବଂ ତ୍ରିଷ୍ଣାଙ୍କ ଦ୍ୱାରା ସୁନ୍ଦର ପଦଚାଳନା ଏବଂ ସ୍ୱଚ୍ଛ ଗତିବିଧି ସହିତ କରାଯାଇଥିଲା | ।

ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ଦେବୀ ମାତାଙ୍ଗୀଙ୍କ ପ୍ରତି ଏକ ପ୍ରଣାମ ମାତଙ୍ଗୀ ଧ୍ୟାନମ ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ରତିକାନ୍ତ ମହାପାତ୍ର ଏବଂ ଦଳଗତ ନୃତ୍ୟ ସଂଯୋଜନା କରିଥିଲେ ଜି ସଞ୍ଜୟ । ଆଦ୍ୟାଶ୍ରୀ, ଆୟଶା, ଆକାଂକ୍ଷା, ଅକ୍ଷିତା, ଅନୁଷ୍କା, ବିସାଖା, କବୟା, ପୁଷ୍ପାଞ୍ଜଳି, ରିତିଶା, ସାନଭି, ସୁବ୍ରଜିତା, ସାଇ ସ୍ମୁରୁତି, ଶୁଭାଙ୍ଗି, ଶ୍ରେୟାସୀ, ଶ୍ଵେତଳିନ ଏବଂ ତେଜସ୍ୱିନି ଏହି ନୃତ୍ୟଟିକୁ ସୁନ୍ଦର ଭାବରେ ପରିବେଷଣ କରିଥିଲେ।

ଚତୁର୍ଥ ଉପସ୍ଥାପନାଟି ଥିଲା ୧୯୬୫ ମସିହାରେ କିମ୍ବଦନ୍ତୀ ଗୁରୁ ଶ୍ରୀ କେଲୁଚରଣ ମହାପାତ୍ରଙ୍କ ଦ୍ଵାରା ସଙ୍ଗରଚିତ ଶଙ୍କରାଭରଣ ପଲ୍ଲବୀ।  ନୃତ୍ୟଶିଳ୍ପୀମାନେ ସୃଜନର ବରିଷ୍ଠ ଅଧ୍ୟାପିକା ସୁଜତା ପ୍ରଧାନଙ୍କ ଦ୍ୱାରା ନବୀକରଣ କରାଯାଇଥିବା ଏହି ଶଙ୍କରାଭରଣ ପଲ୍ଲବୀକୁ ଉପସ୍ଥାପନ କରିଥିଲେ । ନୃତ୍ୟଶିଳ୍ପୀ ଅମୃତା, ଅନଭିକା, ବାର୍ସା, ନାଭିଆ, ଶାଗୁନ୍, ଶ୍ରେୟା, ଏବଂ ଶୁଭଲକ୍ଷ୍ମୀଙ୍କ ଦ୍ଵାରା ଦୃତ ପାଦ ଚାଳନା ସହିତ ଏହି ପଲ୍ଲବୀର ଅନ୍ତର୍ନିହିତ ସୌନ୍ଦର୍ଯ୍ୟକୁ ନୃତ୍ୟ ମାଧ୍ୟମରେ ପ୍ରଦର୍ଶନ କରିଥିଲେ।
ଆର୍ଚିଶା, ବ୍ରାହ୍ମୀ, ଗାୟତ୍ରୀ, ପ୍ରତୀସା, ସତ୍ୟକ୍ଷୀ, ଶାନଭି, ଶିବାଙ୍ଗୀ, ସୋମାଲିନ୍, ସୁଲଗ୍ନା, ତନିସ୍ତା ଏବଂ ସାଇ ପ୍ରସାଦଙ୍କୁ ନେଇ ଗଠିତ ପରବର୍ତ୍ତୀ ନୃତ୍ୟଟି ଉପସ୍ଥାପନା କରାଯାଇଥିଲା । ସେମାନେ କବି ସୂର୍ଯ୍ୟ ବଳଦେବ ରଥଙ୍କ ପ୍ରସିଦ୍ଧ ରଚନା କିଶୋର ଚନ୍ଦ୍ରାନନ୍ଦ “ଭ” ଚମ୍ପୁ ଉପସ୍ଥାପନ କରିଥିଲେ । ଯାହାକୁ ସୃଜନର ବରିଷ୍ଠ ସଦସ୍ୟା ପ୍ରୀତିଶା ମହାପାତ୍ରଙ୍କ ଦ୍ୱାରା ନବୀକରଣ କରଯାଇଥିଲା । ନୃତ୍ୟଶିଳ୍ପୀମାନେ ପ୍ରଶଂସନୀୟ ଭାବରେ ଏହି ନୃତ୍ୟଟିକୁ ପ୍ରଦର୍ଶନ କରିଥିଲେ ।
ଶେଷରେ ରୁକ ବେଦରୁ ଉଦ୍ଧୃତ ଏକ ନବ-ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ଶ୍ରଦ୍ଧା ଶୂକତମ ପରିବେଷିତ ହୋଇଥିଲା ଯାହାର ନୃତ୍ୟ ସଂରଚନା ଗୁରୁ ରତିକାନ୍ତ ମହାପାତ୍ର ଏବଂ ଦଳଗତ ନୃତ୍ୟ ସଂଯୋଜନା କରିଥିଲେ ରାଜଶ୍ରୀ ପ୍ରହରାଜ । ନୃତ୍ୟଶିଳ୍ପୀ ଅମୃତା, ଆଞ୍ଜେଲିନା, ଦୀପ୍ରାନିତା, ନିଶିତା, ପ୍ରାଚି, ପ୍ରୀତିପ୍ରଜ୍ଞା, ଶ୍ରୁତିଜ୍ୟୋଷ୍ଣା, ଶିଳ୍ପା, ସୁଭାଷ୍ରି ଏବଂ ସୁଶ୍ରୀ ଏହାକୁ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମଟିର ଆଲୋକ ପରିଚାଳନା କରିଥିଲେ ଦେବୀପ୍ରସାଦ ମିଶ୍ର ଏବଂ ଉପସ୍ଥାପନ କରିଥିଲେ ଡ଼ଃ. ମୃତ୍ୟୁଞ୍ଜୟ ରଥ ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories