କଟକ : କଟକ ନରାଜ ଅଞ୍ଚଳରେ ପୁଣି ଅଜଣା ଜନ୍ତୁର ଆତଙ୍କ ଦେଖିବାକୁ ମିଳିଛି। ସୋମବାର ବିଳମ୍ବିତ ରାତିରେ ଅଜଣା ଜନ୍ତୁ ଆକ୍ରମଣରେ ଗୋଟିଏ ମେଣ୍ଢାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ନରାଜ ଗୋପାଳସାହିର କୈଳାସ ସାହୁଙ୍କ ମେଣ୍ଢାଶାଳରୁ ଗୋଟିଏ ମେଣ୍ଢାକୁ ଅଜଣା ଜନ୍ତୁ ମାରି ଦେଇଛି। ଏହା ପୂର୍ବରୁ ରବିବାର ରାତିରେ ୧୭ଟି ମେଣ୍ଢାକୁ ଅଜଣା ଜନ୍ତୁ ମାରିଥିଲା। ସୋମବାର ଦିନ ପୁଣି ଆଉ ଏକ ମେଣ୍ଢାର ମୃତ୍ୟୁକୁ ନେଇ ଗୋପାଳସାହିରେ ଆତଙ୍କ ଦେଖା ଦେଇଛି।
Popular Categories



