www.samajalive.in
Wednesday, December 10, 2025
18.1 C
Bhubaneswar

ବିପୁଳ ପରିମାଣର ଚୋରୀ ଲୁହା ସମାଗ୍ରୀ ଜବତ, ଅଭିଯୁକ୍ତକୁ କୋର୍ଟ ଚାଲାଣ

ବୌଦ୍ଧ: ବୌଦ୍ଧ ପୁଲିସ ପକ୍ଷରୁ ବିପୁଳ ପରିମାଣର ଚୋରୀ ଲୁହା ସାମଗ୍ରୀ ଜବତ୍ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ  ବୌଦ୍ଧ ଥାନା ଦାମୋଦରପୁର ଗ୍ରାମର ସୁଧିର କୁମାର ସାହୁ ଓରଫ ଟିକୁ  ରେଳଲାଇନ କାମରୁ  ଓ ବିଦ୍ୟୁତ ବିଭାଗ ବିଭନ୍ନ ସ୍ଥାନରୁ ବିପୁଳ ପରିମାଣରେ ବିଭିନ୍ନ ସାମଗ୍ରୀ ଚୋରି କରି ବିକ୍ରୟ କରିବାକୁ  ନିଜ ଘରେ ଗଛିତ ରଖିଥିଲେ।

ବିଶେଷ ସୁତ୍ରରୁ ଖବର ପାଇ ବୌଦ୍ଧ ପୁଲିସ ମଙ୍ଗଳବାର ଦିନ ସୁଧିରର ଘର ଉପରେ ଚଢଉ କରିଥିଲା। ଚଢଉରେ ୧୭ ଗୋଟି  ଇଲେକ୍ରିଟ ଲାଇନ ବକ୍ସ, ୧୭ଗୋଟି ସେଟିରିଙ୍ଗ ପ୍ଳେଟ,୮ ଗୋଟି ଭି କ୍ରସ ଏଙ୍ଗେଲ, ୧୬ ଗୋଟି ଲୁହା ଚାନେଲ, ୫୮ ଗୋଟି ଆଲୁମିନିୟମ ତାର ବଣ୍ଡଲ ସହ ୩ ଗୋଟି ବସ୍ତାରେ ନଟ ଓ ବୋଲଟ ଆଦି ଜବତ କରାଯାଇଛି। ଏନେଇ ବୌଦ୍ଧ ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ସୂଚନା ମୁତବାକ ଅଭିଯୁକ୍ତ ସୁଧିର ଟାଟା ପାୱାର ଅଧିନରେ ଲାଇନମେନ ଭାବରେ ଠିକାଭିତିକ ନିଯୁକ୍ତି ପାଇ କାର୍ଯ୍ୟ କରୁଛନ୍ତି। ଦୀର୍ଘଦିନ ହେଲା ବିଦ୍ୟୁତ ବିଭାଗର ଅନେକ ଟ୍ରାନ୍ସଫରମର ସହିତ ବିଦ୍ୟୁତ ସାମଗ୍ରୀ ଚୋରୀ ହେଉଥିବା ଅଭିଯୋଗ ହୋଇଆସୁଥିବାବେଳେ ଖୋଦ ବିଦ୍ୟୁତ ବିଭାଗର ଜଣେ ଠିକା କର୍ମଚାରୀ ଘରୁ ଏତେ ମାତ୍ରାରେ ଚୋରୀ ସାମଗ୍ରୀ ଜବତ ହେବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ମୁତାବକ ପୂର୍ବରୁ ଆହୁରି ଅନେକ ସାମଗ୍ରୀ ଚୋରୀ କରି ଜିଲା ବାହାରକୁ ଚାଲାଣ କରାଯାଇଥିବାବେଳେ ଏନେଇ  ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories