www.samajalive.in
Monday, December 8, 2025
27.1 C
Bhubaneswar

ସମ୍ବଲପୁରରେ ବିଦେଶୀ ପ୍ରତିନିଧି ମଣ୍ଡଳ

ସମ୍ବଲପୁର: ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତରେ ସାଧାରଣ ନିର୍ବାଚନ ଚାଲିଛି । ଏହା ଉପରେ ସାରା ବିଶ୍ୱର ନଜର ରହିଥିବା ବେଳେ ସମ୍ବଲପୁରକୁ କିଛି ବିଦେଶୀ ରାଷ୍ଟ୍ରର ପ୍ରତିନିଧି ମାନେ ବୁଧବାର ପରିଦର୍ଶନରେ ଆସିଛନ୍ତି । ଏହି ପ୍ରତିନିଧି ମଣ୍ଡଳରେ ନେପାଳର ରାଜଦୂତ ଶ୍ରୀ ଶଙ୍କର ପ୍ରସାଦ ଶର୍ମା, ମରିସସର ହାଇକମିଶନର ଶ୍ରୀ ହୟମୋନଡୋୟାଲ ଡିଲୁମ, ସେସେଲ୍ସର ହାଇ କମିଶନର ଶ୍ରୀମତୀ ହରିସୋ ଲାଲତିଆନ ଆକଉଚେ, ଅଷ୍ଟ୍ରେଲିଆର ରାଜନୈତିକ କାଉନସିଲର ଶ୍ରୀ ଜନ ବୋନାର ଏବଂ ରୟାଲ ଡେନିସର ରାଜନୈତିକ କାଉନସିଲର ଶ୍ରୀ ଓଲେ ଭେଷ୍ଟଗାର୍ଡ ଆମ୍ସଟ୍ରପ ସାମିଲ ରହିଛନ୍ତି ।
ସର୍ବବୃହତ ଗଣତନ୍ତ୍ରରେ ନିର୍ବାଚନ କିଭଳି ଭାବରେ ପରିଚାଳିତ ହେଉଛି, ରାଜନୈତିକ ଦଳ ଗୁଡିକ କିଭଳି ଭାବରେ ପ୍ରଚାର ପ୍ରସାର କରୁଛନ୍ତି, ଜନସମ୍ପର୍କ ରକ୍ଷା କରୁଛନ୍ତି, କିଭଳି ଜନତାଙ୍କୁ ଉଦବୋଧନ ଦେଉଛନ୍ତି, କିଭଳି ଭାବରେ ସାମ୍ବାଦିକ ସମ୍ମିଳନୀ ପରିଚାଳନା କରୁଛନ୍ତି ଇତ୍ୟାଦି ବିଭିନ୍ନ ବିଷୟରେ ଅବଗତ ହେବା ପାଇଁ ଏହି ପ୍ରତିନିଧି ମଣ୍ଡଳ ଆଜି ସମ୍ବଲପୁରକୁ ଆସିଛନ୍ତି । ଜାତୀୟସ୍ତରରେ ଧ୍ୟାନ ଆକର୍ଷଣ କରିଥିବା ତଥା ରାଜ୍ୟର ସବୁଠାରୁ ହଟ୍‍ ସିଟରେ ପରିଣତ ଏହି ହାଇପ୍ରୋଫାଇଲ ଲୋକସଭା ଆସନରେ କିଭଳି ଭାବରେ ଜନତାଙ୍କୁ ରାଜନୈତିକ ଦଳମାନେ ନିଜ ପକ୍ଷକୁ ଆଣିବା ପାଇଁ ପ୍ରୟାସ କରୁଛନ୍ତି । ତାହା ଦେଖିବା ନିମନ୍ତେ ଏହି ପ୍ରତିନିଧି ମଣ୍ଡଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନ ସମେତ ନିର୍ବାଚନୀ ସଭା ଇତ୍ୟାଦି ଗୁଡିକୁ ପରିଦର୍ଶନ କରି ପ୍ରତ୍ୟକ୍ଷ ରୂପେ ଏହି ନିର୍ବାଚନୀ ପ୍ରକ୍ରିୟାକୁ ପରଖୁଛନ୍ତି ।
ସେମାନେ ନିଜେ ଏହି ନିର୍ବାଚନୀ ପ୍ରକ୍ରିୟାକୁ ଦେଖି ଅନୁଭବ ନେବା ସହିତ ଆଗାମୀ ଦିନରେ ସେମାନଙ୍କର ଦେଶର ସରକାରଙ୍କୁ ଭାରତର ନିର୍ବାଚନ ପରିଚାଳନା ସମ୍ପର୍କରେ ଅବଗତ କରାଇବେ ବୋଲି ଜଣାପଡିଛି ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories