www.samajalive.in
Tuesday, December 9, 2025
17.1 C
Bhubaneswar

ଲକ୍ଷ୍ମୀପୁରରେ ଦୁଇ ଆନ୍ଥ୍ରାକ୍ସ ସଂକ୍ରମିତ ଠାବ

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ଆନ୍ଥ୍ରାକ୍ସ ରୋଗ ଦେଖାଦେଇଥିବା ବେଳେ ଏଥିରେ ଦୁଇ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ବ୍ଲକର ଉପର କୁଟିଙ୍ଗା ଗ୍ରାମରେ ଏଥିରେ ଦୁଇଜଣ ଆକ୍ରାନ୍ତ ହେଉଛନ୍ତି ମୁକୁନା  ମିଣିଆକା ଓ ଉକୁ ମିଣିଆକା । ଏମାନଙ୍କ ହାତ ଓ ଗୋଡରେ ଘାଆ ହୋଇଥିବାବେଳେ ଆନ୍ଥ୍ରାକ୍ସର ଲକ୍ଷଣ ପରି ପରିଲକ୍ଷିତ ହୋଇଛି । ଉଭୟଙ୍କୁ କୋରାପୁଟ ମେଡିକାଲ କଲେଜକୁ ନିଆଯାଇ ତାଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଥିବା ଜଣାପଡିଛି । ସେହିପରି କୋରାପୁଟରୁ ଏକ ମେଡିକାଲ୍ ଟିମ ଗ୍ରାମ ପରିଦର୍ଶନ କରି ଯାଇଥିବା କୁହାଯାଇଛି ।

ତିନି ଦିନ ତଳେ କୁଟିଙ୍ଗା ଗ୍ରାମରେ ଦୁଇଜଣଙ୍କ ଠାରେ ରୋଗର ଲକ୍ଷଣ ଦେଖାଯାଇଛି । ଦୁଇ ଜଣଙ୍କୁ କୋରାପୁଟ ନିଆଯାଇ ମେଡିକାଲ୍ କଲେଜ୍ ରେ ଭର୍ତ୍ତି କରାଯାଇଥିଲା , କିନ୍ତୁ ସେମାନେ କାହାକୁ ନକହି ପଳାଇ ଆସିଥିବା ଜଣାପଡିଛି । ଏହି ରୋଗ ହେଲେ ଗ୍ରାମର ଲୋକମାନେ ଏହାକୁ ଲୁଚାଇଥାନ୍ତି । ତେବେ ସଚେତନତା ପାଇଁ ବୁଧବାର ମହିଳା ସ୍ବାସ୍ଥ୍ୟକର୍ମୀ ଓ ଆଶା କର୍ମୀମାନେ ଉକ୍ତ ଗ୍ରାମରେ ଡାକ ବାଜି ଯନ୍ତ୍ରରେ ରୋଗୀଣା ମଲା ପଶୁ ପକ୍ଷୀ ମାଂସ ଖାଇବାକୁ ବାରଣ କରିଛନ୍ତି । ଅନ୍ୟପକ୍ଷରେ ରକ୍ତ ପରୀକ୍ଷା ରିପୋର୍ଟ ଆସିବା ପରେ ପକୃତ କଥା ଜଣାପଡିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ଜୟପୁରରୁ ଏକ ଅନୁସନ୍ଧାନକାରୀ ଟିମ୍ ଗ୍ରାମ ପରିଦର୍ଶନ କରିଥିବା ଜଣାପଡିଛି । ପୁର୍ବରୁ ମଧ୍ୟ ବ୍ଲକର କେତେକ ଗ୍ରାମରେ ଆନ୍ଥ୍ରାକ୍ସ ରୋଗ ହୋଇଥିବାବେଳେ କିଛି ଜଣ ମୃତ୍ୟୁବରଣ କରିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories