www.samajalive.in
Tuesday, December 9, 2025
17.1 C
Bhubaneswar

ଗାନ୍ଧୀଙ୍କ ମୃତ୍ୟୁ ପ୍ରଚ୍ଛଦ ରହସ୍ୟ ଉନ୍ମୋଚନ କରିବ ‘ଦ ଗାନ୍ଧୀ ମର୍ଡ଼ର’

ମୁମ୍ବଇ : ଚଳଚ୍ଚିତ୍ର ନିର୍ମାତା ଲକ୍ଷ୍ମୀ ଆର. ଆୟର ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁର କାହାଣୀକୁ ଭିତ୍ତି କରି ଇଂରାଜୀ ଭାଷାରେ ଏକ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ଚଳଚ୍ଚିତ୍ରର ନାଁ’ ରହିଛି ‘ଦ ଗାନ୍ଧୀ ମର୍ଡ଼ର’। ଲକ୍ଷ୍ମୀ କହିଛନ୍ତି, “ଚଳଚ୍ଚିିତ୍ର ‘ଦ ଗାନ୍ଧୀ ମର୍ଡ଼ର’ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେଉଥିବା ଏକ ଚଳଚ୍ଚିତ୍ର ନୁହେଁ ବରଂ ଏହା ଏକ ବ୍ୟବସାୟିକ ତଥା ଐତିହାସିକ ତଥ୍ୟାବଳୀ। ଏହା ୧୯୪୮ ଜାନୁଆରୀ ୩୦ରେ ହୋଇଥିବା ଗାନ୍ଧୀଙ୍କ ହତ୍ୟା ପଛର ଅସଲି କାରଣ ଉପରେ ଆଧାରିତ”।
‘ଦ ଗାନ୍ଧୀ ମର୍ଡ଼ର’ ୩୦ଜାନୁଆରୀ, ୨୦୧୯ରେ ମୁକ୍ତିଲାଭ କରିବ। ଲକ୍ଷ୍ମୀ ପୁନର୍ବାର କହିଛନ୍ତି, “ଏହି ଚଳଚ୍ଚିତ୍ରରେ ସ୍ୱାଧୀନତା ଓ ବିଭାଜନର ଠିକ୍ ପରବର୍ତ୍ତୀ ସମୟରେ ଦେଶର ସ୍ଥିତି ଓ ସୀମା ଉଭୟ କ୍ଷେତ୍ରରେ ବାସହୀନ ହୋଇଥିବା ଲୋକମାନଙ୍କ ସମସ୍ୟା, ନିର୍ଯ୍ୟାତନା ଓ କ୍ରୋଧ ବିଷୟରେ ଦର୍ଶାଯାଇଛି। ପରିବାରର ସଦସ୍ୟମାନଙ୍କୁ ନିଷ୍ଠୁର ଭାବେ ହାଣି ଦିଆଗଲା, ମହିଳାମାନଙ୍କୁ ବଳାତ୍କାର ଓ ହତ୍ୟା ଗଲା, ପୁରୁଷ ଓ ଶିଶୁମାନଙ୍କୁ ଜୀବନ୍ତ ଜଳାଇ ଦିଆଗଲା। ଏହା ଭାରତ ପାଇଁ ଏକ ଭୟଙ୍କର ସମୟ ଥିଲା’। ଏହି ଚଳଚ୍ଚିତ୍ରରେ ଏ ସମସ୍ତ ବିଷୟକୁ ଜୀବନ୍ତ ଭାବେ ଦର୍ଶାଯାଇଛି”।ଚଳଚ୍ଚିତ୍ରରେ ପ୍ରସିଦ୍ଧ ଅଭିନେତା ସ୍ୱର୍ଗତଃ ଓମ୍‍ ପୁରୀଙ୍କୁ ମଧ୍ୟ ଏକ ବିଶେଷ ଭୂମିକାରେ ଦେଖିବାକୁ ମିଳିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories