www.samajalive.in
Thursday, December 11, 2025
23.1 C
Bhubaneswar

୧ ଜୁନରୁ ବଦଳିବ ଆରଟିଓ ନିୟମ, ନାବାଳକ ଗାଡି ଚଳାଇଲେ ପିତାଙ୍କୁ ଜେଲ୍ !

ନୂଆଦିଲ୍ଲୀ : ପୁଣେ ଦୁର୍ଘଟଣା ମାମଲା ଏବେ ଚର୍ଚ୍ଚାରେ । ଘଟଣାଟି କିଛି ଏମିତି, ଜଣେ ନାବାଳକ କାର୍ ଚଳାଇବା ସମୟରେ ୨ ଜଣଙ୍କୁ ଧକ୍କା କରିଦେଇଥିଲା । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । କାର୍ ଚଳାଉଥିବା ନାବାଳକଙ୍କ ବୟସ ୧୭ ବର୍ଷ ୮ ମାସ । ଏହି ମାମଲାରେ ଏବେ ତାଙ୍କ ପିତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ତାଙ୍କ ପିତାଙ୍କୁ ଗିରଫ କରାଯାଇଛି । ଖାସ୍ କଥା ହେଉଛି କି ୧ ଜୁନ ୨୦୨୪ରୁ ନୂଆ ଆରଟିଓ ନିୟମ ଲାଗୁ କରାଯାଉଛି । ଏଭଳି କ୍ଷେତ୍ରରେ ଆପଣଙ୍କ ପାଇଁ ମଧ୍ୟ ଜାଣିବା ଉଚିତ କି ଜୋରିମାନା କେତେ ଲାଗିପାରେ ଏବଂ ନୂଆ ନିୟମରେ କଣ ପରିବର୍ତ୍ତନ ହୋଇଛି ।

୧ ଜୁନ୍ ୨୦୨୪ରୁ ରିଜନାଲ ଟ୍ରାନ୍ସପୋର୍ଟ ଅଫିସ(ଆରଟିଓ) ନୂଆ ନିୟମ ଜାରି କରିବାକୁ ଯାଉଛି । ନୂଆ ନିୟମରେ ଅନେକ ଭୁଲରେ ଚାଲାଣ ମଧ୍ୟ ବଢିପାରେ । ନୂଆ ନିୟମ ଅନୁସାରେ ଏବେ ଯଦି କୌଣସି ନାବାଳକ ଗାଡି ଚଳାଇବା ସମୟରେ ଧରାପଡେ ତେବେ ପିତା ବା ତାଙ୍କ ପରିଜନଙ୍କୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଚାଲାଣ କରାଯାଇପାରେ ।

୨୬ରେ ପ୍ରକାଶ ପାଇବ ଦ୍ୱାଦଶ ପରୀକ୍ଷା ଫଳ

- Advertisement -

କେବଳ ଏତିକି ନୁହେଁ, ୨୫ ହଜାର ଟଙ୍କା ଚାଲାଣ ସହିତ ପିତାଙ୍କୁ ଜେଲ୍ ମଧ୍ୟ ହୋଇପାରେ । ଯଦି ନାବାଳକ ଗାଡି ଚଳାଇବା ସମୟରେ ଧରାପଡେ ତେବେ ଜରିମାନା ତ ଲାଗିବ କିନ୍ତୁ ଯଦି ନାବାଳକ ଦୁର୍ଘଟଣା ଘଟାଏ ତେବେ ପିତାଙ୍କୁ ଜେଲ୍ ହୋଇପାରେ । କିମ୍ବା ୨ଟି ଯାକ ମଧ୍ୟ ହୋଇପାରେ ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories