www.samajalive.in
Monday, December 8, 2025
20.1 C
Bhubaneswar

ଦେଶରେ ଚତୁର୍ଥ ପର୍ଯ୍ୟାୟରେ ୬୭.୨୫ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ଦେଶରେ ଶାନ୍ତିପୂର୍ଣ୍ଣ ଭାବରେ ସରିଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ଚତୁର୍ଥ ପର୍ଯ୍ୟାୟରେ ଦେଶର ୯୬ଟି ସଂସଦୀୟ କ୍ଷେତ୍ରରେ ମତଦାନ ଅନୁଷ୍ଠିତ ହୋଇଥିଲା । ତେବେ ମିଳିଥିବା ସୂଚନା ଅନୁସାରେ ୪ର୍ଥ ପର୍ଯ୍ୟାୟରେ ପ୍ରାୟତଃ ୬୭.୨୫ ପ୍ରତିଶତ ମତଦାନ ହୋଇଛି। ସୋମବାର ରାତି ୧୧ଟା ୪୫ ପର୍ଯ୍ୟନ୍ତ ସଂଗୃହିତ ଇସିଆଇ ରିପୋର୍ଟରୁ ଏହି ସୂଚନା ମିଳିଛି। ପୋଲିଂ ପାର୍ଟିର ରିପୋର୍ଟ ପରେ ମତଦାନ ହାର ଚୂଡାନ୍ତ ହେବ। ଆନ୍ଧ୍ର ପ୍ରଦେଶର ସମସ୍ତ ୨୫ ସଂସଦୀୟ କ୍ଷେତ୍ରରେ ୭୬.୫୦ ପ୍ରତିଶତ ମତଦାନ ହୋଇଛି। ପଶ୍ଚିମବଙ୍ଗରେ ୮ ସଂସଦୀୟ କ୍ଷେତ୍ରରେ ୭୮.୩୭ ପ୍ରତିଶତ ମତଦାନ ହୋଇଛି । ସେହିପରି ମଧ୍ୟପ୍ରଦେଶର ୮ ସଂସଦୀୟ କ୍ଷେତ୍ରରେ ୭୦.୯୮, ତେଲେଙ୍ଗାନାର ସମସ୍ତ ୧୭ ସଂସଦୀୟ କ୍ଷେତ୍ରରେ ୬୪.୭୪ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories