www.samajalive.in
Sunday, December 7, 2025
15.1 C
Bhubaneswar

୨୦ ମିନିଟ୍‌ରେ ନିଲାମ ହେଲା ଦୀପିକାଙ୍କ ହଳଦିଆ ଗାଉନ୍‌, ମିଳିଲା..

ମୁମ୍ବଇ: ଦୀପିକା ପାଦୁକୋନ ଇନଷ୍ଟାଗ୍ରାମରେ ଏକ ସୁନ୍ଦର ଫଟୋ ଶେୟାର କରିଥିଲେ, ଯେଉଁଥିରେ ସେ ହଳଦିଆ ରଙ୍ଗର ଗାଉନ୍‌ରେ ନଜର ଆସିଥିଲେ। ତାଙ୍କ ପୋଷାକ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା, କାରଣ ସେଥିରେ ସେ ତାଙ୍କ ବେବି ବମ୍ପ ଫ୍ଲଣ୍ଟ କରୁଥିବା ନଜର ଆସିଥିଲେ। ଇତି ମଧ୍ୟରେ ସେ ପ୍ରଶଂସକଙ୍କୁ ଇନଷ୍ଟାଗ୍ରାମ ଜରିଆରେ ଏକ ଖୁସି ଖବର ଦେଇଛନ୍ତି ଯେ ସେ ପିନ୍ଧିଥିବା ଗାଉନ୍‌ ନିଲାମ ହୋଇଯାଇଛି। ଏହା ବ୍ୟତୀତ ଏହି ଗାଉନ୍ ପାଇଁ ମିଳିଥିବା ମୂଲ୍ୟକୁ ସେ ଦାନ କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି।


ଦୀପିକା ପାଦୁକୋନ ନିକଟରେ 82°E ନାମକ ବ୍ୟୁଟି ବ୍ରାଣ୍ଡର ଏକ କାର୍ଯ୍ୟକ୍ରମରେ ହଳଦିଆ ରଙ୍ଗର ଗାଉନ୍ ପିନ୍ଧିଥିଲେ, ଯେଉଁଥିରେ ସେ ତାଙ୍କ ବେବି ବମ୍ପ ଫ୍ଲଣ୍ଟ କରୁଥିବା ଦେଖିବାକୁ ମିଳିଥିଲା। ଏହି ଗାଉନ୍‌କୁ ଅଭିନେତ୍ରୀ ୩୪ ହଜାର ଟଙ୍କାରେ ବିକ୍ରି କରି ଦେଇଛନ୍ତି। ଇନ୍‌ଷ୍ଟା ଷ୍ଟୋରୀ ଜରିଆରେ ଅଭିନେତ୍ରୀ କହିଛନ୍ତି ଯେ, ସେ ଏହି ଟଙ୍କାକୁ ଦାନ କରିବେ। ଦୀପିକାଙ୍କ ଏହି ଗାଉନ୍‌ ପୋଷ୍ଟ ଶେୟାର କରିବାର ୨୦ ମିନିଟ୍‌ ମଧ୍ୟରେ ବିକ୍ରି ହୋଇଯାଇଛି।

- Advertisement -

ବର୍ଷ ଆରମ୍ଭରେ ଦୀପିକା ଗର୍ଭବତୀ ଥିବା ନେଇ ଘୋଷଣା କରିଥିଲେ। ସ୍ଵାମୀ ରଣବୀର ସିଂହଙ୍କ ସହ ମିଶି ସେ ଏହି ଖୁସି ଖବର ଶେୟାର କରିଥିଲେ। ଏଥିସହ କହିଥିଲେ ଯେ, ସେପ୍ଟେମ୍ବର ମାସରେ ସେ ଶିଶୁକୁ ଜନ୍ମ ଦେବାକୁ ଯାଉଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories