www.samajalive.in
Thursday, December 11, 2025
27.1 C
Bhubaneswar

ଭବିଷ୍ୟତରେ ଆଉ ନିର୍ବାଚନ ଲଢିବିନି- ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ଭଣ୍ଡାରପୋଖରୀ ବିଧାନସଭା ଆସନରୁ ପରାଜିତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ। ନିରଞ୍ଜନ କହିଛନ୍ତି ଯେ ଦୀର୍ଘ ବର୍ଷ ରାଜନୈତିକ ଜୀବନରେ ପ୍ରଥମରୁ ମୁଁ କଂଗ୍ରେସ ଦଳ ସହ ରହିଆସିଛି। କ୍ଷମତା ପାଇଁ କିମ୍ବା ସ୍ୱାର୍ଥ ପାଇଁ କେବେ ଦଳ ପରିବର୍ତ୍ତନ କରିବା କଥା ଚିନ୍ତା କରିନାହିଁ। ଚଳିତ ଥର ଭଣ୍ଡାରିପୋଖରୀ ଆସନରୁ ନିର୍ବାଚନ ଲଢିବାକୁ ଦଳ ମୋତେ ଟିକେଟ ଦେବା ପରେ ପ୍ରତିଦ୍ୱନ୍ଦିତା କଲା ବେଳେ ମୁଁ କହିଥିଲି ଏହା ମୋର ଶେଷ ନିର୍ବାଚନ। ଭଣ୍ଡାରିପୋଖରୀବାସୀ ମୋତେ ବିଜୟ କରିନାହାଁନ୍ତି କିନ୍ତୁ ଯେଉଁ ଭଲ ପାଇବା ସ୍ନେହ ଶ୍ରଦ୍ଧା ଦେଇଛନ୍ତି ସେଥିପାଇଁ ମୁଁ ଋଣୀ। ଭଣ୍ଡାରିପୋଖରୀରେ ଅନେକ କ୍ଷେତ୍ରରେ ବିକାଶ ହୋଇନାହିଁ। ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସଞ୍ଜୟ ବାବୁଙ୍କୁ ଅଭିନନ୍ଦନ ଜଣାଇବା ସହ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀର ଜନତାଙ୍କ ହିତ ପାଇଁ ଉଦ୍ୟମ କରିବେ ବୋଲି ଆଶା କରୁଥିବା କହିଛନ୍ତି। ନିର୍ବାଚନରେ ଜନତାଙ୍କ ରାୟକୁ ସମ୍ମାନ ଜଣାଉଛି। ଭବିଷ୍ୟତରେ ଆଉ କେବେ ନିର୍ବାଚନ ଲଢିବି ନାହିଁ ବୋଲି ସ୍ଥିର କରିଥିବା ନିରଞ୍ଜନ କହିଛନ୍ତି।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories