www.samajalive.in
Monday, December 8, 2025
27.1 C
Bhubaneswar

ଶୁକ୍ରବାର ପ୍ରେକ୍ଷାଳୟକୁ ଆସିବ ସିଦ୍ଧାର୍ଥ ମ୍ୟୁଜିକ୍‌ର ୨୪ତମ ଚଳଚ୍ଚିତ୍ର ‘ଲଭ୍‌ ଏକ୍ସପ୍ରେସ୍‌’

ଭୁବନେଶ୍ବର : ଅଗ୍ରଣୀ ଚଳଚ୍ଚିତ୍ର ନିର୍ମାଣ ସଂସ୍ଥା ସିଦ୍ଧାର୍ଥ ମ୍ୟୁଜିକ୍‌ ଓ ସିଦ୍ଧାର୍ଥ ଟିଭି ଦର୍ଶକଙ୍କୁ ନୂଆବର୍ଷ ଅବସରରେ ଭେଟି ଦେଉଛି ନୂଆ ଚଳଚ୍ଚିତ୍ର ‘ଲଭ୍‌ ଏକ୍ସପ୍ରେସ୍‌।’ ଚଳିତ ମାସ ୨୮ ତାରିଖ ଶୁକ୍ରବାର ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟକୁ ଆସୁଛି। ରୋମାଣ୍ଟିକ୍‌ କମେଡ଼ିରେ ଭରପୂର ଏହି ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ଅଛନ୍ତି ସିଦ୍ଧାର୍ଥ ମ୍ୟୁଜିକ୍‌ର ମ୍ୟୁଜିକାଲ ହିଟ୍‌ ଚଳଚ୍ଚିତ୍ର ‘ଲୈଲା ଓ ଲୈଲା’ର ସୁପରହିଟ୍‌ ଯୋଡ଼ି ସ୍ବରାଜ ଓ ସନ୍‌ମିରା। ଓଡ଼ିଶା ମନୋରଞ୍ଜନର ରାଜା ଭାବେ ପରିଚିତ ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରର ନିର୍ଦେଶନାରେ ଅଛନ୍ତି ଯୁବ ନିର୍ଦେଶକ ରମେଶ ରାଉତ। ନିଆରା ପ୍ରେମ କାହାଣୀ ଉପରେ ପର୍ଯ୍ୟବସିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ପୂର୍ଣ୍ଣ ମନୋରଞ୍ଜନ ଦେବ ବୋଲି କହିଛନ୍ତି ପ୍ରଯୋଜକ ଶ୍ରୀ ଅଗ୍ରୱାଲ। ୟୁ ଟ୍ୟୁବ୍‌ରେ ଏହି ଚଳଚ୍ଚିତ୍ରର ଗୀତ ତଥା ଟ୍ରେଲର ଥିବା ସଂଳାପ ‘ପଇସା ନଉଛ ହାଡ଼େ ହାଡ଼େ’ ଓ ‘ଛେଳିମାନଙ୍କର ମେରେଜ୍‌ ସେସନ୍‌ ଚାଲିଛି’ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ବୈଦ୍ୟନାଥ ଦାସ ସ୍ବର ସଂଯୋଜନା କରିଥିବାବେଳେ ସଂଳାପ ଲେଖିଛନ୍ତି ଡ. ନିର୍ମଳ ନାୟକ ଓ ସମ୍ପାଦନା କରିଛନ୍ତି ରାଜେଶ ଦାଶ।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories