www.samajalive.in
Sunday, December 7, 2025
16.1 C
Bhubaneswar

ସେକେଣ୍ଡ ହ୍ୟାଣ୍ଡ ପୋଷାକ ପିନ୍ଧନ୍ତି ଅକ୍ଷୟ କୁମାରଙ୍କ ପୁଅ

ସମାଜ ଡିଜିଟାଲ ଡେସ୍କ: ବଲିଉଡ୍‌‌ ସେଲିବ୍ରିଟି ଏବଂ ସେମାନଙ୍କ ସନ୍ତାନମାନେ ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ଦେଖିବାକୁ ମିଳେ। କିନ୍ତୁ ଅଭିନେତା ଅକ୍ଷୟ କୁମାରଙ୍କ କଥା ଟିକେ ଭିନ୍ନ। ତାଙ୍କ ପୁଅ ଆରବ ଅତି ସାଧାରଣ ଜୀବନ ବିତାଇବାକୁ ପସନ୍ଦ କରୁଥିବା କହିଛନ୍ତି ଅକ୍ଷୟ। ଏପରି କି ସେ ସେକେଣ୍ଡ ହ୍ୟାଣ୍ଡ ପୋଷାକ ପିନ୍ଧନ୍ତି ବୋଲି ଅକ୍ଷୟ ଏକ ସାକ୍ଷାତକାରରେ କହିଛନ୍ତି।

ନିକଟରେ କ୍ରିକେଟର ଶିଖର ଧୱନଙ୍କ ନୂଆ ଟକ୍‌‌ ଶୋ’ ‘ଧୱନ କରେଙ୍ଗେ’ରେ ଅକ୍ଷୟ ତାଙ୍କ ପ୍ରଶଂସକମାନଙ୍କୁ ନିଜ ପରିବାର ବିଷୟରେ ଜଣାଇବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହି ସମୟରେ ସର୍ବପ୍ରଥମେ ସେ ତାଙ୍କ ପୁଅ ଆରବଙ୍କ ବିଷୟରେ କହିଥିଲେ। ଅକ୍ଷୟ କହିଥିଲେ, ଆରବ ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସେ ଅତ୍ୟନ୍ତ ସରଳ। ନିଜ ପିନ୍ଧିବା ପାଇଁ ସେ ଶସ୍ତା ଶୋ’ରୁମରୁ କମ୍‌‌ ମୂଲ୍ୟର ପୋଷାକ କିଣନ୍ତି। ଏପରି କି ସେକେଣ୍ଡ ହ୍ୟାଣ୍ଡ ପୋଷାକ ବି ପିନ୍ଧନ୍ତି।

- Advertisement -

ଅକ୍ଷୟ ଆହୁରି କହିଥିଲେ, ଆରବ ନିଜ ଭବିଷ୍ୟତ ବା କ୍ୟାରିୟନ ନିଜ ପସନ୍ଦରେ ବାଛିଛି। ଆମେ ତାଙ୍କୁ ଆମ ଇଚ୍ଛାରେ କ୍ୟାରିୟର କରିବାକୁ ବାଧ୍ୟ କରିନାହୁଁ। ସେ ଅଭିନୟ ଦୁନିଆକୁ ଆସିବାକୁ ଆଗ୍ରହ କରିନାହିଁ। ଫ୍ୟାଶନ କ୍ଷେତ୍ରକୁ ନିଜ କ୍ୟାରିୟର ରୂପେ ବାଛିଛି। ସେ ନିଜ କାମ ନିଜେ କରିବାକୁ ପସନ୍ଦ କରେ। ନିଜ ପାଇଁ ନିଜେ ଖାଦ୍ୟ ପ୍ରସ୍ତୁତ କରେ। ଘରେ କୌଣସି ସହାୟିକା ରଖିନାହିଁ। ବର୍ତ୍ତମାନ ତାକୁ ୨୨ ବର୍ଷ ଏବଂ ସେ ଲଣ୍ଡନ ୟୁନିଭର୍ସିଟିରେ ଅଧ୍ୟୟନ କରୁଛି। ତା’କୁ ଯେତେବେଳେ ୧୫ ବର୍ଷ ହୋଇଥିଲା ସେ ଘର ଛାଡ଼ି ପଢ଼଼ିବାକୁ ଲଣ୍ଡନ ଯିବାକୁ ବାହାରିଥିଲା। ମୁଁ ପ୍ରଥମେ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲି। କିନ୍ତୁ ଯେତେବେଳେ ମୁଁ ମୋ ନିଜ ଇଚ୍ଛାରେ ୧୪ ବର୍ଷରେ ଘର ଛାଡ଼ିଥିଲି, ସେତେବେଳେ ପୁଅକୁ କାହିଁକି ଅଟକାଇବି ବୋଲି ଭାବି ତା’କୁ ବାହାରକୁ ଯିବାକୁ ଅନୁମତି ଦେଇଥିଲି ବୋଲି ଅକ୍ଷୟ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories