www.samajalive.in
Monday, December 8, 2025
27.1 C
Bhubaneswar

ଏହି ରାଶିର ଲୋକେ ଆଜି ସମାଜରେ ମାନ ସମ୍ମାନ ପାଇବେ: ବୁଧବାର ରାଶିଫଳ

ମେଷ: ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ମତିଜ୍ଞ ହେବେ। ବିବିଧ ଧନଯୁକ୍ତ ହେବେ। କର୍ମ ଚଞ୍ଚଳ ରହିବେ। ଅତିସୁଖୀ ଓ କୀର୍ତ୍ତଶାଳୀ ହୋଇପାରନ୍ତି। ସହିଷ୍ଣୁ ହେବେ। ବିଭିନ୍ନସ୍ତରରୁ ଧନାଗମ ହେବ।
ବୃଷ: ଧନବାନ୍‌ ହେବେ। ଗୁଣଜ୍ଞ ହୋଇପାରନ୍ତି। ଉପାର୍ଜନକାରୀ ହେବେ। ଶକ୍ତିମାନ ହେବେ। ରୂପବାନ୍‌ ହେବେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ଆୟ ଆଶାନୁରୂପ ହେବ।
ମିଥୁନ: କର୍ମଚଞ୍ଚଳ ରହିବେ। ଏକାନ୍ତସାଧନା ଫଳବତୀ ହେବ। ମଧୁର କଥା କହି ପରକୁ ଆପଣାର କରିପାରନ୍ତି। ସାମାନ୍ୟ ଚକ୍ଷୁ ଯନ୍ତ୍ରଣା ଭୋଗ କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ। ସାହସୀ ଓ ଜ୍ଞାନୀ ହେବେ।
କର୍କଟ: ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି। ଯାନ-ବାହନ ସୁଖ ମିଳିବ। କୀର୍ତ୍ତିମାନ ହେବେ। ଅପାର ଗୁଣର ଅଧିକାରୀ ହେବେ। ସରକାରୀସ୍ତରରୁ ଧନ ସହିତ ସମ୍ମାନ ମିଳିବ। କରିତ୍‌ କର୍ମା ହେବେ।
ସିଂହ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ସରକାରୀ ଧନ ମିଳିପାରେ। ଗୃହ ପରିବେଶ ଉତ୍ତମ ମାନର ହେବ। କୀର୍ତ୍ତି, ମର୍ତ୍ତି, ସନ୍ତୋଷ ଓ ବହୁବିଧ ଧନ ମିଳିବ। ଉତ୍ତମ ଗୁଣଯୁକ୍ତ ହେବେ।
କନ୍ୟା: ଧନବାନ ହେବେ। ସୌଭାଗ୍ୟଶାଳୀ ହୋଇପାରନ୍ତି। ମହିଳା ମଣ୍ଡଳୀର ସେବା କାର୍ଯ୍ୟରେ ସହାୟତା କରିବେ। ଦାମ୍ପତ୍ୟ ଜୀବନ ସୁଖବୋଧ ହେବ। ଉଦ୍ୟୋଗ ହେବେ। ପ୍ରବାସୀ ପ୍ରିୟ ଓ ବିଦ୍ବାନ ହେବେ।
ତୁଳା: ପ୍ରଭାବଶାଳୀ ହେଲେ ବି ପରିସ୍ଥିତିକୁ କଳନା କରି ପ୍ରଭାବକୁ ସୀମିତ କରିପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଯାନ-ବାହନ ଚଳାଚଳରେ ସତର୍କ ରହିବେ। କାଳ ସଂଯମି ହେବାକୁ ପଡ଼ିବ।
ବିଛା: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିଛି। ବହୁ ସୁଖକର ଘଟଣାମାନ ଘଟିବ। ଚନ୍ଦ୍ର ବଳବାନ ଥିବାରୁ ଅସାଧ୍ୟ ସାଧନ କରିପାରିବେ। ସୁଖାଦ୍ୟ ସହ ଆନନ୍ଦ ଉପଭୋଗ କରିବେ।
ଧନୁ: ବିଭିନ୍ନସ୍ତରରୁ ସହଯୋଗ ପାଇ ଶତ୍ରୁକୁ ପରାଜିତ କରିବେ ଓ ମାନସିକ ଶାନ୍ତି ଫେରିପାଇବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।
ମକର: ସାକ୍ଷାତକାରରେ ଯୋଗଦେବା ପାଇଁ ପୂର୍ବ ପ୍ରସ୍ତୁତି ସ୍ବରୂପ ନାନା ଉପାଦେୟ ପୁସ୍ତକ ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ଅର୍ଥାଗମର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କୁମ୍ଭ:କାର୍ଯ୍ୟ ଯେତେ କଠିନ ଓ କଷ୍ଟଦାୟକ ହେଲେ ବି ତାର ସୁସମ୍ପାଦିତ କରି ସୁଫଳ ପାଇପାରନ୍ତି। କେତେକ କାର୍ଯ୍ୟରେ ଭୁଲ ବୁଝାମଣା ଘଟିଲେ ବି ପରେ ସୁଧାର ଆସିବ। ଯାନ-ବାହନ ସୁଖ ମିଳିବ।
ମୀନ: ବିଭିନ୍ନସ୍ତରରୁ ଅର୍ଥାଗମ ହୋଇ ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରେ। ଦେବ ଦର୍ଶନ ପାଇ ମନରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସରକାରୀସ୍ତରରୁ ଲାଭବାନ୍‌ ହୋଇପାରନ୍ତି। କର୍ମତତ୍ପର ରହିବେ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories