www.samajalive.in
Monday, December 8, 2025
27.1 C
Bhubaneswar

୩୦ କେଜି ଗଞ୍ଜେଇ ସହ ବାଇକ୍ ଜବତ, ୨ଜଣ ଗିରଫ

ବାଉଁଶୁଣି: ବୌଦ୍ଧ ଜିଲା ବାଉଁଶୁଣି ପୁଲିସ ପକ୍ଷରୁ ଚଢାଉ କରାଯାଇ ଗଞ୍ଜେଇ ସହ ବାଇକ୍ ଜବତ କରି ୨ ଅଭିଯୁକ୍ତକୁ ଗିରଫ କରିଥିବା ଜଣା ପଡ଼ିଛି। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବାଉଁଶୁଣି ଥାନା ଅଧିକାରୀ ଅଞ୍ଜଳି ବିଶ୍ଵାଳଙ୍କ ନେତୃତ୍ୱରେ ବାଉଁଶୁଣି ଥାନାର ଏକ ଟିମ୍ ଆଜି ଜୁରାମୁଣ୍ଡା ଗ୍ରାମ୍ୟ ରାସ୍ତା ରେଳ ଧାରଣା ନିକଟରେ ଚଢ଼ାଉ କରି ଏକ ବାଇକରେ ୨ଜଣ ବ୍ୟକ୍ତି ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଉକ୍ତ ବାଇକକୁ ଅଟକାଇ ତନଖି କରିଥିଲେ। ତନଖି ପରେ ବାଇକରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ ।

ବାଇକ ସହ ଗଞ୍ଜେଇ  ଜବତ୍ କରିଥିବା ବେଳେ ଘଟଣାରେ ସଂପୃକ୍ତ ଥିବା ୨ ଜଣ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରିଥିଲେ। ଜବତ ଗଞ୍ଜେଇର ପରିମାଣ ୩୦କେଜି ୩ଶହ ଗ୍ରାମ ହୋଇଥିବା ଜଣା ପଡ଼ିଛି। ଅଭିଯୁକ୍ତମାନେ ହେଲେ ତାଳପଡ଼ା ଗ୍ରାମର ରାଜକୁମାର୍ ଉର୍ମା (୨୪) ଓ ବହିରା ଗ୍ରାମର ପ୍ରକାଶ କଲତା (୩୦) ବୋଲି ବିଭାଗ ପକ୍ଷରୁ ଜଣା ପଡ଼ିଛି । ବାଉଁଶୁଣି ଥାନା ପକ୍ଷରୁ ୮୮/୨୪ ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ବାଉଁଶୁଣି ଥାନା ଅଧିକାରୀ ଅଞ୍ଜଳି ବିଶ୍ଵାଳ ସୂଚନା ଦେଇଛନ୍ତି ।

Hot this week

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

Related Articles

Popular Categories