www.samajalive.in
Sunday, December 7, 2025
15.1 C
Bhubaneswar

ମନ୍ଦିର ହୁଣ୍ଡି ଭାଙ୍ଗି ଚୋରି ଅଭିଯୋଗ

ପିପିଲି : ପିପିଲି ନିକଟବର୍ତ୍ତି ମାଳିବରାହୀ ଗ୍ରାମର ଆରାଧ୍ୟ ଦେବୀ ମା’ ଉତ୍ତରେଶ୍ୱରୀ ଠାକୁରାଣୀଙ୍କ ମନ୍ଦିରର ଦାନବାକ୍ସକୁ ସୋମବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଭାଙ୍ଗି ତା’ ମଧ୍ୟରେ ଥିବା ଦାନଅର୍ଥକୁ ଚୋରି କରି ନେଇଥିବା ସୂଚନା ମିଳିଛି। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ କଡରେ ଅବସ୍ଥିତ ଏହି ପୁରାତନ ମନ୍ଦିର ପରିସରରେ ଥିବା ଲୁହାର ଦାନବାକ୍ସ ଭଙ୍ଗା ଯାଇଥିବାର ମଙ୍ଗଳବାର ସକାଳେ ସ୍ଥାନୀୟ ଅଧିବାସୀମାନେ ଦେଖିବା ପରେ ଚୋରି ହୋଇଥିବା ଜଣାପଡିଥିଲା। ଏ ସଂପର୍କରେ ଗ୍ରାମବାସୀମାନେ ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ ଘଟଣାର ତଦନ୍ତ ଚଳାଇଛି। ଦାନବାକ୍ସ ମଧ୍ୟରୁ ୨୦ରୁ ୩୦ ହଜାର ଟଙ୍କା ଚୋରି ହୋଇଥିବା ସଂପର୍କରେ ପୁଲିସରେ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି।

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ; ଏହି ରାଶିଙ୍କ ଖୋଲି ଯିବ ଭାଗ୍ୟ, ଦରମାରେ ବୃଦ୍ଧି, ମିଳିବ ଚାକିରି..

- Advertisement -

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories