www.samajalive.in
Monday, December 8, 2025
27.1 C
Bhubaneswar

ଅଭିଳାଶ ପଣ୍ଡାଙ୍କୁ ଆକ୍ରମଣ ମାମଲା : ବନ୍ଧା ହେଲେ ଆଉ ୫ ଅଭିଯୁକ୍ତ

ଚାନ୍ଦବାଲି: ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତିଙ୍କୁ ଆକ୍ରମଣ ମାମଲା।  ଯୁବ ମୋର୍ଚ୍ଚା ସଭାପତି ଅଭିଳାଶ ପଣ୍ଡାଙ୍କୁ ଆକ୍ରମଣ ମାମଲାରେ ଆଉ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଂଶଡା ପୁଲିସ୍। ଏବେ ଯାଏଁ ଗିରଫଦାରୀ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ଗତ ୩୦ ତାରିଖ ନିର୍ବାଚନ ପ୍ରଚାର ପାଇଁ ଭଦ୍ରକ ଚାନ୍ଦବାଲି ଯାଇଥିବା ବେଳେ ସସିତାଦେଇପୁର ନିକଟରେ ଅଭିଳାଶଙ୍କୁ ଆକ୍ରମଣ କରିଥିଲେ କିଛି ଦୁର୍ବୁତ୍ତ। ଘଟଣାକୁ ନେଇ ବିଜେଡିକୁ ନିଶାନା କରିଥିଲା ବିଜେପି। ସେପଟେ ଏହି ଘଟଣାରେ ଅଭିଯୁକ୍ତ ମାନଙ୍କୁ ଗିରଫ କରାନଗଲେ ଡିଜିପିଙ୍କ ଅଫିସ ଘେରାଉ କରିବାକୁ ଚେତାବନୀ ଦେଇଥିଲା ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା। ତେବେ ପୁଲିସ ପୂର୍ବରୁ ଏଥିରେ ସମ୍ପୃକ୍ତ ଥିବା ୫ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଆଜି ପୁଣି ଆଉ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories