www.samajalive.in
Monday, December 8, 2025
27.1 C
Bhubaneswar

ଦାଦା ବଟି ନଦେବାରୁ ଠିକାସଂସ୍ଥା ଉପରେ ବୋମାମାଡ

ଆଠଗଡ:  ଆଠଗଡ ବ୍ଲକର ପ୍ରତ୍ୟେକ ଗାଁକୁ ପାନୀୟ ଜଳ ଯୋଗାଣ ପାଇଁ କନ୍ଦରପୁରଠାରେ  ଏକ ପ୍ରକଳ୍ପ କାର୍ଯ୍ୟ ଚାଲିଛି ।  କଳ୍ପତରୁ ଏଜେନସି ଠାରୁ ବହୁ ସ୍ଥାନୀୟ ଠିକାଦାର ପେଟି କାମ ନେଇ ଏହି ପ୍ରକଳ୍ପ ନିର୍ମାଣ କାମ କରୁଛନ୍ତି। ଏଭଳିଭାବେ  ଏକ ଠିକା ସଂସ୍ଥା କନ୍ଦରପୁରର ମହାନଦୀ କୂଳରେ ଏକ ପାଣି ଟାଙ୍କି ନିର୍ମାଣ କରୁଥିଲା । ମଙ୍ଗଳବାର ମଧ୍ୟାହ୍ନରେ ଏକ ବାଇକରେ ଦୁଇଜଣ ଅଜଣା ଯୁବକ ଆସି ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ କରୁଥିବା ଉକ୍ତ ଠିକା ସଂସ୍ଥାର କ୍ୟାମ୍ପରେ ଦାଦାବଟି ଦେବା ପାଇଁ ତାଗିଦ କରିଥିଲେ । ହେଲେ ଠିକା ସଂସ୍ଥା ଏଥି ପ୍ରତି ଦୃଷ୍ଟି ଦେଇନଥିଲେ । ପ୍ରାୟ ରାତି ୧୦ଟା ସମୟରେ ମହାନଦୀ କୂଳରେ ଥିବା ଉକ୍ତ ଠିକା ସଂସ୍ଥା କ୍ୟାମ୍ପ ଉପରକୁ ଦୁଇଟି ବୋମା ଓ କନ୍ଦରପୁର ଗାଁର ଧର୍ଯ୍ୟଧର ସାହୁଙ୍କ ଘର ଉପରକୁ ଦୁଇଟି ବୋମା ମାଡ କରି ଫେରାର ହୋଇଯାଇଥିଲେ। ଏଥିରେ କାହାର କିଛି କ୍ଷତି ହୋଇନି । ହେଲେ ଏହି ବୋମାମାଡ଼ ଘଟଣାରେ ଗାଁରେ ଭୟର ବାତାବରଣ ଖେଳିଯାଇଛି। ଖବର ପାଇ ଆଠଗଡ ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories