www.samajalive.in
Monday, December 8, 2025
20.1 C
Bhubaneswar

ଏହି ସ୍ଥାନରେ ତାପମାତ୍ରା ଟପିଲା ୪୯ ଡିଗ୍ରୀ; ମୃତ୍ୟୁ ସଂଖ୍ୟା ୧୩

ଜୟପୁର : ରାଜସ୍ଥାନରେ ପ୍ରବଳ ଖରା ଓ ଗରମରେ ଏପର୍ଯ୍ୟନ୍ତ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶୁକ୍ରବାର ଦିନ ଫଲୋଦିରେ ୪୯ ଡିଗ୍ରୀ ତାପମାତ୍ରା ଅତିକ୍ରମ କରି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଥିଲା। ବିକାନେର, କୋଟା, ଗଙ୍ଗାନଗର, ଜୈସଲମେର, ବାରମେର ତାପମାତ୍ରା ୪୫ ଡିଗ୍ରୀ ଅତିକ୍ରମ କରିଛି। ତାପମାତ୍ରା ଆହୁରି ୨ଡିଗ୍ରୀ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି।

୯ ମାସ ପର୍ଯ୍ୟନ୍ତ କେଉଁ ରାଶିରେ ଶନିଙ୍କ ରହିବ କି ପ୍ରଭାବ..


ରାଜ୍ୟରେ ଖରା ଯୋଗୁଁ ଏପର୍ଯ୍ୟନ୍ତ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକଠାରୁ ୨ଡିଗ୍ରୀରୁ ଅଧିକ ରେକର୍ଡ କରାଯାଉଛି। ଶୁକ୍ରବାର ଦିନ ଫଲୋଦି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଥିଲା, ଏଠାରେ ତାପମାତ୍ରା ୪୯ ଡିଗ୍ରୀ ଛୁଇଁଥିଲା।
ଯୋଧପୁରରେ ତାପମାତ୍ରା ୪୭.୬, ଗଙ୍ଗାନଗର ୪୬.୬, ବିକାନେର୍ ୪୫.୮, ବାରମେର ୪୮.୨, ଜୈସଲମେର ୪୮.୩ ରେକର୍ଡ କରାଯାଇଛି। ଆସନ୍ତା ୭୨ ଘଣ୍ଟା ମଧ୍ୟରେ ସର୍ବାଧିକ ତାପମାତ୍ରା ଆହୁରି ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି। ଏହି ସମୟରେ ଯୋଧପୁର, ବିକାନେର, ଉଦୟପୁର ଏବଂ କୋଟାରେ ୨ ଡିଗ୍ରୀ ବୃଦ୍ଧି ପାଇପାରେ।
ପାଣିପାଗ ବିଭାଗର ଏହି ଚେତାବନୀ ଅନୁସାରେ ରାଜସ୍ଥାନର ସ୍ୱାସ୍ଥ୍ୟ ସେବାକୁ ଜରୁରୀକାଳୀନ ସ୍ଥିତିରେ ରଖାଯାଇଛି। ଡାକ୍ତରଖାନା ଗୁଡ଼ିକରେ ଉତ୍ତାପ , ଗ୍ରୀଷ୍ମପ୍ରବାହ ଦ୍ୱାରା ପ୍ରଭାବିତ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories