ଚୌଦ୍ୱାର: ୮୦ ନମ୍ବର ରୁଟରେ କଟକରୁ ଚୌଦ୍ୱାର ଯାତାୟତ କରୁଥିବା ମୋ ବସ୍ର ଜଣେ ଡ୍ରାଇଭରଙ୍କୁ ୩ ଜଣ ଯୁବକ ମରଣାତ୍ମକ ଆକ୍ରମଣ କରି ଫେରାର ହୋଇ ଯାଇଥିବା ଜଣାପଡ଼ିଛି। ଆକ୍ରମଣରେ ଡ୍ରାଇଭର ଜଣକ ଗୁରୁତର ଆହତ ହୋଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ପୁଲିସ୍ ସୁତ୍ରରୁ ପ୍ରକାଶଯେ ମଙ୍ଗଳବାର ଅପରାହ୍ଣରେ ମୋ ବସ୍ଟି କଟକରୁ ଚୌଦ୍ୱାର ଆସି ତାର ଶେଷ ରହଣୀସ୍ଥଳ ଆଗ୍ରାହାଟସ୍ଥିତ ଡିଏମ୍ଟିଆଇ ଛକରେ ଯାତ୍ରୀ ମାନଙ୍କୁ ଓହ୍ଲାଇ ଦେଇ କଟକ ଅଭିମୁଖେ ଯିବାକୁ ବହାରୁଥିବା ବେଳେ ଏକ କଳା ରଙ୍ଗର ପଲସର ବାଇକ୍ରେ ୩ଜଣ ଯୁବକ ଆସି ହଠାତ୍ ବସ୍ର ଡ୍ରାଇଭର ସୁକାନ୍ତ ଦାସଙ୍କୁ ଗାଳି ଗୁଲଜ କରିବା ସହିତ ଗାଡ଼ିରୁ ତଳକୁ ଟାଣିଆଣି ଧାରୁଆ ମାରଣାସ୍ତ୍ରରେ ତାଙ୍କ ହାତ, ଗୋଡ଼ ଓ ମୁଣ୍ଡକୁ ହାଣି ଦେଇଥିଲେ। ସ୍ଥାନୀୟ ଲୋକେ ଜମା ହୋଇଯିବାରୁ ଦୁର୍ବୁତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଗୁରୁତର ଆହତ ସୁକାନ୍ତଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସରେ ପ୍ରଥମେ ଟାଙ୍ଗୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ମେଡ଼ିକାଲକୁ ନିଆଯାଇଛି। ଆକ୍ରମଣର ସଠିକ କାରଣ ଜଣାପଡ଼ିନାହିଁ। ଅଭିଯୋଗକୁ ଭିତ୍ତିକରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Popular Categories



