www.samajalive.in
Sunday, December 7, 2025
15.1 C
Bhubaneswar

ଓ୍ବାଶିଂ ମେସିନ୍ ଉପରେ ଖରା ପଡ଼ୁଛି କି? ହୋଇଯାଆନ୍ତୁ ସାବଧାନ, ନଚେତ୍‌ ଘଟିବ ଗାଜିଆବାଦ ଭଳି ଘଟଣା

ସମାଜ ଡିଜିଟାଲ ଡେସ୍କ: ଏବେ ଉତ୍ତର ଭାରତରେ ଭୟଙ୍କର ଗରମ ଅନୁଭୂତ ହେଉଛି। ନୂଆଦିଲ୍ଲୀରେ ତାପମାତ୍ରା ୫୦ ଡିଗ୍ରୀ ଟପିଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ଏସି, କୁଲର ଓ ପଙ୍ଖା ଭଳି ଲଗାତର ଚାଲୁଥିବା ବୈଦ୍ୟୁତିକ ଉପକରଣଗୁଡ଼ିକରେ ନିଆଁ ଲାଗିବାର ଆଶଙ୍କା ବଢିଯାଇଛି। ଯଦି ଆପଣ ଆପଣଙ୍କ ଓ୍ବାଶିଂ ମେସିନକୁ ମଧ୍ୟ ଭୁଲ୍‌ ସ୍ଥାନରେ ରଖିଛନ୍ତି, ତେବେ ତାହା ଫାଟି ଯାଇପାରେ। ଗାଜିଆବାଦରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ବନ୍ଦ ହୋଇ ପଡ଼ିଥିବା ଓ୍ବାଶିଂ ମେସିନରେ ନିଆଁ ଲାଗିଯିବାରୁ ଏକ ଘରେ ଅଗ୍ନିକାଣ୍ଡ ଘଟିଛି। ସୌଭାଗ୍ୟବଶତଃ ଆଖପାଖର ଲୋକମାନେ ନିଆଁକୁ ସଠିକ୍ ସମୟରେ ଆୟତ୍ତ କରିଦେଇଥିଲେ। ଫଳରେ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଥିଲା।

ଗାଜିଆବାଦ ରାଜନଗର ଏକ୍ସଟେନ୍‌ସନ୍‌ ସୋସାଇଟିର ଅଫିସର ସିଟି-୨ରେ ଏହି ଘଟଣା ଘଟିଛି। ଏଠାରେ ଏକ ଫ୍ଲାଟ୍‌ର ବାଲ୍‌କୋନୀର ରଖାଯାଇଥିବା ଓ୍ବାଶିଂ ମେସିନରେ ହଠାତ୍ ଆପେଆପେ ନିଆଁ ଲାଗି ଯାଇଥିଲା। କିଛି ଲୋକ ବାଲକୋନୀରେ ନିଆଁ ଜଳୁଥିବା ଦେଖିଥିଲେ। ଏହାପରେ ଅନେକ ଲୋକେ ଏକତ୍ରିତ ହୋଇ ଫ୍ଲାଟରେ ପହଞ୍ଚି ନିଆଁ ଲିଭାଇଥିଲେ।

- Advertisement -

ବିଶେଷଜ୍ଞଙ୍କ କହିବାନୁସାରେ, ଗ୍ରୀଷ୍ମ ଋତୁରେ ୱାଶିଂ ମେସିନକୁ ପ୍ରବଳ ଖରା ପଡ଼ୁଥିବା ସ୍ଥାନରେ ରଖିବା ଉଚିତ୍ ନୁହେଁ। ୱାଶିଂ ମେସିନର ମୋଟରରେ ତରଳ ତୈଳ ରହିଥାଏ। ଯଦି ଏହା ଉଚ୍ଚ ତାପମାତ୍ରା ସମ୍ପର୍କରେ ଆସେ ତେବେ ଏଥିରେ ନିଆଁ ଲାଗିଯାଇପାରେ। ଏହା ବ୍ୟତୀତ ଯଦି ମେସିନ୍‌ ଖରାରେ ଅଛି ଏବଂ ସ୍ଵିଚ୍‌ ଅନ୍ ଅଛି ତାହେଲେ ମଧ୍ୟ ନିଆଁ ଲାଗିବାର ଆଶଙ୍କା ଅଧିକ ରହିଛି। ଗାଜିଆବାଦରେ ଓ୍ବାଶିଂ ମେସିନ୍ ଖରାରେ ରଖାଯାଇଥିବା କାରଣରୁ ଏଥିରେ ନିଆଁ ଲାଗିଥିଲା। ଯଦି ମେସିନ୍‌କୁ ଖରାରେ ରଖିବା ବ୍ୟତୀତ ଆଉ କିଛି ବିକଳ୍ପ ନାହିଁ ତେବେ ଏହାକୁ ମୋଟା କପଡ଼ାରେ ଘୋଡ଼ାଇ ରଖନ୍ତୁ ଏବଂ ସ୍ଵିଚ୍‌ ବନ୍ଦ ରଖନ୍ତୁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories