www.samajalive.in
Tuesday, December 9, 2025
16.1 C
Bhubaneswar

ସାଉଥ ସୁପରଷ୍ଟାର୍ ନାଗା ଚୈତନ୍ୟ କିଣିଲେ ପୋର୍ଶେ କାର୍, ଦାମ୍ ସାଢେ ୩ କୋଟିରୁ ଆରମ୍ଭ

ନୂଆଦିଲ୍ଲୀ : ସାଉଥ ସୁପରଷ୍ଟାର୍ ନାଗା ଚୈତନ୍ୟ ନିଜ କାର କଲେକ୍ସନରେ ଆଉ ଏକ ବିଳାସପୂର୍ଣ୍ଣ ଏବଂ ସ୍ପୋର୍ଟ୍ସ କାରକୁ ସାମିଲ କରିଛନ୍ତି । ନାଗା ଚୈତନ୍ୟ Porsche 911 GT3 RS କୁ ନିଜ କାର କଲେକ୍ସନରେ ସାମିଲ କରିଛନ୍ତି । ଏହି କାରର ଦାମ୍ ୩.୫ କୋଟି ଟଙ୍କା । ପୋର୍ଶେ ସେଣ୍ଟର ଚେନ୍ନାଇର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏନେଇ ସୂଚନା ମିଳିଛି । ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଅଫିସିଆଲ ପୋଷ୍ଟ କରି ଏନେଇ ସୂଚନା ଦେଇଛି କମ୍ପାନୀ। ପୋଷ୍ଟରେ ନାଗା ଚୈତନ୍ୟଙ୍କୁ କାରର ଡେଲିଭରୀ ନେଉଥିବା ଦେଖିବାକୁ ମିଳୁଛି । ତେବେ ଆସନ୍ତୁ ଜାଣିବା ଏହି କାରରେ କଣ ଖାସ୍ ଫିଚର୍ସ ରହିଛି…

- Advertisement -

ଏହି କାରରେ ୪ ଲିଟରର ଫ୍ଲାଟ୍ ସିକ୍ସ ଇଞ୍ଜିନ ଦିଆଯାଇଛି ଯାହା ୫୧୮ ବିଏଚପିର ସର୍ବାଧିକ ପାଓ୍ବର ଏବଂ ୪୬୫ ଏନଏମର ସର୍ବାଧିକ ଟର୍କ ଉତ୍ପନ କରିଥାଏ । ଏହି କାରରେ ୭ ସ୍ପିଡ୍ ଅଟୋମେଟିକ୍ ଡୁଆଲ କ୍ଲଚ୍ ଟ୍ରାନ୍ସମିଶନ ମିଳିଥାଏ । ଏହି କାର୍ ମାତ୍ର ୩.୨ ସେକେଣ୍ଡରେ ଶୂନ୍ୟରୁ ୧୦୦ କିମି ପ୍ରତି ଘଣ୍ଟା ସ୍ପିଡ୍ ଯାତ୍ରା କରିପାରିବ । ଏହାର ସର୍ବାଧିକ ସ୍ପିଡ୍ ୨୯୬ କିମି ପ୍ରତି ଘଣ୍ଟା । ଫିଚର୍ସ କଥା କହିବା ତ ଏହି କାର ୨ ଡୋର୍ ବିଶିଷ୍ଟ ସ୍ପୋର୍ଟ୍ସ କାର୍ । ଏହାର ଇଞ୍ଜିନ କାରର ପଛ ଭାଗରେ ଦିଆଯାଇଛି । ଏହାର ଦାମ୍ ୩.୫ କୋଟି ଟଙ୍କା ଏକ୍ସ ଶୋରୁମ୍ । ଏଥିରେ ୧୦.୯ ଇଞ୍ଚର ଟଚସ୍କ୍ରିନ୍ ମିଳିଥାଏ । ଏଥିରେ ଅଟୋମେଟିକ୍ କ୍ଲାଇମେଟ୍ କଣ୍ଟ୍ରୋଲ ଏବଂ ଉତ୍ତମ ସୁରକ୍ଷା ଫିଚର୍ସ ମିଳିଥାଏ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories