www.samajalive.in
Tuesday, December 9, 2025
17.1 C
Bhubaneswar

ଚାଲୁଚାଲୁ ବଦଳିଲା ଭାଗ୍ୟ, ମିଳିଲା କୋଟି କୋଟି ଟଙ୍କା ମୂଲ୍ୟର ଐତିହାସିକ ଜିନିଷ..

ସମାଜ ଡିଜିଟାଲ ଡେସ୍କ: ଆପଣ ଲୋକମାନଙ୍କୁ ଟିକେଟ୍ କିଣି ଲଟେରୀ ଜିତୁଥିବା ଦେଖିଥିବେ, କିନ୍ତୁ ଯଦି ଭାଗ୍ୟରେ ଥାଏ ତାହେଲେ ଟିକେଟ୍ ନ କିଣି ମଧ୍ୟ ଜଣେ ରାତାରାତି କୋଟିପତି ହୋଇପାରନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଚେକ୍‌ ରିପବ୍ଲିକ୍‌ର ବୋହେମିୟନ ଅଞ୍ଚଳରେ। ଏଠାରେ ଜଣେ ମହିଳା ସୁସ୍ଥ ରହିବା ପାଇଁ ସକାଳେ ଚାଲିବାକୁ ଯାଇଥିଲେ, ଆଉ ତାଙ୍କର ଏହି ଚଲାବୁଲା ତାଙ୍କ ଭାଗ୍ୟ ବଦଳାଇ ଦେଇଛି। ମହିଳାଙ୍କୁ ରାସ୍ତା ନିକଟରେ ପୋତି ହୋଇଥିବା ଏକ ଐତିହାସିକ ମୂଲ୍ୟବାନ୍‌ ଜିନିଷ ମିଳିଛି।

କୁଟନା ହୋରା ସହରରେ ଘଟିଛି ଏହି ଘଟଣା। ଏଠାରେ ମହିଳାଙ୍କୁ ୨୧୫୦ରୁ ଅଧିକ ରୂପା ମୁଦ୍ରା ମିଳିଛି। ଚେକ୍ ଏକାଡେମୀ ଅଫ୍ ସାଇନ୍ସେଜ୍‌ର ପ୍ରତ୍ନତତ୍ତ୍ୱ ପ୍ରତିଷ୍ଠାନ ଏହି ଘଟଣା ପରେ ଏକ ବିଜ୍ଞପ୍ତି ଜାରି କରି ଏହାକୁ ଦଶନ୍ଧିର ଆବିଷ୍କାର ବୋଲି କହିଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ରୂପା ମୁଦ୍ରା ୧୦୮୫ ରୁ ୧୧୦୭ ମଧ୍ୟରେ ମଧ୍ୟଯୁଗରେ ମୁଦ୍ରିତ ହୋଇଥିଲା। ବିଶେଷଜ୍ଞଙ୍କ କହିବାନୁସାରେ, ଏହି ମୁଦ୍ରାଗୁଡ଼ିକ ପ୍ରାଗ୍‌ରେ ତିଆରି ହୋଇ ବୋହେମିଆରେ ଆମଦାନୀ କରାଯାଇଥିଲା।

- Advertisement -


ପ୍ରତ୍ନତତ୍ତ୍ୱ ପ୍ରତିଷ୍ଠାନ କହିଛି ଯେ, ଏହି ମୁଦ୍ରାଗୁଡ଼ିକ ମିଶ୍ର ଧାତୁରେ ତିଆରି ହୋଇଥିଲା, ଯେଉଁଥିରେ ରୂପା ବ୍ୟତୀତ ତମ୍ବା, ସୀସା ଏବଂ ଟ୍ରେସ୍ ଧାତୁର ମିଶ୍ରଣ ମଧ୍ୟ ରହିଛି। ଏହି ମୁଦ୍ରା ଚୀନା ମାଟିର ବାସନରେ ଲୁଚାଯାଇଥିଲା। ପ୍ରତ୍ନତତ୍ତ୍ୱବିତ୍ ଫିଲିପ୍ ଭେଲିମ୍ସକି କହିଛନ୍ତି ଯେ, ମଧ୍ୟଯୁଗରେ ଯେତେବେଳେ ରାଜନୈତିକ ଅସ୍ଥିରତା ଦେଖା ଦେଇଥିଲା, ସେତେବେଳେ ଏହାକୁ ଲୁଚାଯାଇ ଥାଇପାରେ। ଯୁଦ୍ଧ ଏବଂ ଲୁଟ୍ ସେତେବେଳେ ସାଧାରଣ କଥା ଥିଲା।

ବିଶେଷଜ୍ଞମାନେ କହିଛନ୍ତି ଯେ, ସେ ସମୟରେ ଏହି ପ୍ରାଚୀନ ମୁଦ୍ରାର ମୂଲ୍ୟ ଅକଳ୍ପନୀୟ ଥିଲା। ବର୍ତ୍ତମାନ ସମୟରେ ଏହାର ମୂଲ୍ୟ କୋଟି କୋଟି ଟଙ୍କାରେ। ଐତିହାସିକମାନେ ଏହି ମୁଦ୍ରାର ପ୍ରକ୍ରିୟାକରଣ ଆରମ୍ଭ କରି ଦେଇଛନ୍ତି। ଏଗୁଡିକ ଉପରେ ଅନୁସନ୍ଧାନ ଶେଷ ହେବା ପରେ ଆସନ୍ତା ବର୍ଷ ଏ ସବୁକୁ ପ୍ରଦର୍ଶନୀରେ ଉପସ୍ଥାପନ କରିବାର ଯୋଜନା ଅଛି। ଏହା ମଧ୍ୟ ସମ୍ଭବ ଯେ, ସେଗୁଡିକୁ ପରେ ନିଲାମ କରାଯାଇପାରେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories