ଡେସ୍କ: ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଉଥିବା ଜଣାପଡିଛି। ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳରେ ଜୁନ ୯ ଓ ୧୦ ତାରିଖ ପାଇଁ ଉଡାଣ ନିଷିଦ୍ଧ କରାଯାଇଛି। ଦିଲ୍ଲୀ ପୋଲିସ କମିଶନର ସଂଜୟ ଆରୋରା ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି। ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ରବିବାର ସନ୍ଧ୍ୟା ୭.୧୫ ମିନିଟ ସମୟରେ ଶପଥ ଗ୍ରହଣ କରିବେ। ଏହି ଅବସରରେ ମନ୍ତ୍ରିପରିଷଦର କିଛି ସଦସ୍ୟଙ୍କୁ ବି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇବେ।
ଶପଥ ଗ୍ରହଣ ସମାରୋହକୁ ଦୃଷ୍ଟିରେ ରଖି ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଉଛି। ରାଷ୍ଟ୍ରପତି ଭବନର ସୁରକ୍ଷା ପାଇଁ ଅର୍ଦ୍ଧସାମରିକ ବଳର ୫ଟି କଂପାନୀ, ଏନଏସଜି କମାଣ୍ଡୋ ଓ ଡ୍ରୋନ ମୁତୟନ କରାଯାଇଛି।



